ବିବାହ ପରେ ନାମ ବଦଳାଇଲେ କାଜଲ; ଅଗ୍ରଓ୍ବାଲ ପରିବର୍ତ୍ତେ ରଖିଲେ କିଚଲୁ

ବମ୍ବେ: ଜୀବନରେ ଅନେକ କିଛି ପରିବର୍ତ୍ତନ କରିଦିଏ ବିବାହ। ସେଭଳି ଗୋଟିଏ ହେଉଛି ନାମ ପରିବର୍ତ୍ତନ। ମହିଳାଟିଏ ବିବାହ ପରେ ନିଜ ସରନେମ୍‌ ବଦଳାଇଥାଏ। ଯଦିଓ ଆଜିକାଲିର ସମାଜରେ କିଛି ମହିଳା ଏଭଳି କରିବାକୁ ପସନ୍ଦ କରୁନାହାନ୍ତି, ତଥାପି କିଛି ଖୁସିରେ ଏଭଳି କରୁଥିବା ମଧ୍ୟ ଦେଖାଯାଏ। ଏବେ ନିକଟରେ ହାତକୁ ଦୁଇହାତ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଏହି ପରମ୍ପରାକୁ ଆପଣାଇଥିବା ଦେଖିବାକୁ ମିଳିଛି।

ଅକ୍ଟୋବର ୩୦ରେ କାଜଲ ନିଜର ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଏହାପରେ ସେ ପ୍ରଶଂସକଙ୍କଠାରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ। ହେଲେ ପୁଣିଥରେ ନଭେମ୍ବର ୭ରେ ସେ ସୋସିଆଲ ମିଡିଆରେ ଆକ୍ଟିଭ ହୋଇ ନିଜର ନୂଆ ପାସପୋର୍ଟର ଫଟୋ ଶେୟାର କରିଛନ୍ତି। ଫଟୋରୁ କାଜଲ ହନିମୁନରେ ଯାଉଥିବା ସ୍ପଷ୍ଟ ହୋଇଛି। ଏହାଛଡ଼ା ସେ ନିଜ ନାମକୁ ବଦଳାଇ କାଜଲ କିଚଲୁ କରିଥିବା ମଧ୍ୟ ଦେଖାଯାଉଛି।

ତେବେ ନିଜର ବିବାହକୁ ନେଇ ବେଶ୍‌ ଖୁସି ଅଛନ୍ତି କାଜଲ। ସେ ନୂଆ ପରିସ୍ଥିତିରେ ନିଜକୁ ଢ଼ାଳିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ଲୋକେ ମିସେସ୍‌ କିଚଲୁ କହୁଛନ୍ତି, ଯାହା ଶୁଣିବାକୁ ତାଙ୍କୁ ଭଲ ଲାଗୁଛି। ଜୀବନର ଏହି ନୂଆ ଯାତ୍ରା ପାଇଁ ସେ ଏବେଠାରୁ ଅଭ୍ୟାସ କରୁଛନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲପାଇ ବସିଥିଲେ ବୈଜୟନ୍ତୀ

ମୁମ୍ବାଇ: ବୈଜୟନ୍ତୀ ମାଲା ବାଲି। ୭୦ ଦଶକର ଆଗଧାଡିର ବଲିଉଡ୍‌ ନାୟିକା। ଆଜି ସେ ୮୩ ବର୍ଷରେ ପାଦ ରଖିଛନ୍ତି ସତ ହେଲେ ଏବେବି ସେ...

ଏହି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏମ୍‌ଏଫ୍‌ ହୁସେନ୍‌

ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅମୃତା ଇଶ୍କ-ଭିସ୍କ, ମେଁ ହୁଁ ନା, ବିବାହ, ମସ୍ତି ଏବଂ ଜଲି...

ଅଙ୍ଗ ଦାନ କରିବେ ବଲିଉଡର ରକ୍‌ଷ୍ଟାର ରଣବୀର କପୁର

ମୁମ୍ବାଇ, ୨୯।୧୧-ଅଙ୍ଗ ଦାନ କରିବେ ବଲିଉଡର ରକଷ୍ଟାର ରଣବୀର କପୁର। ନଭେମ୍ବର ୨୭ରେ ଜାତୀୟ ଅଙ୍ଗ ଦାନ ଦିବସରେ ଅମର ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ...

ସରନେମ୍‌ ବ୍ୟବହାର କରନ୍ତିନି କାଜଲ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ର ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ସେମାନଙ୍କ ନାଁ ପରେ ଟାଇଟଲ ସରନେମ୍‌ ବ୍ୟବହାର କରନ୍ତି ନାହିଁ। ବଲିଉଡ୍‌କୁ ଆସିବା ପୂର୍ବରୁ ସରନେମ୍‌ ବ୍ୟବହାର...

ଗୋବିନ୍ଦାଙ୍କ ସହ କାହିଁକି ଫିଲ୍ମ କରି ନାହାନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ କାଜଲ…

ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କୁ ଫିଲ୍ମ ‘ତ୍ରିଭଙ୍ଗା’ ରେ ଦେଖିବାକୁ ମିଳିଛି। ପ୍ରାୟ ଦେଢ଼ ଘଣ୍ଟା ଅବଧିର ଏହି ଫିଲ୍ମରେ ସେ ଅନୁରାଧା ଆପ୍ତେ ଚରିତ୍ରରେ ଅଭିନୟ...

ଅମିତାଭଙ୍କ ସହ ଫଟୋ ଶେୟାର କଲେ ଶତ୍ରୁଘ୍ନ: କହିଲେ, ‘ବନ୍ଧୁତା ଅତୁଟ ରହୁ’

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଶତ୍ରୁଘ୍ନ ସିହ୍ନା ବଲିଉଡ୍‌ର ଦୁଇ ଖ୍ୟାତନାମା କଳାକାର। ୭୦ ଦଶକର ଏହି ଦୁଇଜଣଙ୍କ ବନ୍ଧୁତା ଉପରେ ଆଜିପର୍ଯ୍ୟନ୍ତ କାହାର ନଜର...

ଫିଲ୍ମଠାରୁ କମ୍‌ ନୁହେଁ ପ୍ରେମକାହାଣୀ; ଭିନ୍ନ ଧର୍ମର ସତ୍ତ୍ୱେ…

ବମ୍ବେ: ଫିଲ୍ମ କଳାକାର-କ୍ରିକେଟରମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ ପ୍ରେମକାହାଣୀ ଏଭଳି ଗଢ଼ିଉଠିଛି। ସେଥିମଧ୍ୟରୁ ଭାରତୀୟ କ୍ରିକେଟର ଜାହିର ଖାନ୍‌ ଏବଂ...

କ୍ୟାଟ୍ରିନାଙ୍କ ଲୁକ୍‌ ଦେଖି ପାକିସ୍ତାନୀ ପ୍ରଶଂସକ ଲେଖିଲେ ଏମିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଆଜିକାଲି ତାଙ୍କ ଅପ୍‌ଡେଟ୍‌ ହରର କମେଡି ଫିଲ୍ମ ‘ଫୋନ୍‌ ଭୂତ୍‌’କୁ ନେଇ ବହୁତ ବ୍ୟସ୍ତ ରହୁଛନ୍ତି। ତାଙ୍କର ଏହି...

Advertisement
Archives

Model This Week