ଶୋଭାପାଇବ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ

ଜଟଣୀ,୨୯ା୮(ଡି.ଏନ୍‌.ଏ.): ଆଉ ଦିନକ ପରେ ଗଣେଶ ପୂଜା। ଏ ନେଇ ଉତ୍ସବ ମୁଖର ପୁରପଲ୍ଲୀ। ଦୁଇବର୍ଷ ପରେ ବିଘ୍ନରାଜ ଗଣପତି ବାବା ଭକ୍ତଙ୍କ ମେଳରେ ପୂଜା ପାଇବେ। ମଣ୍ଡପରେ ଠାକୁରଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। ଏହି ପରିପ୍ରେକ୍ଷୀରେ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ସ୍ଥାନୀୟ ସୀତାରାମ ଛକ ବ୍ୟବସାୟୀ ସଂଘର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏଥର ପୂଜାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବା ନେଇ ସଂଘ ପକ୍ଷରୁ ଆକଳନ କରାଯାଇଛି। ମହାଦେବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ’ କଳାକୃତି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବ। ବି.କେ. ଆର୍ଟ କଲେଜର ଛାତ୍ରମାନେ ଏହି କଳାକୃତିକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି।
ଏହି ମଣ୍ଡପରେ ୧୯୬୦ ମସିହାରୁ ଗଣେଶ ପୂଜାରେ ତ୍ରିମୂର୍ତ୍ତି ପୂଜା ପାଇଆସୁଥିବା ସଂଘର ସଦସ୍ୟମାନେ କହିଛନ୍ତି। ଓଡ଼ିଶାର ପ୍ରଥମ ରେଳ ଜଙ୍କ୍‌ଶନ ଜଟଣୀରେ ରହିଥିବାରୁ ଗମନାଗମନର ସୁବିଧା ଯୋଗୁ ଏହି ଅଞ୍ଚଳକୁ ବାହାର ରାଜ୍ୟର ବହୁ ବ୍ୟକ୍ତି ବ୍ୟବସାୟ ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ସୀତାରାମ ବାବୁଙ୍କ ନାମ ଅନୁସାରେ ଉକ୍ତ ଛକର ନାମ ସୀତାରାମ ଛକ ହୋଇଥିବା ଲୋକଶ୍ରୁତିରୁ ଜଣାଯାଏ। କେଳୁଚରଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ରାମ, ରଜବଲି ବ୍ରଦର୍ସ ପ୍ରମୁଖଙ୍କ ସହ ଅନେକ ବ୍ୟକ୍ତିଙ୍କ ଦ୍ୱାରା ସୀତାରାମ ଛକଠାରେ ପୂଜା ଆରମ୍ଭ କରାଯାଇଥିବା ବ୍ୟବସାୟୀ ସଂଘ ସଦସ୍ୟ କହିଛନ୍ତି। ମଣ୍ଡପରେ ଗଣେଶ ଚତୁର୍ଥୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ବିଭିନ୍ନ ପ୍ରକାର ସୁସ୍ବାଦୁ ଭୋଗ ଠାକୁରଙ୍କୁ ଲାଗି ହୋଇଥାଏ। ପରମ୍ପରା ମୁତାବକ ଠାକୁରଙ୍କ ଲଡ଼ୁ ପ୍ରତି ତିନିଦିନରେ ଥରେ ବଦଳା ଯାଇଥାଏ, ଯାହାକୁ ଶ୍ରଦ୍ଧାଳୁ ପ୍ରଦାନ କରିଥାନ୍ତି। ଶେଷ ଦିବସରେ ଆଶାୟୀ ଶ୍ରଦ୍ଧାଳୁ ଉକ୍ତ ଲଡ଼ୁ କ୍ରୟକରି ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି। ପ୍ରତିବର୍ଷ ଠାକୁରଙ୍କ ନିକଟରେ ଅନନ୍ତବ୍ରତ ପାଳନ କରାଯାଇଥାଏ। ଏଥିରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଯୋଗଦେଇଥାନ୍ତି। ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଏବଂ ସ୍ବେଚ୍ଛାସେବୀ ନିୟୋଜିତ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଏମାନେ ଯାହା କୁହନ୍ତି…

ଜଟଣୀ-ଖୋର୍ଦ୍ଧା ଏବଂ ପୁରୀକୁ ସଂଯୋଗ କରୁଥିବା ମୁଖ୍ୟ ମାର୍ଗ ନିକଟରେ ରହିଛି ସୀତାରାମ ଛକ ପୂଜାମଣ୍ଡପ। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ପୂଜା ଦେଖିବାକୁ ଆସିଥାନ୍ତି। ା ସୁଉଚ୍ଚ ତୋରଣ ପାଇଁ ଏହି ଅନୁଷ୍ଠାନର ନଁା ରହିଛି। ହେଲେ ଗତ ୨୦୧୫ ମସିହାରୁ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ ଲାଗି ଗଣେଶ ପୂଜା ସମୟରେ ସାଜସଜ୍ଜା ଏବଂ ତୋରଣରେ ପରିବର୍ତ୍ତନ ଆସିଛି। ରୀତିନୀତି, ପରମ୍ପରାଏବଂ ସଂଘର ମାନ ପାଇଁ ସୀମିତ ଜାଗାରେ ନୂତନତ୍ୱ ଆଣି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରହିଛି।
– ରମେଶ ଚନ୍ଦ୍ର ମହାପାତ୍ର, ସଭାପତି,
ସୀତାରାମ ଛକ ବ୍ୟବସାୟୀ ସଂଘ

କରୋନା ପାଇଁ ବ୍ୟବସାୟୀଙ୍କ କ୍ଷତି ହୋଇଛି, କିନ୍ତୁ ପୂଜା ଲାଗି ଉତ୍ସାହ ରହିଛି। ବର୍ଷ ବର୍ଷ ଧରି ଆମ ଅନୁଷ୍ଠାନ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିପାରିଛି। ସୀମିତ ଜାଗା ଯୋଗୁ ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ମହାଦେବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କଳାକୃତି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରହିଛି। ପ୍ରତିଦିନ ସନ୍ଧ୍ୟାରେ ମହାଦେବଙ୍କଠାରେ ରୀତିନୀତିରେ ପୂଜାର୍ଚ୍ଚନା ସହିତ ଭବ୍ୟ ସନ୍ଧ୍ୟା ଆଳତିର ଆୟୋଜନ କରାଯିବ।
– ଗିରିଶ୍‌ ଚନ୍ଦ୍ର ମହାରଣା, ସମ୍ପାଦକ,
ସୀତାରାମ ଛକ ବ୍ୟବସାୟୀ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?