Posted inଜାତୀୟ

କହ୍ନେୟାଙ୍କ ହତ୍ୟାକାରୀଙ୍କ ଭାଜପା ଲିଙ୍କ୍‌ ନେଇ ରାଜନୀତି ଆରମ୍ଭ…

ଉଦୟପୁର, ୨।୭ : ଉଦୟପୁରରେ କହ୍ନେୟା ଲାଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅତାରିଙ୍କ ରାଜନୈତିକ ଲିଙ୍କ୍‌ ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଫଟୋରେ ତାଙ୍କୁ ଭାଜପାର ବରିଷ୍ଠ ନେତା ଗୁଲାବଚନ୍ଦ କଟାରିଆଙ୍କ ସହ ଦେଖିବାକୁ ମିଳିଛି। ଏହି ଫଟୋ ୨୦୧୮ ବୋଲି କୁହାଯାଉଛି। ଏହା ବ୍ୟତୀତ ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସହ ଜଡିତ ଜଣେ କର୍ମଚାରୀଙ୍କ ପୁରୁଣା ସୋସିଆଲ ମିଡ଼ିଆ ପୋଷ୍ଟ୍‌ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସେ ରିୟାଜଙ୍କୁ ଭାଜପା କର୍ମୀ ବୋଲି ଉଲ୍ଲେଖ କରିଛନ୍ତି। ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି।

୨୦୧୯ରେ ଇରଶାଦ ଚେନୱାଲା ଏବଂ ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସହ ଜଡିତ କାର୍ଯ୍ୟକର୍ତ୍ତା ମହମ୍ମଦ ତାହିରଙ୍କ ଦ୍ୱାରା ପ୍ରସ୍ତୁତ ସୋସିଆଲ ମିଡିଆ ପୋଷ୍ଟରେ ରିୟାଜ ଦୃଶ୍ୟମାନ ହେଉଛନ୍ତି। ଏକ ଫଟୋରେ, ଇରଶାଦ ଚେନୱାଲା ରିୟାଜଙ୍କୁ ଫୁଲ ମାଳ ପିନ୍ଧାଇ ସ୍ବାଗତ କରୁଛନ୍ତି। ଯେତେବେଳେ ଏ ବିଷୟରେ ପଚରାଗଲା, ଇରଶାଦ ଚେନୱାଲା କହିଛନ୍ତି ଯେ ସେ ମକ୍କା-ମଦିନାରୁ ଫେରିବା ପରେ ଏଭଳି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଚେନୱାଲା କହିଛନ୍ତି ଯେ ତାଙ୍କୁ ମହମ୍ମଦ ତାହିର ରିୟାଜଙ୍କ ସହ ପରିଚିତ କରିଥିଲେ। ରିୟାଜଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ।

ତାହିର ଜଣେ କ୍ୟାମେରାମ୍ୟାନ ଏବଂ ଭାଜପା ସମର୍ଥକ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ପ୍ରୋଫାଇଲ ଫଟୋରେ ଭାଜପାର ପଗଡି ଦୃଶ୍ୟମାନ ହେଉଛି। ତାହିର ତାଙ୍କ ପୋଷ୍ଟରେ ରିୟାଜଙ୍କୁ ଭାଜପା କର୍ମୀ ବୋଲି କହିଛନ୍ତି। ତାହିର ଏହି ପୋଷ୍ଟରେ ଲେଖିଛନ୍ତି ଉମରାର ଜିଆରାଟରୁ ଉଦୟପୁରରେ ପହଞ୍ଚିବା ପରେ ଭାଜପା କର୍ମୀ ହର ଦିଲ ଅଜିଜ, ରିୟାଜ ଅତାରତଙ୍କୁ ସ୍ବାଗତ କରୁୁଛନ୍ତି। ଆଲ୍ଲା ରିୟାଜ ଅତାରି ଭାଇଜାନଙ୍କ ସମସ୍ତ ପ୍ରାର୍ଥନା ଗ୍ରହଣ କରନ୍ତୁ, ଆମେନ ।

ଏହି ପୋଷ୍ଟଟି ତାହିରଙ୍କ ଫେସବୁକ ଆକାଉଣ୍ଟରୁ ୨୫ ନଭେମ୍ବର ୨୦୧୯ ରେ ଅପଲୋଡ୍‌ କରାଯାଇଥିଲା। ଏଥିରେ ତାହିର ଏବଂ ଚେନୱାଲା ଏବଂ ଅନ୍ୟ ଜଣେ ଭାଜପା ନେତା ରିୟାଜଙ୍କୁ ଫୁଲମାଳ ପିନ୍ଧାଉଥିବାରୁ ଦେଖିବାକୁ ମିଳିଛି। ଏଥି ସହିତ ତାହିର ସହ ଜଡିତ ଅନେକ ପୋଷ୍ଟରେ ରିୟାଜ ଅତାରି ନାମକ ଏକ ଫେସବୁକ ଆକାଉଣ୍ଟ ବିଷୟରେ ଉଲ୍ଲେଖ କରାଯାଇଛି। କିନ୍ତୁ ସେହି ଆକାଉଣ୍ଟ ଏବେ ଆଉ ଦୃଶ୍ୟମାନ ହେଉନାହିଁ। ଏହି ଘଟଣା ପରେ ହତ୍ୟାକାରୀମାନେ ଏହି ଆକାଉଣ୍ଟ ଡିଲିଟ କରିଥିବା ସନ୍ଦେହ କରାଯାଉଛି।

