ବୃଦ୍ଧାଙ୍କୁ ନ୍ୟାୟ: ମିଳିଲା ଘର ତିଆରି ଅନୁମତି, ଝିଅ ଦେବେ ଭରଣପୋଷଣ ଖର୍ଚ୍ଚ

ନବରଙ୍ଗପୁର,୧୯ ।୬(ବି.ପ୍ର.): ଭାଇ ଭାଉଜ ଓ ସେମାନଙ୍କ ପିଲାମାନେ ଘର ତିଆରି କରାଇ ଦେଉ ନ ଥିବା ଅଭିଯୋଗ ନେଇ ନବରଙ୍ଗପୁର ସହରର ୧ ନମ୍ବର ୱାର୍ଡର ଚାଉଁରିଆଗୁଡ଼ାରେ ରହୁଥିବା ଦୟାମଣି ହରିଜନ ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟିଥିଲେ। ବରିଷ୍ଠ ନାଗରିକ ଆଇନ-୨୦୦୭ରେ ବୃଦ୍ଧାଙ୍କୁ ଉକ୍ତ ଜାଗାରେ ଘର ତିଆରି କରିବାକୁ ଅନୁମତି ଦିଆଯାଇଛି। ଏଥିସହ ବୃଦ୍ଧା ଜଣକ ବଞ୍ଚତ୍ଥିବା ପର୍ଯ୍ୟନ୍ତ ତାଙ୍କ ୪ ବିବାହିତା ଝିଅ ମାସିକ ୧ହଜାର ଟଙ୍କା ଲେଖାଏ ମା’ଙ୍କୁ ଦେବେ ବୋଲି ଉପଜିଲାପାଳ ନିଜ ରାୟରେ କହିଛନ୍ତି।
ସୂଚନାନୁଯାୟୀ, ଦୟାମଣିଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବାକୁ କାର୍ଯ୍ୟାଦେଶ ଆସିଛି। କିନ୍ତୁ ଭାଇ, ଭାଉଜ ଓ ସେମାନଙ୍କ ପୁଅମାନେ ସେହି ସ୍ଥାନରୁ ତଡ଼ି ଦେଉଛନ୍ତି। ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି ବୋଲି ଚଳିତ ବର୍ଷ ମେ’ ୨ରେ ଦୟାମଣି ନବରଙ୍ଗପୁର ଉପଜିଲାପାଳଙ୍କ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଦୟାମଣିଙ୍କ ଏହି ପିଟିଶନ ପରେ ନବରଙ୍ଗପୁର ଉପଜିଲାପାଳ ଘଟଣାର ତଦନ୍ତ କରି ଶନିବାର ବରିଷ୍ଠ ନାଗରିକ ଆଇନ-୨୦୦୭ ଅନୁଯାୟୀ ରାୟ ଶୁଣାଇଛନ୍ତି। ଦୟାମଣି ତାଙ୍କ ଜାଗାରେ ଘର କରିବେ ଏବଂ ସେ ବଞ୍ଚତ୍ଥିବା ପର୍ଯ୍ୟନ୍ତ ତାଙ୍କ ୪ ବିବାହିତା ଝିଅ ମାସିକ ୧ ହଜାର ଟଙ୍କା ଲେଖାଏଁ ମା’ଙ୍କୁ ଦେବେ। ଏଥିସହ ଭରଣପୋଷଣ ଦାୟିତ୍ୱ ତୁଲାଇବେ ବୋଲି ଦୟାମଣିଙ୍କ ସପକ୍ଷରେ ଉପଜିଲାପାଳ ରାୟ ଶୁଣାଇଛନ୍ତି। ସମ୍ମାନର ସହ ବଞ୍ଚତ୍ବା ପାଇଁ ବରିଷ୍ଠ ନାଗରିକଙ୍କ ଲାଗି ଆଇନ ରହିଛି, ଆବଶ୍ୟକ ସ୍ଥଳେ ବରିଷ୍ଠ ନାଗରିକମାନେ ଏହାର ଉପଯୋଗ କରନ୍ତୁ ବୋଲି ନବରଙ୍ଗପୁର ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri