Posted inଜାତୀୟ

ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ କଂଗ୍ରେସକୁ ବଡ ଝଟ୍‌କା, କଂଗ୍ରେସର ୨୦୦ରୁ ଅଧିକ ନେତା ଭାଜପାରେ ସାମିଲ୍‌

ଚମ୍ବଲ,୨୪।୧: ଲୋକସଭା ନିର୍ବାଚନକୁ ନେଇ ମିଳିତ ମେଣ୍ଟ ଇଣ୍ଡିଆ ଗଠନ କରିଥିବା କଂଗ୍ରେସକୁ ବୁଧବାର ଗୋଟିକ ପରେ ଗୋଟିଏ ଝଟ୍‌କା ମିଳିବାରେ ଲାଗିଛି। ଆସନ ବୁଝାମଣାକୁ ନେଇ ଟିଏମସି, ପଞ୍ଜାବ ଏଏପି ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଦଳଛାଡିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କଂଗ୍ରେସକୁ ବଡ ଝଟ୍‌କା ଦେଇଛନ୍ତି। ଚମ୍ବଲ କ୍ଷେତ୍ରରୁ ପ୍ରାୟ ୨୦୦ରୁ ଅଧିକ କଂଗ୍ରେସ ନେତା କଂଗ୍ରେସ ଛାଡି ପଦ୍ମ ଧରିଛନ୍ତି। କଂଗ୍ରେସ ଛାଡି ଭାଜପା ଆସିଥିବା ପୂର୍ବ ବିଧାୟକ ରାକେଶ ସିଂହ ମାବଇଙ୍କ ନେତୃତ୍ୱରେ ୨୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗ ଦେଇଛନ୍ତି। ସିନ୍ଧିଆ ନିଜର ପାଞ୍ଚ ଦିବସୀୟ ଗସ୍ତରେ ଗ୍ବାଲିଅରର ଚମ୍ବଲ କ୍ଷେତ୍ରରେ ଅଛନ୍ତି। ଗସ୍ତ ସମୟରେ ଏହିସବୁ କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କ ଉପସ୍ଥିତିରେ ଭାଜପାରେ ସାମିଲ୍‌ ହୋଇଛନ୍ତି।

କଂଗ୍ରେସର ମୁରେନା ବିଧାନସଭାର ବିଧାୟକ ଥିବା ରାକେଶ ସିଂହ ଦଳ ଉପରେ ଅସନ୍ତୁଷ୍ଟ ଥିଲେ। ଏହା ଆଗକୁ ଯାଇ ବିଧାନସଭା ନିର୍ବାଚନରେ ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାଜପାରେ ସାମିଲ୍‌ ହୋଇଥିଲେ। କେନ୍ଦ୍ର ମନ୍ଦ୍ରୀ ସିନ୍ଧିଆ ସମକ୍ଷ ଦିଲ୍ଲୀରେ ପହଞ୍ଚି ପଦ୍ମ ଧରିଥିଲେ। କଂଗ୍ରେସକୁ ଏହି ଝଟ୍‌କା ଦେବାର କିଛିଦିନ ନ ଜାଉଣୁ ସିନ୍ଧିଆ ରାକେଶଙ୍କ ମାଧ୍ୟମରେ ୨୨୮ କଂଗ୍ରେସ କର୍ମୀଙ୍କୁ ଭାଜପାରେ ସାମିଲ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?