Posted inରାଜ୍ୟ

ନାବାଳିକା ଗଣବଳାତ୍କାର ମାମଲା: ୧୮ରେ ଶୁଣାଣି

ଭୁବନେଶ୍ୱର,୧୧ା୧୧ (ବ୍ୟୁରୋ): ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାର ଶୁଣାଣି ଆସନ୍ତା ୧୮ ତାରିଖରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହେବ। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଭିତ୍ତିରେ ଶୁଣାଣି କରାଯିବ। ଉକ୍ତ ତାରିଖରେ ହାଜର ହେବାକୁ ଓଟିଭି ଏମ୍‌ଡି ଜଗିମଙ୍ଗତ ପଣ୍ଡାଙ୍କ ସମେତ ଅଭିଯୋଗକାରିଣୀ, କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଏବଂ ଭୁବନେଶ୍ୱର ଡିସିପିଙ୍କୁ ନୋଟିସ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଏହି ମାମଲାରେ ଗତ ୫ ତାରିଖରେ ରାଜ୍ୟ ଶିଶୁ ଅଧିତ୍କାର ସୁରକ୍ଷା ଆୟୋଗଙ୍କ ନିକଟରେ ଜଗିମଙ୍ଗତ ପକ୍ଷ ରଖିଥିଲେ। ମାମଲା ନାକଚ କରିବାକୁ ସେ ଆବେଦନ କରିଥିଲେ। ପୂର୍ବରୁ ଜଗିମଙ୍ଗତଙ୍କୁ ହାଜର ହେବାକୁ ମହିଳା କମିଶନ ନୋଟିସ କରିଥିଲେ। ମାତ୍ର ସେ କାମ ଥିବା ଦର୍ଶାଇ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ନିଜ ପ୍ରତିନିଧିଙ୍କୁ ପଠାଇଥିଲେ। ମାମଲାରୁ ନିଜ ନାମକୁ ବାଦ୍‌ ଦେବା ଲାଗି ଜଗିମଙ୍ଗତ ନିବେଦନ କରିଥିଲେ। ମାତ୍ର ତାଙ୍କ ନିବେଦନକୁ ମହିଳା କମିଶନ ଖାରଜ କରିଥିଲେ। ଏହାପରେ ସେ ପୁଣି ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଏ ନେଇ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri