୪୦ ବର୍ଷରେ ସର୍ବାଧିକ ସ୍ତରରେ ବ୍ରିଟେନ୍‌ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ, ୨୩ା୬: ବର୍ତ୍ତମାନ ସମୟରେ ସାରା ଦୁନିଆ ଦରବୃଦ୍ଧି ସହ ଲଢୁଥିବା ବେଳେ ବ୍ରିଟେନ୍‌ ମଧ୍ୟ ଏହାର ଶିକାର ହୋଇଛି। ଏପରିକି ବ୍ରିଟେନ୍‌ର ମୁଦ୍ରାସ୍ଫୀତି ଗତ ୪୦ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚତ୍ଥିବା କୁହାଯାଉଛି। ବୁଧବାର ପ୍ରକାଶିତ ତଥ୍ୟ ଅନୁସାରେ ମେ’ ମାସ ପାଇଁ ବ୍ରିଟେନ୍‌ର ମୁଦ୍ରାସ୍ଫୀତି ଆକଳନ ୯.୧% ରହିଛି। ପୂର୍ବ ମାସରେ ଏହା ୯% ରହିଥିଲା। ସେହିଭଳି ମେ ମାସ ପାଇଁ ବ୍ରିଟେନ୍‌ର ମୁଦ୍ରାସ୍ଫୀତି ୧୯୮୨ ପରଠାରୁ ସର୍ବୋଚ୍ଚ ସ୍ତରରେ ରହିଛି। ବ୍ରିଟେନ୍‌ର ଅଫିସ ଫର୍‌ ଷ୍ଟାଟିଷ୍ଟିକ୍ସ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ସେହିପରି ମୁଦ୍ରାସ୍ଫୀତି ବୃଦ୍ଧି କାରଣରୁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଉପରେ ରେପୋ ରେଟ୍‌ ବୃଦ୍ଧି ପାଇଁ ଚାପ ବଢ଼ିବ। ଅପରପକ୍ଷରେ ଶକ୍ତି କ୍ଷେତ୍ରରେ ଘଟୁଥିବା ଲଗାତର ଦରବୃଦ୍ଧି କାରଣରୁ ଚଳିତ ବର୍ଷ ଶେଷ ସୁଦ୍ଧା ଇଂଲଣ୍ଡର ମୁଦ୍ରାସ୍ଫୀତି ୧୧% ଅତିକ୍ରମ କରିବାର ସମ୍ଭାବନା ରହିଥିବା ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri