ଜର୍ଜ ଫ୍ଲୟଡ୍‌ଙ୍କୁ ନ୍ୟାୟ

ମିନିଆପଲିସ/ଓ୍ବାଶିଂଟନ,୨୨ା୪: ୨୦୨୦ ମେ’ ୨୫ର ବିଚଳିତ କରିଦେବା ଭଳି ଏହି ଦୃଶ୍ୟ ଅନେକଙ୍କ ମନରୁ ଲିଭିପାରିନି ଏଯାଏ। ଶ୍ୱେତାଙ୍ଗ ପୋଲିସ ଦମନରେ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ଆମେରିକା ସମେତ ସାରା ବିଶ୍ୱକୁୁ ସ୍ତବ୍ଧ କରିଦେଇଥିଲା। ଏଇଠୁ ମୁଣ୍ଡ ଟେକିଥିଲା ବର୍ଣ୍ଣ ବୈଷମ୍ୟ ଓ ପୋଲିସ ବର୍ବରତା ବିରୋଧୀ ଆନ୍ଦୋଳନ, ଯାହାର ନିଆଁ ଅନେକ ଦେଶକୁ ହୁ ହୁ ହୋଇ ବ୍ୟାପିଯାଇଥିଲା। ଫ୍ଲୟଡ୍‌ଙ୍କୁ ଗିରଫ କରୁ କରୁ ତାଙ୍କ ଗଳାରେ ଆଣ୍ଠୁ ଚପାଇ ମାରିଥିବା ପୋଲିସ ଅଫିସର ଡେରେକ୍‌ ଚଉଭିନଙ୍କ ଫଇସଲା ହୋଇଛି। ୪୫ ସାକ୍ଷୀଙ୍କ ବୟାନ ଓ ଭିଡିଓ ଫୁଟେଜ୍‌କୁ ଆଧାର କରି ତାଙ୍କୁ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରାଯାଇଛି।
୩ ସପ୍ତାହ ଧରି ଚାଲିଥିବା ଶୁଣାଣି ସୋମବାର ଶେଷ ହେବା ପରେ ଖାଁ ଖାଁ ଲାଗୁଥିଲା ମିନେସୋଟାର ମଧ୍ୟପଶ୍ଚିମ ସହର ମିନିଆପଲିସର ରାସ୍ତା। ଦକ୍ଷିଣ ଭାଗରେ ଥିବା ଏକ ଛକରେ ୯ ମିନିଟ ୨୯ ସେକେଣ୍ଡ ଧରି ଜୀବନର ଭିକ ମାଗି ଶେଷରେ ଆଖି ବୁଜି ଦେଇଥିବା ଫ୍ଲୟଡ୍‌ଙ୍କୁ ପ୍ରାୟ ବର୍ଷେ ପରେ ନ୍ୟାୟ ମିଳିଛି। ସେକେଣ୍ଡ ଡିଗ୍ରୀ ଉଦ୍ଦେଶ୍ୟ ବିହୀନ ହତ୍ୟା, ଥାର୍ଡ ଡିଗ୍ରୀ ମର୍ଡର ଓ ସେକେଣ୍ଡ ଡିଗ୍ରୀ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ। ପ୍ରାୟ ୮ ସପ୍ତାହ ପରେ ଚଉଭିନଙ୍କ ଦଣ୍ଡବିଧାନ କରାଯିବ। ତାଙ୍କୁ ୪୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ଚଉଭିନଙ୍କ ସମେତ ଅନ୍ୟ ୩ ପୋଲିସ ଅଫିସରଙ୍କୁ ମଧ୍ୟ ହତ୍ୟାରେ ସହଯୋଗ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ୭ ମହିଳା ଓ ୫ ପୁରୁଷ (୬ କୃଷ୍ଣକାୟ ଓ ୬ ଶ୍ୱେତାଙ୍ଗ) ବିଚାରପତିଙ୍କୁ ନେଇ ଗଠିତ ଫେଡେରାଲ ଗ୍ରାଣ୍ଡ ଜୁରି ପ୍ରାୟ ୧୦ ଘଣ୍ଟା ଧରି ସର୍ବସମ୍ମତ ରାୟ ଶୁଣାଇବା ପରେ ନୀରବ ପ୍ରାୟ ରାସ୍ତାଘାଟ ଉଲ୍ଲସିତ ହୋଇଯାଇଥିଲା। ଟିଭିରେ ଶୁଣାଣିର ପ୍ରସାରଣ ବେଳେ ଧୂସର ଶୁଟ୍‌ ଓ ସର୍ଜିକାଲ ମାସ୍କ ପିନ୍ଧିଥିବା ୪୫ ବର୍ଷୀୟ ଚଉଭିନ ମନଦେଇ ଶୁଣୁଥିଲେ।

