ତାଗିଦ୍‌ ପରେ ବି ଶୁଣୁ ନାହାନ୍ତି କବାଡ଼ିଆ

ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):କବାଡ଼ିଆଙ୍କ କବ୍‌ଜାରେ ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ଅଞ୍ଚଳ। ଦିନକୁ ଦିନ ସେମାନଙ୍କ ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ବିଏମ୍‌ସିର ତାଗିଦକୁ ମଧ୍ୟ ଖାତିର କରୁନାହାନ୍ତି। ଜୁଲାଇ ୧୨ରେ ୟୁନିଟ-୩ ଅଞ୍ଚଳରେ ଥିବା କବାଡିଆମାନଙ୍କ ସହିତ ବିଏମ୍‌ସି ଆଲୋଚନା କରି ପରିମଳ ନିୟମକୁ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏଭଳି ନିର୍ଦ୍ଦେଶକୁ କବାଡ଼ିଆମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରୁଥିବା ଦେଖା ଯାଇଛି। ମାଷ୍ଟରକ୍ୟାଣ୍ଟିନ ଠାରୁ ଦୃଷ୍ଟିହୀନ ସଂଘ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଦୈନିକ ଅଳିଆ ଆବର୍ଜନା ଭର୍ତ୍ତିହୋଇ ରହୁଛି। ଫଳରେ ସମ୍ପୃକ୍ତ ଅଞ୍ଚଳ ଦେଇ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡୁଛି। ଏହାକୁ ନେଇ ଜନଅସନ୍ତୋଷ ଦେଖା ଦେବା ସହ ସାଧାରଣଲୋକେ ଟୁଇଟ୍‌ କରି ବିଏମ୍‌ସିକୁ ଅଭିଯୋଗ ଜଣାଉଛନ୍ତି। ସେହିପରି ଏକାଧିକ ଅଭିଯୋଗ ପରେ ବିଏମ୍‌ସି ସେଠାରେ ସଫେଇ କରୁଛି ମାତ୍ର କିଛି ସମୟ ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଅପରପକ୍ଷେ ପୂର୍ବ ଆଲୋଚନା ଅନୁଯାୟୀ, କବାଡ଼ିଆମାନେ ନିଜ ଆଖପାଖ ୫ ମିଟର ପରିଧି ଅଞ୍ଚଳ ସଫା ରଖିବା ସହ ଦୋକାନରେ ୨ଟି ଡଷ୍ଟବିନ ରଖିବାକୁ ବାଧ୍ୟ। ସେହିପରି ଓଦା ଶୁଖିଲା ବର୍ଜ୍ୟ ଅଲଗା ଦେବା ଲାଗି ସେମାନଙ୍କୁ ତାଗିଦ କରାଯାଇଥିଲା। ଏଥିସହ ମାସେ ପର୍ଯ୍ୟନ୍ତ କବାଡ଼ିଖାନାର କାର୍ଯ୍ୟକଳାପ ଉପରେ ବିଏମସି ନଜର ରଖିବ ଏବଂ ସେମାନେ ନିଜ ଅଭ୍ୟାସ ନ ବଦଳାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଥିଲା। ତେବେ ଇତି ମଧ୍ୟରେ ୧ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ସେମାନଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଘଟିନାହିଁ କିମ୍ବା ବିଏମ୍‌ସି ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ସୂଚନାଯୋଗ୍ୟ, ୟୁନିଟ ୩ ଅଞ୍ଚଳରେ ରାସ୍ତାକଡ଼ରେ ଥିବା କବାଡ଼ିଆଖାନା ଲାଗି ଉକ୍ତ ଅଞ୍ଚଳ ଅପରିଷ୍କାର ରହୁଛି। ଏନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିବା ସହ କର୍ପୋରେଶନ ବୈଠକରେ ମଧ୍ୟ ସରଗରମ ଆଲୋଚନା ହୋଇଥିଲା। ଏହାପରେ ବିଏମ୍‌ସି ଘଟଣାକୁ ଗୁରୁତର ସହ ନେଇ ସେମାନଙ୍କ ସହ ଆଲୋଚନା କରିଥିଲେ। ତେବେ ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବାରୁ ସହରର ଅନ୍ୟ ଅଞ୍ଚଳରେ ପରିମଳକୁ ନେଇ ଯେପରି କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି ଏଠାରେ ମଧ୍ୟ ସେଭଳି ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri