ବୃଦ୍ଧାଙ୍କୁ ନ୍ୟାୟ: ମିଳିଲା ଘର ତିଆରି ଅନୁମତି, ଝିଅ ଦେବେ ଭରଣପୋଷଣ ଖର୍ଚ୍ଚ

ନବରଙ୍ଗପୁର,୧୯ ।୬(ବି.ପ୍ର.): ଭାଇ ଭାଉଜ ଓ ସେମାନଙ୍କ ପିଲାମାନେ ଘର ତିଆରି କରାଇ ଦେଉ ନ ଥିବା ଅଭିଯୋଗ ନେଇ ନବରଙ୍ଗପୁର ସହରର ୧ ନମ୍ବର ୱାର୍ଡର ଚାଉଁରିଆଗୁଡ଼ାରେ ରହୁଥିବା ଦୟାମଣି ହରିଜନ ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟିଥିଲେ। ବରିଷ୍ଠ ନାଗରିକ ଆଇନ-୨୦୦୭ରେ ବୃଦ୍ଧାଙ୍କୁ ଉକ୍ତ ଜାଗାରେ ଘର ତିଆରି କରିବାକୁ ଅନୁମତି ଦିଆଯାଇଛି। ଏଥିସହ ବୃଦ୍ଧା ଜଣକ ବଞ୍ଚତ୍ଥିବା ପର୍ଯ୍ୟନ୍ତ ତାଙ୍କ ୪ ବିବାହିତା ଝିଅ ମାସିକ ୧ହଜାର ଟଙ୍କା ଲେଖାଏ ମା’ଙ୍କୁ ଦେବେ ବୋଲି ଉପଜିଲାପାଳ ନିଜ ରାୟରେ କହିଛନ୍ତି।
ସୂଚନାନୁଯାୟୀ, ଦୟାମଣିଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବାକୁ କାର୍ଯ୍ୟାଦେଶ ଆସିଛି। କିନ୍ତୁ ଭାଇ, ଭାଉଜ ଓ ସେମାନଙ୍କ ପୁଅମାନେ ସେହି ସ୍ଥାନରୁ ତଡ଼ି ଦେଉଛନ୍ତି। ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି ବୋଲି ଚଳିତ ବର୍ଷ ମେ’ ୨ରେ ଦୟାମଣି ନବରଙ୍ଗପୁର ଉପଜିଲାପାଳଙ୍କ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଦୟାମଣିଙ୍କ ଏହି ପିଟିଶନ ପରେ ନବରଙ୍ଗପୁର ଉପଜିଲାପାଳ ଘଟଣାର ତଦନ୍ତ କରି ଶନିବାର ବରିଷ୍ଠ ନାଗରିକ ଆଇନ-୨୦୦୭ ଅନୁଯାୟୀ ରାୟ ଶୁଣାଇଛନ୍ତି। ଦୟାମଣି ତାଙ୍କ ଜାଗାରେ ଘର କରିବେ ଏବଂ ସେ ବଞ୍ଚତ୍ଥିବା ପର୍ଯ୍ୟନ୍ତ ତାଙ୍କ ୪ ବିବାହିତା ଝିଅ ମାସିକ ୧ ହଜାର ଟଙ୍କା ଲେଖାଏଁ ମା’ଙ୍କୁ ଦେବେ। ଏଥିସହ ଭରଣପୋଷଣ ଦାୟିତ୍ୱ ତୁଲାଇବେ ବୋଲି ଦୟାମଣିଙ୍କ ସପକ୍ଷରେ ଉପଜିଲାପାଳ ରାୟ ଶୁଣାଇଛନ୍ତି। ସମ୍ମାନର ସହ ବଞ୍ଚତ୍ବା ପାଇଁ ବରିଷ୍ଠ ନାଗରିକଙ୍କ ଲାଗି ଆଇନ ରହିଛି, ଆବଶ୍ୟକ ସ୍ଥଳେ ବରିଷ୍ଠ ନାଗରିକମାନେ ଏହାର ଉପଯୋଗ କରନ୍ତୁ ବୋଲି ନବରଙ୍ଗପୁର ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?