କଲ୍ୟାଣ ମଣ୍ଡପର ଅନ୍‌ଲାଇନ୍‌ ବୁକିଂ ଆରମ୍ଭ

ଭୁବନେଶ୍ୱର,୩।୧୧(ବ୍ୟୁରୋ) : ଭୁବନେଶ୍ୱରରେ ଖୋଲିବ କଲ୍ୟାଣ ମଣ୍ଡପ। ସୋମବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯିବା ସହ ପ୍ଲାନ୍‌ ଆପ୍ରୁଭାଲ ଥିବା ମଣ୍ଡପ ଓ ବିଏମ୍‌ସି କଲ୍ୟାଣ ମଣ୍ଡପଗୁଡ଼ିକରେ ଅନ୍‌ଲାଇନ୍‌ ବୁକିଂ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଅନ୍‌ଲକ୍‌-୬ରେ ବିଏମ୍‌ସି କଲ୍ୟାଣ ମଣ୍ଡପ ଖୋଲିବାକୁ ଅନୁମତି ଦେଇଛି। ପାର୍ବଣ ସମୟ ଚାଲିଥିବାରୁ ଏବେ ମଣ୍ଡପଗୁଡ଼ିକରେ କଟକଣାର ସହ କାର୍ଯ୍ୟକ୍ରମ ପାଳନ କରାଯିବ। ବିଏମ୍‌ସି ସହ ଘରୋଇ ସଂସ୍ଥାର କଲ୍ୟାଣ ମଣ୍ଡପ, ବିବାହ ମଣ୍ଡପ, ରିସୋର୍ଟ ଆଦି ଖୋଲିପାରିବେ। ନିୟମ ଉଲ୍ଲଂଘନ କରୁଥିଲେ ମଣ୍ଡପ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆବଶ୍ୟକ ପଡ଼ିଲେ ସିଲ୍‌ ମଧ୍ୟ କରିଦିଆଯିବ। ଅନ୍ୟପକ୍ଷେ ବେଆଇନ ଥିବା ଦର୍ଶାଇ ବିଏମ୍‌ସି ଯେଉଁ ମଣ୍ଡପଗୁଡ଼ିକୁ ସିଲ୍‌ କରିଥିଲା ସେଗୁଡ଼ିକର ତାଲା ଏବେ ବି ଖୋଲିବ ନାହିଁ। ସେମାନେ କାଗଜପତ୍ର ଦାଖଲ କଲାପରେ ଯାଇ ବିଚାରକୁ ନିଆଯିବ ବୋଲି କମିଶନର ଚୌଧାରୀ କହିଛନ୍ତି। ବିଏମ୍‌ସି ଏବଂ ବିଡିଏ ଫେବୃୟାରୀ ପହିଲାରୁ ବେଆଇନ୍‌ କଲ୍ୟାଣ ମଣ୍ଡପ ସିଲ୍‌ ଆରମ୍ଭ କରିଥିଲା। ପରେ କରୋନା ଯୋଗୁ ମଣ୍ଡପ/ରିସୋର୍ଟ ବନ୍ଦ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଫଳତା ପଥରେ ଓଡ଼ିଶା ମିଲେଟ୍‌ସ ମିଶନ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଫିଙ୍ଗର୍‌ ମିଲେଟ୍‌ ବା ରାଗି। ଓଡ଼ିଆରେ ମାଣ୍ଡିଆ। ଦିନ ଥିଲା ଓଡ଼ିଶାର ଘରେ ଘରେ ଏହା ପରିଚିତ ଥିଲା। ଗରିବଙ୍କ ଠାରୁ ଧନୀଙ୍କ ପର୍ଯ୍ୟନ୍ତ...

ଝିଅ ଯୋଗାଇବାକୁ ବାଧ୍ୟ କରୁଥିଲେ ଆର୍ମଡ ଡିସିପି

ଭୁବନେଶ୍ୱର,୬।୪(ବ୍ୟୁରୋ): ଝିଅ ଯୋଗାଇବାକୁ ମୋ ସ୍ବାମୀଙ୍କୁ ବାଧ୍ୟ କରୁଥିଲେ ଓଏସ୍‌ଏପି ଡିସିପି ବିଜୟ କୁମାର ସାହୁ। ଏଥିପାଇଁ ତାଙ୍କୁ ମାନସିକ ଚାପ ମଧ୍ୟ ପକାଉଥିଲେ। ଝିଅ...

ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା: ୨୨ ଛାତ୍ରଙ୍କ ନାମରେ ନୋଟିସ

ସମ୍ବଲପୁର,୭ା୪(ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ସ୍ଥିତିରେ ବୁଧବାର ସୁଧାର ଆସିଛି। ଅଫିସ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ...

କାର୍‌ ପାର୍କିଂ ପାଇଁ ବିଏମ୍‌ସିର ଉଚ୍ଛେଦ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ୟୁନିଟ୍‌-୨ ମାର୍କେଟ ବିଲଡିଂ ପାର୍ଶ୍ୱରେ ନିର୍ମାଣାଧୀନ ବହୁତଳ କାର୍‌ ପାର୍କିଂର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ୨୪ ଉଠାଦୋକାନୀଙ୍କୁ ଶନିବାର ଉଚ୍ଛେଦ କରିଛି ବିଏମ୍‌ସି।...

ସଂକ୍ରମିତ ଗର୍ଭବତୀ ହୋମ୍‌ ଆଇସୋଲେଶନରେ ରହିପାରିବେ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ସଂକ୍ରମିତ ଗର୍ଭବତୀ ହୋମ୍‌ ଆଇସୋଲେଶନରେ ରହିପାରିବେ। କିନ୍ତୁ ସେ ପରିବାରର ଅନ୍ୟ କାହା ସହିତ ମିଶିବେ ନାହିଁ ବୋଲି ଏସ୍‌ସିବି ମେଡିକାଲର ସ୍ତ୍ରୀ...

ମାନସ ସ୍ବାଇଁ ହତ୍ୟା ମାମଲା: ନିରଞ୍ଜନ ସେଠୀଙ୍କ ଜାମିନ୍‌ ଆବେଦନ ଖାରଜ

ଭଦ୍ରକ ଅଫିସ, ୨୬।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ୍‌ ଆବେଦନକୁ ଭଦ୍ରକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ଜଳଦ କୁମାର ତ୍ରିପାଠୀ

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ରାଜ୍ୟର ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଜଳଦ କୁମାର ତ୍ରିପାଠୀ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ...

ବାୟୋ ଟଏଲେଟ୍‌ଯୁକ୍ତ ହେଲା ସମସ୍ତ ଟ୍ରେନ୍‌

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପରିବେଶ ସ୍ବଚ୍ଛତା ଦିଗରେ ପୂର୍ବତଟ ରେଳପଥ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ନିଜ ଅଧୀନରେ ଥିବା ସମସ୍ତ ଟ୍ରେନ୍‌କୁ ବାୟୋ ଟଏଲେଟ୍‌ଯୁକ୍ତ କରିଛି।...

Advertisement
Archives

Model This Week