ଖାଉଟି ଅଦାଲତରେ ଦଣ୍ଡିତ ହେଲେ ‘ମୁକେଶ ଏଣ୍ଟରପ୍ରାଇଜେସ’: ନୂଆ ଟିଭି ସହ…

ଭବାନୀପାଟଣା, ୧୨।୩ (ଉତ୍ତମ କୁମାର ଦାଶ): ଗ୍ରାହକଙ୍କୁ ସେବା ଯୋଗାଇବାରେ ଅବହେଳା କରିବା ଜୁନାଗଡ଼ର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଶ୍ୱପ୍ରସିଦ୍ଧ ଟିଭି ନିର୍ମାତା ସଂସ୍ଥା ‘ସାମସଙ୍ଗ’କୁ ମହଙ୍ଗା ପଡ଼ିଛି। ୱାରେଣ୍ଟି ସମୟରେ ଟିଭି ମରାମତି ନକରି ଗ୍ରାହକଙ୍କୁ ହଇରାଣ କରିଥିବା ଅଭିଯୋଗରେ କଳାହାଣ୍ଡି ଜିଲା ଖାଉଟି ଅଦାଲତ ଉଭୟ ବିକ୍ରେତା ଓ ସଂସ୍ଥାକୁ ଦଣ୍ଡିତ କରିଛନ୍ତି।

ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମର ଉତ୍ତମ ଦାଶ ଗତ ଫେବୃଆରୀ ୨୦୨୩ରେ ଜୁନାଗଡ଼ସ୍ଥିତ ’ମୁକେଶ ଏଣ୍ଟରପ୍ରାଇଜେସ’ରୁ ୫୦ ହଜାର ଟଙ୍କା ଦେଇ ଏକ ୫୫ ଇଞ୍ଚର ସାମସଙ୍ଗ ଏଲଇଡି ଟିଭି କିଣିଥିଲେ। କିଣିବାର ୯ ମାସ ପରେ ଟିଭିର ଡିସପ୍ଲେ ଖରାପ ହୋଇଯାଇଥିଲା। ପ୍ରଥମେ ସର୍ଭିସ ସେଣ୍ଟର ପକ୍ଷରୁ ନୂଆ ଡିସପ୍ଲେ ଲଗାଯାଇଥିଲେ ହେଁ, ମାତ୍ର ୩ ମାସ ପରେ ତାହା ପୁଣି ଅଚଳ ହୋଇପଡ଼ିଥିଲା।

ଅଭିଯୋଗକାରୀ ବାରମ୍ବାର ଦୋକାନ ମାଲିକ ମୁକେଶ ଅଗ୍ରୱାଲ ଓ ସର୍ଭିସ ସେଣ୍ଟରକୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନନେଇ ଦିନ ଗଡ଼ାଇ ଚାଲିଥିଲେ। ଫଳରେ ଟିଭିର ୱାରେଣ୍ଟି ସମୟ ଶେଷ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ୱାରେଣ୍ଟି ଶେଷ ହୋଇଥିବା ଦର୍ଶାଇ ସର୍ଭିସ ସେଣ୍ଟର ଟଙ୍କା ଦାବି କରିଥିଲା। ଅସହାୟ ହୋଇ  ଦାଶ ଜିଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ।

ଅଦାଲତର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପାତ୍ର ଓ ସଦସ୍ୟା ଜୋସ୍ନାରାଣୀ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଆଗାମୀ ୩୦ ଦିନ ମଧ୍ୟରେ ସେହି ବ୍ରାଣ୍ଡର ଏକ ନୂଆ ଟିଭି ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ ହେବ। ଯଦି ଟିଭି ବଦଳାଯାଏ ନାହିଁ, ତେବେ ୫୦ ହଜାର ଟଙ୍କା ସହ ୯% ସୁଧ ପ୍ରଦାନ କରିବାକୁ ପଡ଼ିବ। ଗ୍ରାହକଙ୍କୁ ହଇରାଣ କରିଥିବା ଯୋଗୁଁ ମୁକେଶ ଏଣ୍ଟରପ୍ରାଇଜେସ ୨୦ ହଜାର ଟଙ୍କା କ୍ଷତିପୂରଣ ଦେବେ। ଦୋକାନୀ, ଉତ୍ପାଦନକାରୀ ସଂସ୍ଥା ଓ ସର୍ଭିସ ପରିଚାଳକ ପ୍ରତ୍ୟେକ ୫ ହଜାର ହିସାବରେ ମୋଟ ୧୫ ହଜାର ଟଙ୍କା ପ୍ରଦାନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ବିହାର ମାମଲା ପରିଚାଳନା କରୁଥିଲେ। ଏହି ରାୟ ପରେ ସାଧାରଣ ଖାଉଟିଙ୍କ ମଧ୍ୟରେ ନ୍ୟାୟ ପ୍ରତି ଆଶା ଓ ବିଶ୍ୱାସ ବୃଦ୍ଧି ପାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?