ବିଶ୍ୱକୁ ବଦଳାଇଦେଇଛନ୍ତି ବାପା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଜର୍ଜ ଫ୍ଲୟଡ୍‌ଙ୍କ ୭ ବର୍ଷୀୟା ଝିଅଙ୍କ ସହ କଥା ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାଇଡେନ୍‌ କହିଛନ୍ତି, ଗତବର୍ଷ ଜୁନ୍‌ରେ ଫ୍ଲୟଡ୍‌ଙ୍କ ମୃତଦେହ ସତ୍କାର ବେଳେ ଝିଅ ଜିଆନ୍ନା ଫ୍ଲୟଡ୍‌ଙ୍କୁ ସେ ଭେଟିଥିଲେ। ସେତେବେଳେ ବାଇଡେନ୍‌ କହିଥିଲେ, ତୁମ ବାପା ସ୍ବର୍ଗରୁ ଦେଖି ଗର୍ବ ଅନୁଭବ କରୁଛନ୍ତି। ଉତ୍ତରରେ ଜିଆନ୍ନା କହିଥିଲେ, ବାପା ବିଶ୍ୱକୁ ବଦଳାଇଦେଇଛନ୍ତି। ରାୟ ଆସିବା ପରେ ବାଇଡେନ୍‌ ତାଙ୍କ ସହ ପୁଣି କଥା ହୋଇଥିଲେ। କହିଥିଲେ, ତୁମ ବାପା ସତରେ ବିଶ୍ୱକୁ ବଦଳାଇଦେଇଛନ୍ତି।

ଫ୍ଲୟଡ୍‌ ଏକ ଆନ୍ଦୋଳନ

ଆଫ୍ରିକୀୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ ୨୦ ଡଲାର ଜାଲ୍‌ ବିଲ୍‌ ପଇଠ କରିଥିବା ନେଇ ଜଣେ ଷ୍ଟୋର କ୍ଲର୍କ ଅଭିଯୋଗ କରିଥିଲେ। ତା’ପରେ ହ୍ବାଇଟ୍‌ ପୋଲିସ ଅଫିସରଙ୍କ ବଳ ପ୍ରୟୋଗରେ ଫ୍ଲୟଡ୍‌ଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଆଇ କ୍ୟାଣ୍ଟ ବ୍ରେଦ୍‌ (ମୁଁ ଅଣନିଃଶ୍ୱାସୀ ହୋଇଯାଇଛି) ଥିଲା ତାଙ୍କ ଶେଷ ଉଚ୍ଚାରଣ। ଅନେକ ଦେଖଣାହାରୀ ଏହି ଦୃଶ୍ୟକୁ ମୋବାଇଲ କ୍ୟାମେରାରେ କଏଦ୍‌ କରିଥିଲେ। ବିଶେଷକରି ଜଣେ ସ୍ବଳ୍ପବୟସ୍କା ଝିଅଙ୍କ ଭିଡିଓ ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ସେତେବେଳେ ଫ୍ଲୟଡ୍‌ଙ୍କୁ ଛାଡ଼ିଦେବାକୁ କହୁଥିଲେ। କିନ୍ତୁ ଚଉଭିନ କାହା କଥା ଶୁଣି ନ ଥିଲେ। କୃଷ୍ଣକାୟ ଫ୍ଲୟଡ୍‌ଙ୍କ ମୃତ୍ୟୁ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ବିକ୍ଷୋଭକୁ ଜନ୍ମ ଦେଇଥିଲା। ୧୯୬୦ ଦଶକର ସିଭିଲ ରାଇଟ୍ସ ମୁଭ୍‌ମେଣ୍ଟ ପରେ ଆମେରିକା ଏଭଳି ଆନ୍ଦୋଳନ ଦେଖି ନ ଥିଲା। ଫ୍ଲୟଡ୍‌ଙ୍କ ମୃତ୍ୟୁଜନିତ ବର୍ଣ୍ଣବୈଷମ୍ୟ ବିରୋଧୀ ନିଆଁ ନିକଟରେ ୨୦ ବର୍ଷୀୟ କୃଷ୍ଣକାୟ ଡଉଣ୍ଟେ ରାଇଟ୍‌ଙ୍କ ମୃତ୍ୟୁ ପରେ ଆହୁରି ତେଜିଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?