ତାଣ୍ତବ ରଚିଲା କାଳବୈଶାଖୀ: ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଛିଣ୍ଡିଲା ତାର

କେନ୍ଦୁଝର,୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ତାଣ୍ତବ ରଚିଛି କାଳବୈଶାଖୀ। କାଳବୈଶାଖି ପ୍ରଭାବରେ ଅପରାହ୍ନରେ ଅଞ୍ଚଳରେ ଝଡ଼ ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପବନର ବେଗ୍‌ ଏତେ ଜୋରଥିଲା ଯେ, ବଡ଼ ବଡ଼ ଗଛ ଡାଳ ସହ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିଲା। ଏପରିକି ବିଦ୍ୟୁତ୍‌ ତାର ଛିଣ୍ତି ପଡିଥିଲା। ଫଳରେ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି।

କାଳବୈଶାଖି ପ୍ରଭାବରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମର ରାମଚନ୍ଦ୍ର ମୁଣ୍ତାଙ୍କ ଘର କାନ୍ଥ ଭୁଶୁଡି ପଡିଛି। ସୌଭାଗ୍ୟ ବସତଃ ପରିବାର ଲୋକଙ୍କ ସମେତ ଘର ଭିତରେ ଥିବା ଗୃହ ପାଳିତ ପଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ରାମଚନ୍ଦ୍ର ଗରିବ ଶ୍ରେଣୀର ହୋଇଥିବାରୁ ଅଭାବ ଅନଟନରେ ଅଛନ୍ତି। ଏଣୁ ତୁରନ୍ତ ଜିଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ହାତୀକୁଚା ଗ୍ରାମର ମୋହନ କୁମାର ମହାନ୍ତ ଙ୍କ ଘର ନିକଟରେ ଏକ ଜାମୁଗଛ ଡାଳ ଭାଙ୍ଗି ଗାଁକୁ ସଂଯୋଗ କରୁଥିବା ବିଦ୍ୟୁତ୍‌ ତାର ଉପରେ ପଡିବାରୁ ଖୁଣ୍ଟ ଭାଙ୍ଗିବା ସହିତ ତାରଛିଣ୍ତି ପଡିଥିଲା। ଫଳରେ ସମ୍ପୃକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।

ବିଭିନ୍ନ ସ୍ଥାନକୁ ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌ ଓ ବାଇକ୍‌ ସମେତ ଛୋଟ ବଡ ଗାଡି ଯାତାୟତ କରିପାରି ନ ଥିଲା। ଏପରିକି ବିଦ୍ୟୁତ୍‌ ତାର ଛିଣ୍ଡି ପଡିବାରୁ ଗାଁ ଲୋକେ ଅନ୍ଧାରରେ ରହିଛନ୍ତି।

ସେହିପରି ନୂଆଗାଁ ପଞ୍ଚାୟତ ନରସିଂପୁର ମୁଣ୍ତାସାହି ନିକଟରେ ଏକ ଗଛ ଡାଳ ବିଦ୍ୟୁତ୍‌ ତାର ଉପରେ ପଡି ତାର ଛିଣ୍ତି ଯାଇଥିଲା। ଫଳରେ ୪୨ଗାଁକୁ ବିଦ୍ୟୁତ୍‌ ସେବା ବିଛିନ୍ନ ହୋଇଯାଇଛି। ବିଦ୍ୟୁତ୍‌ କର୍ମଚାରୀମାନେ ପହଞ୍ଚି ଏକ ନୂତନ ଖୁଣ୍ଟ ପୋତି ବିଦ୍ୟୁତ୍‌ ସରବରାହ ରାତି ସୁଧା ସଚଳ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ଏପରିକି କେନ୍ଦୁପୋଶି ଗ୍ରାମରେ ଝଡତୋଫାନ ଯୋଗୁ ଲାଲସିଂ ମୁଣ୍ତାଙ୍କ ଘର ଅଗଣାରେ ଥିବା ଏକ ବଡ଼ ତେନ୍ତୁଳି ଡାଳ ଭାଙ୍ଗି ଘର ଉପରେ ପଡିଥିଲା। ହେଲେ ଘରେ କେହି ନ ଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri