ଉଜୁଡ଼ିଯାଇଛି କାଜୁ ଚାଷ

ବ୍ରହ୍ମପୁର,୨୫ା୧୧(ନରସିଂହ ସାହୁ): ଗଞ୍ଜାମ ଜିଲାରେ କାଜୁ ଚାଷ ଉଜୁଡ଼ିଯାଇଛି। ଅନ୍ୟପକ୍ଷରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କାଜୁ ଜଙ୍ଗଲ। ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନି। ଫସଲ ସୁରକ୍ଷା ପ୍ରତି ଅଣଦେଖା ଆଉ ଏକ କାରଣ।
ସୂଚନାଯୋଗ୍ୟ ବ୍ରହ୍ମପୁର ଉପଖଣ୍ଡର ରଙ୍ଗେଇଲୁଣ୍ଡା, ଚିକିଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ହେଉଥିବା ଚାଷ ଯୋଗୁ ପ୍ରଚୁର ପରିମାଣର କାଜୁ  ଉତ୍ପାଦିତ ହେଉଥିଲା। ଛତ୍ରପୁର, ଖଲ୍ଲିକୋଟ, ବେଗୁନିଆପଡ଼ା, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, ସୋରଡ଼ା ଆଦି ବ୍ଲକ ଅଞ୍ଚଳରେ ମଧ୍ୟ କାଜୁ ଚାଷ ବ୍ୟାପକ ହେଉଥିଲା। ଉପତ୍ାଦିତ ଫସଲରର ପ୍ରୋସେସିଂ ୟୁନିଟ ବିଭିନ୍ନ ସ୍ଥାନରେ ଅଛି।
ରଙ୍ଗେଇଲୁଣ୍ଡା ବ୍ଲକର ବିଶ୍ୱନାଥପୁର, କୁଠାରସିଂ, ମନ୍ତ୍ରିଡ଼ି, ଇନ୍ଦ୍ରାକ୍ଷୀ, ମାର୍କଣ୍ଡି, ଲାଉଡ଼ିଗାଁ, କମଳାପୁର ଆଦି ଅଞ୍ଚଳରେ ୨ ହଜାରରୁ ଅଧିକ ଏକର କାଜୁ ଜଙ୍ଗଲରେ ଚାଷ କରାଯାଉଛି।  ଉତ୍ପାଦନ ବେଳକୁ ବାର୍‌ହା ଓ ଘୁଷୁରି ପଲ ପଶି ନଷ୍ଟ କରୁଛନ୍ତି। ସେଥିରୁ ରକ୍ଷା କରିବା ନିମନ୍ତେ କାଜୁ ଜଙ୍ଗଲରେ ତାର ଘେରା ସହ ସେଥିରେ ବିଦ୍ୟୁତ ଝଟକା ଲଗାଇବାକୁ ଦୀର୍ଘ ବର୍ଷର ଦାବି ପ୍ରତି ସରକାର ଅଣଦେଖା କରୁଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।
ଖଲ୍ଲିକୋଟ ଓ ଆଖପାଖ ଅଞ୍ଚଳରେ କାଜୁ ପ୍ରୋସେସିଂ ୟୁନିଟ ଗୁଡ଼ିକରେ ଶ୍ରମିକମାନେ ନିୟୋଜିତ ହୋଇ ରୋଜଗାରକ୍ଷମ ହେଉଛନ୍ତି। ଅନ୍ୟପକ୍ଷରେ ସରକାରୀ ଯୋଜନା ପାଇଁ କାଜୁ ଜଙ୍ଗଲ ଦିଆଯାଉଥିବାରୁ ପରିସୀମା ହ୍ରାସ ପାଉଛି। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଜର ପାଇଁ ରଙ୍ଗେଇଲୁଣ୍ଡା ବ୍ଳକର ଲାଉଡ଼ିଗାଁ ନିକଟରେ ବିସ୍ତୃତ କାଜୁ ଜଙ୍ଗଲ ଜମି ଦିଆଯାଇଛି। ଇତିମଧ୍ୟରେ ଆଇଆଇଟିର ଏକ ଅନୁଷ୍ଠାନ ଲାଗି କାଜୁ ଜଙ୍ଗଲ ଜମି ଚିହ୍ନଟ କରାଯାଇଥିବା ଚାଷୀଙ୍କ ଠାରୁ ଜଣାପଡ଼ିଛି।
ରାଜ୍ୟରେ  ଉତ୍ପାଦିତ କାଜୁ ବିଦେଶରେ ଆଦୃତ ହେଉଛି। ଏବେ ବାଂଲାଦେଶକୁ ବିପୁଳ ପରିମାଣର କାଜୁ ରପ୍ତାନୀ କରାଯାଇଛି। ଫସଲ ସୁରକ୍ଷା ଏବଂ ଚାଷୀଙ୍କୁ ଆବଶ୍ୟକ ସହାୟତା ମିଳିଲେ  ଉତ୍ପାଦନ ଆଶାନୁରୂପ ବୃଦ୍ଧି ପାଇବାର କୁହାଯାଇଛି। ଗଞ୍ଜାମର ଜଣେ ବିଜେଡି ନେତା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ହୋଇଛନ୍ତି। ନିଜ ଜିଲାରେ କାଜୁ ଚାଷକୁ ଗୁରୁତ୍ୱ ଦେବା ପାଇଁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?