କଙ୍ଗନାଙ୍କୁ ମିଳିବ ସ୍ବତନ୍ତ୍ର ସୁରକ୍ଷା

ମୁମ୍ବାଇ,୭।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପ୍ରାୟ ୨ ଦିନ ପୂର୍ବରୁ ଶିବସେନା ଏମ୍‌ପି ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଇଥିଲେ। ଏହାସହ ଶିବସେନାର ମହିଳା କର୍ମୀମାନେ କଙ୍ଗନାଙ୍କ ପୋଷ୍ଟର ଉପରେ ଚପଲମାଡ କରିବା ଘଟଣା ମଧ୍ୟ ସାମ୍ନକୁ ଆସିଥିଲା। ଏହାପରେ ବି କଙ୍ଗନା ସେପ୍ଟେମ୍ବର ୯ରେ ମୁମ୍ବାଇ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ କଙ୍ଗନାଙ୍କୁ ମୁମ୍ବାଇ ଗସ୍ତ କରିବାକୁ ହିମାଚଳ ପ୍ରଦେଶ ସରକାର ସୁରକ୍ଷା ଦେବା କଥା ଘୋଷଣା କରିଛନ୍ତି। ଏବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ କଙ୍ଗନାଙ୍କୁ କେନ୍ଦ୍ର ସରକାର ‘ଓ୍ବାଇ’ ସୁରକ୍ଷା ଯୋଗାଇ ଦେବେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଙ୍ଗନାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି। ଏଥିପାଇଁ କଙ୍ଗନାଙ୍କ ନିକଟରେ ୧୧ ଯବାନ ମୁତୟନ ରହିବେ। ଏମାନଙ୍କ ମଧ୍ୟରେ ଜଣେ କିମ୍ବା ୨ ଜଣ କମାଣ୍ଡୋ ରହିବା ସହ ବାକି ପୋଲିସ ରହିବେ। ଏଥିପାଇଁ ଏକ ନୋଟିଫିକେଶନ ମଧ୍ୟ ଜାରି କରାଯିବ। କୁହାଯାଉଛି କି କଙ୍ଗନା ସେପ୍ଟେମ୍ବର ୯ରେ ମୁମ୍ବାଇ ପହଞ୍ଚିବା ପରେ ପରେ ତାଙ୍କୁ ‘ଓ୍ବାଇ’ ସୁରକ୍ଷା ମିଳିଯିବ। ଏହା ଜଣାପଡିବା ପରେ କଙ୍ଗନା ସ୍ବରାଷ୍ଟ୍ର ମନ୍ତ୍ରି ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଏଥିରୁ ସ୍ପଷ୍ଟ ହେଲା ଯେ କୌଣସି ଦେଶଭକ୍ତର କଥାକୁ କେହି ଫାଶୀବାଦୀ ଅଟକାଇ ପାରିବେ ନାହିଁ। ଶାହା ହୁଏତ ତାଙ୍କୁ କିଛିଦିନ ପରେ ମୁମ୍ବାଇ ଯିବାକୁ ପରାମର୍ଶ ଦେଇ ଥାଆନ୍ତେ କିନ୍ତୁ ଭାରତ ମାତାର କନ୍ୟାର କଥାକୁ ଶାହ ସମ୍ମାନ ଦେଇଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବଲିଉଡ୍‌ରେ ପ୍ରିୟାପ୍ରିତି ପୋଷଣ କଥା ଉଠାଇ ଚର୍ଚ୍ଚାକୁ ଆସିଥିଲେ କଙ୍ଗନା। ଏହା କେବଳ ମନୋରଞ୍ଜନ ଦୁନିଆ ନୁହେଁ ଏବେ ଏହି ନେପୋଟିଜିମ କଥା ରାଜନୈତିକ ମହଲକୁ ବି ସରଗରମ କଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ରୀଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri