Posted inଫୁରସତ

ମା’ଙ୍କୁ ତୀର୍ଥସ୍ଥାନ ବୁଲାଇ ନେବା ପାଇଁ ଚାକିରି ଛାଡିଥିଲେ ପୁଅ

ବୃଦ୍ଧାବସ୍ଥାରେ ମାତାପିତାଙ୍କୁ ବୋଝ ବୋଲି ଭାବି କିଛି ସନ୍ତାନ ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡିଦିଅନ୍ତି। କିନ୍ତୁ କଳିଯୁଗରେ କିଛି ଶ୍ରବଣ କୁମାର ମଧ୍ୟ ଅଛନ୍ତି। ଯେଉଁମାନେ ନିଜ ମାତାପିତାଙ୍କ ପାଇଁ ଜୀବନ ଉତ୍ସର୍ଗ କରିଦେବାକୁ ପଛାନ୍ତି ନାହଁି। ସେମିତି ଏକ ଉଦାହରଣ କର୍ନାଟକର ମହୀଶୂରରେ ଦେଖିବାକୁ ମିଳିଛି। ଏଠାରେ ରହୁଥିତ୍ବା କୃଷ୍ଣ କୁମାର ନାମକ ଜଣେ ବ୍ୟକ୍ତି ବୃଦ୍ଧା ମା’ଙ୍କୁ ତୀର୍ଥସ୍ଥାନ ବୁଲାଇବା ପାଇଁ ଚାକିରି ଛାଡିଦେଇଥିଲେ। ୪୨ ବର୍ଷୀୟ କୃଷ୍ଣା ୭୦ ବର୍ଷୀୟଙ୍କ ମା’ଙ୍କୁ ସ୍କୁଟରରେ ବସାଇ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇ ଥିଲେ। ଏଥିପାଇଁ ତାଙ୍କୁ ୩ ବର୍ଷ ଲାଗିଥିଲା। ଏହି ସମୟରେ ମଧ୍ୟରେ ସ୍କୁଟରରେ ସେ ୫୬ ହଜାର ୫୨୨ କିମିରୁ ଅଧିକ ଯାତ୍ରା କରିଥିଲେ। ମାତୃ ସଂକଳ୍ପ ଯାତ୍ରା ୨୦୧୮ ଜାନୁୟାରୀ ୨୦୧୮ରେ ଆରମ୍ଭ କରିଥିଲେ। କୃଷ୍ଣା ଚଲାଉଥିବା ସ୍କୁଟରକୁ ପିତା ୨୦୦୧ରେ ଉପହାରରେ ଦେଇଥିଲେ। ୨୦୧୫ରେ ପିତାଙ୍କ ମୃତ୍ୟୁ ପରେ ସେହି ସ୍କୁଟରରେ ମା’ଙ୍କ ତୀର୍ଥ କରାଇ ନେବାକୁ ଚିନ୍ତା କରିଥିଲେ। ଏହାଦ୍ୱାରା ଉଭୟ ମାତାପିତାଙ୍କୁ ତୀର୍ଥ କରାଇ ନେଇଥିବା ଅନୁଭବ ହେବ ବୋଲି କୃଷ୍ଣା କହିଛନ୍ତି। ଏହି ଯାତ୍ରା ସମୟରେ କୌଣସି ହୋଟେଲରେ ରହି ନ ଥିଲେ କୃଷ୍ଣା ଏବଂ ତାଙ୍କ ମା’। ମଠ, ମନ୍ଦିର ଏବଂ ଧର୍ମଶାଳାରେ ସେମାନେ ରାତ୍ରିଯାପନ କରୁଥିଲେ। ୩ ବର୍ଷର ଯାତ୍ରା ସମୟରେ କୃଷ୍ଣାଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଆଦୌ ଖରାପ ମଧ୍ୟ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ନିଶା: ସପ୍ତାହକୁ ୩ ବର୍ଗଫୁଟ କାନ୍ଥ ଖାଉଛନ୍ତି ଏହି ମହିଳା

ଦୁନିଆରେ ଅନେକ ବିଚିତ୍ର ଲୋକ ଅଛନ୍ତି। ଯେଉଁମାନେ ସେମାନଙ୍କର ଅଜବ କାରନାମାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେମିତି ଜଣେ ମହିଳା ଅଛନ୍ତି, ଯିଏ କି ଘରର...

ମଞ୍ଚ ଉପରେ କନ୍ୟାଙ୍କୁ ଲ୍ୟାପ୍‌ଟପ୍‌ରେ କାମ କରୁଥିବା ଦେଖି ଏଭଳି କହିଲେ ଅତିଥି…

ମୁମ୍ବାଇ,୪।୭: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏବେ ସରକାରୀ ହେଉ କି ବେସରକାରୀ ସମସ୍ତ କାର୍ଯ୍ୟାଳୟରେ କମ୍‌ କର୍ମଚାରୀଙ୍କୁ ନେଇ କାମ କରାଯାଉଛି। ବାକି ଅନ୍ୟମାନେ...

୪୩ ବର୍ଷରେ ୫୩ ଜଣଙ୍କୁ ବିବାହ

ରିୟାଧ: ବୈବାହିକ ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ସାଉଦିର ଜଣେ ୬୩ ବର୍ଷୀୟ ବୃଦ୍ଧ ୪୩ ବର୍ଷ ଭିତରେ ୫୩ ମହିଳାଙ୍କୁ ବିବାହ...

ବୋମା ଫୁଟିଲେ ୪ ବର୍ଷର ଝିଅକୁ କାହିଁକି ହସାଉଛନ୍ତି ବାପା…..

ଦକ୍ଷିଣ ସିରିଆର ଟର୍କିଶ୍‌ ବର୍ଡରରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ସିରିଆ ବାୟୁସେନା ଏବଂ ରୁଷିଆ ସେନା ମଧ୍ୟରେ ଇଦଲିବ୍‌ରେ ଲାଗିଥିବା ଲଢେଇରେ ୨୧ ଜଣଙ୍କ...

ବିନା ମାସ୍କରେ ବିମାନରେ ଯାତ୍ରା କରୁଥିଲେ ମହିଳା, ଆଉ ତା’ପରେ

କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର...

ପକ୍ଷୀ ପରି ବୋବାଉଛି ଏହି ବାଘ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ରୁଷିଆର ଚିଡ଼ିଆଖାନାରେ ଏକ ବାଘ ନିଜର ସୁନ୍ଦରତା ପାଇଁ ହିରୋ ହୋଇଯାଇଛି। ବିଟାସ ନାମକ ଏହି ବାଘ ବର୍ତ୍ତମାନ ୮ ମାସର। ଏହି ବାଘ ଅମୁର...

ସପ୍ତାହକୁ କରିପାରିବେ ସାଢ଼େ ୭ ଲକ୍ଷ ଟଙ୍କା ଆୟ

କରୋନା ଯୋଗୁ ଜାରି ରହିଛି ଲକ୍‌ଡାଉନ୍‌। ଏହି ସମୟରେ ଅଧିକାଂଶ ଲୋକ ନିଜ ଜୀବିକା ହରାଇ କେବଳ ଘରେ ବସିରହିଛନ୍ତି। ଏହି ସମୟରେ ଏକ କମ୍ପାନୀ...

୯୮ ବର୍ଷରେ ଜେଲ୍‌ରୁ ମୁକ୍ତ ହେଲେ ବୃଦ୍ଧ: ପୋଲିସ କଲା ପ୍ରଶଂସନୀୟ କାର୍ଯ୍ୟ

ସାଧାରଣତଃ ଅପରାଧ କରିଥିବା ବ୍ୟକ୍ତିଙ୍କୁ ଅନେକ ବର୍ଷ ଜେଲରେ ରହିବାକୁ ପଡେ। ବେଳେବେଳେ କିଛି ଲୋକ ନିଜ ଅପରାଧ ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ଜେଲରେ...

Advertisement
Archives

Model This Week