ଏହା ବ୍ୟତୀତ ୨୭ ଅକ୍ଟୋବର ୨୦୧୯ ରେ ତାହିରଙ୍କ ଏକ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସେ ବିବାଦୀୟ ମନ୍ତବ୍ୟ ଲେଖିଛନ୍ତି। ରିୟାଜଙ୍କ ସହ ଫଟୋ ସମ୍ପର୍କରେ ବିରୋଧୀ ଦଳର ନେତା ଗୁଲାବଚନ୍ଦ କଟାରିଆ କହିଛନ୍ତି ଯେ ସଂଖ୍ୟାଲଘୁ ମୋର୍ଚ୍ଚାର କିଛି ପୁରୁଣା କାର୍ଯ୍ୟକ୍ରମରେ ଏହି ଫଟୋ ନିଶ୍ଚୟ ନିଆଯାଇଛି। ଇରଶାଦ ଚେନୱାଲା ସଂଖ୍ୟାଲଘୁ ମୋର୍ଚ୍ଚାର ଜଣେ ପୁରୁଣା କର୍ମୀଚ୍‌। ବାକି ଏହି ଘଟଣାରେ, ଯଦି ମୁଁ କିମ୍ବା ଭାଜପାର କୌଣସି ବ୍ୟକ୍ତି ଜଡିତ ଥାନ୍ତି ତେବେ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟ ଗଲା ଶିବସେନା

ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମଙ୍ଗଳବାର ସୁପାରିଶ କରିଥିଲେ। ଏହାପରେ ମୋଦି କ୍ୟାବିନେଟ ଏହାକୁ ମଞ୍ଜୁରୀ ପ୍ରଦାନ...

ଦେଶରେ ୨୪,୨୪,୫୪୦ ଜଳ ଉତ୍ସ: ୯୭ ପ୍ରତିଶତ ଗ୍ରାମୀଣ ଅଞ୍ଚଳରେ…

ନୂଆଦିଲ୍ଲୀ,୨୪।୪ : ଭାରତ ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଜଳଉତ୍ସର ଗଣନା କରିଛନ୍ତି। ଏହା ଦେଶର ଜଳ ସମ୍ପଦର ଏକ...

ବିଚାରପତିଙ୍କ ସୁରକ୍ଷା ନେଇ ଟାସ୍କ୍‌ ଫୋର୍ସ ଗଠନ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଅସହମତି…

ନୂଆଦିଲ୍ଲୀ,୧୭।୮: ବିଚାରପତିମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଟାସ୍କ୍‌ ଫୋର୍ସ ଗଠନ ଦାବିକୁ କେନ୍ଦ୍ର ସରକାର ଅଯୌକ୍ତିକ କହିଛନ୍ତି। ଏଥିରେ ଅସହମତି ପ୍ରକାଶ କେନ୍ଦ୍ର ସରକାର...

ହର ଘର ତ୍ରିରଙ୍ଗା ଅଭିଯାନ: ୬୦୦ କୋଟିରୁ ଅଧିକ କାରବାର ଆଶା…

ନୂଆଦିଲ୍ଲୀ,୧୩।୮ : ଭାଜପାର ହର ଘର ତ୍ରିରଙ୍ଗା ଅଭିଯାନ ଯୋଗୁ ବଜାରରେ ୬୦୦ କୋଟିରୁ ଅଧିକ ଟଙ୍କା କାରବାର କରିବ ବୋଲି ଆକଳନ କରାଯାଇଛି। ଦେଶର...

ବଢିପାରେ ରାଘବଙ୍କ ଅଡୁଆ

ନୂଆଦିଲ୍ଲୀ,୮।୮: ରାଜ୍ୟ ସଭାର ଗୃହ କାର୍ଯ୍ୟ ସମୟରେ ଯେତେବେଳେ ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ବିଲ୍‌ ପାସ କରାଯାଉଥିଲା ସେତେବେଳେ ଆମ ଆଦମୀ ପାର୍ଟି(ଏଏପି) ନେତା...

ଦ୍ୱିତୀୟ ଥର ଲାଗି ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ

ଅହମଦାବାଦ,୧୨ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଐତିହାସିକ ବିଜୟ ପରେ ଏବେ ମନ୍ତ୍ରିମଣ୍ଡଳ ଶପଥଗ୍ରହଣ ସମାରୋହର ପ୍ରସ୍ତୁତି ଚାଲିଛି । ଭୁପେନ୍ଦ୍ର...

ମୁସଲମାନ ଫେରିବାଲାଠାରୁ ଜିନିଷ କିଣିଲେ ୫୧୦୦ ଟଙ୍କା ଜରିମାନା!

ଅହମଦାବାଦ,୩ ।୭: ଉଦୟପୁରରେ ଟେଲରଙ୍କ ହତ୍ୟାକୁ ବିରୋଧ କରି ଗୁଜରାଟ ବନାସକାଣ୍ଠାରେ ମସଲମାନ ଫେରିବାଲାଙ୍କ ଠାରୁ ଜିନିଷ କ୍ରୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

Advertisement
Archives

Model This Week