Posted inଜାତୀୟ

କାଳୀ ବିବାଦ: ଅଡୁଆରେ ମହୁଆ

କୋଲକାତା, ୭ା୭: ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇ କାନାଡାରେ ପ୍ରଦର୍ଶିତ କରିଥିବା ଏକ ଫିଚର ମୁଭି ‘କାଳୀ’ ପୋଷ୍ଟରକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ହିନ୍ଦୁ ଦେବୀ କାଳୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି। କାଳୀ ଜଣେ ମାଂସଖିଆ ଏବଂ ମଦ ଗ୍ରହଣ କରୁଥିବା ଦେବୀ ବୋଲି ମହୁଆ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ କହିବା ପରେ ତାଙ୍କୁ ଗିରଫ ପାଇଁ ଦାବି ହୋଇଛି। ମହୁଆ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ମଧ୍ୟପ୍ରଦେଶର ଭୋପାଳରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏଥିସହ ପଶ୍ଚିମବଙ୍ଗ ଭାଜପା ନେତା ରାଜଶ୍ରୀ ଲାହିରି ଓ ଅନ୍ୟ ଜଣେ ନେତାଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ମହୁଆଙ୍କ ବିରୋଧରେ ଆଉ ଦୁଇଟି ମାମଲା ହୋଇଛି। ୧୦ ଦିନ ମଧ୍ୟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି। ମହୁଆଙ୍କ ମନ୍ତବ୍ୟ ହିନ୍ଦୁଙ୍କ ଭାବାବେଗକୁ ଆଘାତ ଦେଇଛି। କୌଣସି ମୂଲ୍ୟରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି।
ବିରୋଧରେ କେବଳ ପଶ୍ଚିମବଙ୍ଗରେ ଶତାଧିକ ମାମଲା ରୁଜୁ ହୋଇଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କୁ ଗିରଫ ପାଇଁ ଟିଏମ୍‌ସି ଜୋରଦାର ଦାବି ଉଠାଉଥିବାବେଳେ ଏବେ ନିଜ ଦଳର ଏହି ନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଦୋହରା ନୀତିର ପରିଚୟ ଦେଉଛି ବୋଲି ଭାଜପା ବିଧାୟକ ଶୁଭେନ୍ଦୁ ଟିଏମ୍‌ସିକୁ ସମାଲୋଚନା କରିଛନ୍ତି। ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଭାଜପା ନେତା ରତିନ୍ଦ୍ର ବୋଷ ଦାବି କରିଛନ୍ତି।

ପ୍ରଦର୍ଶନୀ ହଟାଇଲା କାନାଡା ମ୍ୟୁଜିୟମ୍‌

କାନାଡା ମ୍ୟୁଜିୟମରେ ପ୍ରଦର୍ଶିତ ଲୀନା ମାନିମେକଲାଇଙ୍କ ‘କାଳୀ’ ଫିଲ୍ମ ପୋଷ୍ଟରରେ ଜଣେ ମହିଳା କାଳୀଙ୍କ ବେଶରେ ସିଗାରେଟ୍‌ ଟାଣୁଥିବା ଫଟୋକୁ ନେଇ ବିରୋଧ ଜାରି ରହିଛି। ତୀବ୍ର ସମାଲୋଚନା ପରେ ଟରଣ୍ଟୋରେ ଥିବା ଆଗା ଖାନ୍‌ ମ୍ୟୁଜିୟମ୍‌ ଫିଲ୍ମ ପ୍ରେଜେଣ୍ଟେଶନକୁ ହଟାଇଛି। ଏଥିସହ ହିନ୍ଦୁ ଏବଂ ଅନ୍ୟ ସମ୍ପ୍ରଦାୟ ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିବା କହି ସଂଗ୍ରହାଳୟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ଏହାପୂର୍ବରୁ ବିବାଦୀୟ ‘କାଳୀ’ ପୋଷ୍ଟରକୁ ଆଗା ଖାନ୍‌ ମ୍ୟୁଜିୟମ୍‌ରୁ ହଟାଇବା ପାଇଁ କାନାଡାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ଅଟ୍ଟାଓ୍ବା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

ସତକୁ ସାହାରା ଦରକାର ନାହିଁ

ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରାଙ୍କ ବିରୋଧରେ ଭାଜପା ପକ୍ଷରୁ ବିଭିନ୍ନ ଥାନାରେ ମାମଲା ରୁଜୁ ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଏକ ଟୁଇଟରେ ମହୁଆ ଲେଖିଛନ୍ତି, ‘ବ୍ରିଙ୍ଗ୍‌ ଇଟ୍‌ ଅନ୍‌ ବିଜେପି! ମୁଁ ଜଣେ କାଳୀ ଭକ୍ତ। ମୁଁ କାହାରିକୁ ଭୟ କରେ ନାହିଁ। ତୁମ ଅଜ୍ଞାନତା, ଗୁଣ୍ଡା, ପୋଲିସ ଏପରି କି ସମାଲୋଚନାକୁ ମୋର ଡର ନାହିଁ। ସତକୁ କାହାର ସାହାରା ଦରକାର ପଡ଼େନି’ ବୋଲି ସେ ଏଥିରେ ଲେଖିଛନ୍ତି। ଅନ୍ୟପକ୍ଷରେ ମହୁଆଙ୍କ ମନ୍ତବ୍ୟକୁ ଟିଏମ୍‌ସି ନିନ୍ଦା କରିବା ସହ ଦଳ ତାହାକୁ କୌଣସିମତେ ସମର୍ଥନ କରେ ନାହିଁ ବୋଲି କହିଛି। ଫଳରେ ମହୁଆ ବୁଧବାର ଦଳର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲକୁ ଅନ୍‌ଫଲୋ କରିଦେଇଛନ୍ତି। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଟୁଇଟର ହ୍ୟାଣ୍ଡେଲ ଏବଂ ମମତା ବାନାର୍ଜୀଙ୍କୁ ସେ ଏହି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଫଲୋ କରୁଛନ୍ତି। ବିବାଦ ଉପରେ ମହୁଆ ଆଉ ଏକ ଟୁଇଟ୍‌ କରି କହିଛନ୍ତି, ସଂଘୀମାନେ(ଆର୍‌ଏସ୍‌ଏସ୍‌ ସଦସ୍ୟ) ମିଛ କହିଦେଲେ ଭଲ ହିନ୍ଦୁ ହୋଇପାରିବ ନାହିଁ। କୌଣସି ଫିଲ୍ମ ପୋଷ୍ଟରକୁ ସେ ସମର୍ଥନ କରିନାହାନ୍ତି କି ସିଗାରେଟ୍‌ ଟାଣିବା ସମ୍ପର୍କରେ କିଛି ମନ୍ତବ୍ୟ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?