Posted inଖେଳ

ଜୁଭେଣ୍ଟସକୁ କ୍ରମାଗତ ୯ମ ଟାଇଟଲ

ରୋମ୍‌, ୨୮ା୭ (ଏପି)-ସାମ୍ପଡୋରିଆକୁ ୨-୦ ଗୋଲରେ ପରାସ୍ତ କରିବା ପରେ ଜୁଭେଣ୍ଟସ ଆଉ ଦୁଇଟି ଗେମ୍‌ ବାକି ଥାଇ ସିରି ଏ’ ଟାଇଟଲ ହାସଲ କରିଛି। ଦଳର ଏହା କ୍ରମାଗତ ୯ମ ଟାଇଟଲ, ଯାହାକି ପ୍ରତିଯୋଗିତାରେ ଏକ ନୂଆ ରେକର୍ଡ। କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏହି ମ୍ୟାଚରେ ଗୋଲ ସ୍କୋର କରିଛନ୍ତି। ଫଳରେ ୫ଥର ବାଲନ ଡି’ଅର ପୁରସ୍କାର ବିଜେତା କ୍ରମାଗତ ୧୧ଟି ମ୍ୟାଚରେ ଗୋଲ ସ୍କୋର କରି ଏକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ରବିବାର ସାମ୍ପଡୋରିଆ ବିପକ୍ଷରେ ସେ ପ୍ରଥମ ଗୋଲ୍‌ଟିକୁ ସ୍କୋର କରିଥିଲେ। ସେ ଆଉ ଗୋଟିଏ ଗୋଲ ସ୍କୋର କରିପାରିଲେ ଜୁଭେଣ୍ଟସ ତରଫରୁ ଗୋଟିଏ ସିଜନରେ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡ ଭଙ୍ଗ କରିବେ। ଲିଗ୍‌ର ଗୋଟିଏ ସିଜନରେ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡ ଫେଲିସି ବୋରେଲ୍‌ (୩୧ ଗୋଲ) ୧୯୩୩-୩୪ରେ ହାସଲ କରିଥିଲେ। ଲକ୍‌ଡାଉନ୍‌ ପରେ ରୋନାଲ୍ଡୋ ୧୦ଟି ଗୋଲ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ୟୁରୋପର ୫ ଟପ୍‌ ଲିଗ୍‌ରେ କୌଣସି ଖେଳାଳି ଏତେ ସଂଖ୍ୟାରେ ଗୋଲ କରି ନାହାନ୍ତି। ମାଞ୍ଚେଷ୍ଟର ସିଟିିର ରହିମ୍‌ ଷ୍ଟର୍ଲିଂ ଓ ବେୟର୍ନ ମ୍ୟୁନିକ୍‌ର ରବର୍ଟ ଲିଓ୍ବାଣ୍ଡୋସ୍କି ପ୍ରତ୍ୟକେ ୯ଟି ଲେଖାଏଁ ଗୋଲ ସ୍କୋର କରିଛନ୍ତି। ରେକର୍ଡ ପ୍ରତିଷ୍ଠା କରିବା ସବୁବେଳେ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଦଳର ବିଜୟ ତାଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ରୋନାଲ୍ଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri