Posted inଜାତୀୟ

ଅଧ୍ୟକ୍ଷଙ୍କୁ ଭଙ୍ଗା ବୋତଲ ଫିଙ୍ଗି କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ,୨୩ା୧୦: ଓ୍ବକଫ୍‌ (ସଂଶୋଧନ) ବିଲ୍‌ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିିଥିବାବେଳେ ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ଏକ ଗ୍ଲାସ୍‌ ବୋତଲ ଭାଙ୍ଗି ଅଧ୍ୟକ୍ଷଙ୍କ ଉପରକୁ ଫିଙ୍ଗିବା ବେଳେ ନିଜେ ଆହତ ହୋଇଛନ୍ତି। ତେବେ ଆକ୍ରମଣରୁ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‌ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ବ୍ୟବହାର ପାଇଁ କଲ୍ୟାଣଙ୍କୁ ସଂସଦୀୟ କମିଟିରୁ ଦିନକ ପାଇଁ ନିଲମ୍ବନ କରାଯାଇଛି। ତାଙ୍କର ଏଭଳି କାର୍ଯ୍ୟକୁ ଭାଜପାର ବରିଷ୍ଠ ଏମ୍‌ପି ଜଗଦମ୍ବିକା ନିନ୍ଦା କରିଛନ୍ତି। ଏହା ଅଭୂତପୂର୍ବ ଏବଂ ସବୁ ସୀମା ଟପିଯାଇଥିବା ଜଗଦମ୍ବିକା କହିଛନ୍ତି। ଏମ୍‌ପିମାନେ ସ୍ବାଧିକାର ଉପଭୋଗ କରିବା ଅର୍ଥ ନୁହେଁ, ଜଣେ ରିଭଲଭର ଧରି ଆସିବ ବୋଲି ଭାଜପା ଏମ୍‌ପି ଖବରଦାତାମାନଙ୍କୁ କହିଛନ୍ତି। ବୈଠକରେ କଲ୍ୟାଣ ଏବଂ ଭାଜପା ଏମ୍‌ପି ତଥା କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟ ଏମ୍‌ପି ପରସ୍ପରକୁ ବଙ୍ଗଳା ଭାଷାରେ ଗାଳିଗୁଲଜ କରିଥିଲେ। ଜଗଦମ୍ବିକା ଓ ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବୁଝାଶୁଝା କରି ଶାନ୍ତ କରିବାକୁ ଉଦ୍ୟମ କରୁଥିବାବେଳେ କଲ୍ୟାଣ କାଚ ବୋତଲ ଭାଙ୍ଗି ତାଙ୍କ ଉପରକୁ ଫିଙ୍ଗିଥିଲେ। ଏହି ସମୟରେ କଲ୍ୟାଣଙ୍କ ଡାହାଣ ହାତର ଦୁଇଟି ଆଙ୍ଗୁଠିରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ବୈଠକକୁ ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?