ନଦୀର ଶୋଭାରେ ଶୋଭିତ ସଙ୍ଗମ-ମେକେଦତୁ

ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ବେଙ୍ଗାଲୁରୁ ନିକଟସ୍ଥ ସଙ୍ଗମ-ମେକେଦତୁ ନାମକ ସ୍ଥାନ ଦୁଇଟି ଆକର୍ଷଣୀୟ ଶୋଭା ପାଇଁ ପର୍ଯ୍ୟଟକଙ୍କୁ ସର୍ବଦା ଆକୃଷ୍ଟ କରିଆସିଛି। ଏଠାରେ ପ୍ରବାହିତ ନଦୀରେ ଗାଧୋଇବା ସହିତ ବୋଟିଂ, ଫିଶିଂ ତଥା ଟ୍ରେକିଂର ମଜା ନେବାରେ ପର୍ଯ୍ୟଟକ ବେଶ୍‌ ଖୁସି ଅନୁଭବ କରିଥାନ୍ତି। ସେଥିପାଇଁ ଛୁଟିଦିନଗୁଡ଼ିକରେ ଏଠାରେ ଆଗନ୍ତୁକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳେ…

ବେଙ୍ଗାଲୁରୁଠାରୁ ପ୍ରାୟ ୯୩ କି.ମି ଦୂରରେ ରହିଛି ସଙ୍ଗମ ଏବଂ ମେକେଦତୁ ନାମରେ ଦୁଇଟି ଆକର୍ଷଣୀୟ ସ୍ଥାନ। ସପ୍ତାହନ୍ତ ଛୁଟି କଟାଇବା ପାଇଁ ଏହା ହେଉଛି ପରଫେକ୍ଟ ଡେଷ୍ଟିନେଶନ। ସଙ୍ଗମ ହେଉଛି ସେହି ସ୍ଥାନ; ଯେଉଁଠାରେ ଅରକାବତୀ ନାମକ ଏକ ନଦୀ କାବେରୀ ନଦୀ ସହ ମିଶିଛି। ଆଉ ସେହି ସ୍ଥାନରୁ ମାତ୍ର ୪ କି.ମି ଦୂରରେ ରହିଛି ମେକେଦତୁ; ଯେଉଁଠାରେ କାବେରୀ ନଦୀ ଆବଡ଼ା ଖାବଡ଼ା ପଥର ଚଟାଣ ଦେଇ ପ୍ରବାହିତ ହେଉଛି। ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ଏହି ସ୍ଥାନଟି ନିଜର ଆକର୍ଷଣୀୟ ପ୍ରାକୃିତକ ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଖାସ୍‌ ସେଥିପାଇଁ ଅଧିକାଂଶ ସମୟ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷତି ହୋଇଥାଏ।
ନାମକରଣକୁ ନେଇ କିିମ୍ବଦନ୍ତୀ: ମେକେଦତୁ ହେଉଛି ‘ମେକେ’ର ଏକ ବିକଶିତ ଶବ୍ଦ। କନ୍ନଡ ଭାଷାରେ ମେକେର ଅର୍ଥ ହେଉଛି ଛେଳି। କିମ୍ବଦନ୍ତୀ ଅନୁଯାୟୀ, ଆଜକୁ ବହୁ ବର୍ଷ ପୂର୍ବେ ଏକ ବାଘ ଗୋଟିଏ ଛେଳିକୁ ମାରିବା ପାଇଁ ଗୋଡ଼ାଉଥିଲା। ଭୟଭୀତ ହୋଇ ପଡିଥିବା ଛେଳିଟି ନିଜକୁ ବଞ୍ଚାଇବା ପାଇଁ ମେକେଦତୁରେ ଥିବା ଏହି ଆବଡ଼ଖାବଡ଼ା ପାହାଡ଼କୁ ଗୋଟିଏ ଲମ୍ଫରେ ପାର୍‌ ହୋଇଯାଇ ନିଜକୁ ବାଘ କବଳରୁ ରକ୍ଷା କରିବାରେ ସଫଳ ହୋଇଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମେକେଦତୁର ଏହି ପାହାଡ ଏତେ ଆବଡ଼ା ଖାବଡ଼ା ଥିଲା ଯେ, ଏହା ଉପରେ ସହଜରେ ଚାଲିବା ମଧ୍ୟ ବଡ଼ କଷ୍ଟକର। ତା’ଛଡ଼ା ଉକ୍ତ ପାହାଡ ମଧ୍ୟରେ ରହିଥିବା ଫାଙ୍କ(ଯାହା ମଧ୍ୟ ଦେଇ କାବେରୀ ନଦୀ ପ୍ରବାହିତ ହୋଇଥାଏ) ଗଭୀର ହେବା ସଙ୍ଗେସଙ୍ଗେ ଖୁବ୍‌ ଚଉଡ଼ା ମଧ୍ୟ ଥିଲା। ତେଣୁ ଏଭଳି କ୍ଷେତ୍ରରେ ଛେଳିଟିଏ କୁଦା ମାରି ଡେଇଁ ଚାଲିଯିବା ଘଟଣାଟି ସ୍ଥାନୀୟ ଲୋକଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା। ସେମାନେ ଏହି ଘଟଣାକୁ ଭଗବାନଙ୍କର ଏକ ଚମତ୍କାର ବୋଲି ମାନି ନେଇଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଏହି ସ୍ଥାନଟିର ନାଁ ମେକେଦତୁ ରଖାଯାଇଥିଲା ବୋଲି ବିଶ୍ୱାସ କରାଯାଏ। ସେହିପରି ଅରକାବତୀ ନଦୀ ଏବଂ କାବେରୀ ନଦୀର ସଙ୍ଗମସ୍ଥଳକୁ ସଙ୍ଗମ ନାଁରେ ଲୋକମୁଖରେ ପ୍ରଚାରିତ ହେବାକୁ ଲାଗିଥିଲା।
କେବେ ଓ କେମିତି ଯିବେ: ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଏହି ଆକର୍ଷଣୀୟ ସ୍ଥାନକୁ ବର୍ଷର ଯେ କୌଣସି ସମୟରେ ବୁଲିଯିବାର ସୁବିଧା ଥିଲେ ହେଁ, ସେପ୍ଟେମ୍ବରରୁ ଡିସେମ୍ବର ହେଉଛି ସବୁଠୁ ପ୍ରକୃଷ୍ଟ ସମୟ। କାରଣ ଏହି ସମୟରେ ସ୍ଥାନୀୟ ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ପ୍ରଥମେ ବେଙ୍ଗାଲୁରୁରେ ପହଁଞ୍ଚତ୍ ସେଠାରୁ କନକପୁରା ନାମକ ଏକ ସ୍ଥାନକୁ ଯିବାକୁ ହୋଇଥାଏ। ଏହାପରେ କନକପୁରାରୁ ସଙ୍ଗମ ପର୍ଯ୍ୟନ୍ତ ମୋଟରଗାଡ଼ିରେ ଯିବାର ସୁବିଧା ରହିଛି। କିନ୍ତୁ ତା’ପରେ ପର୍ଯ୍ୟଟକଙ୍କୁ ସ୍ବତନ୍ତ୍ର ବୋଟ୍‌ ଦ୍ୱାରା ନଦୀ ପାର୍‌ ହୋଇ ମେକେଦତୁରେ ପହଁଞ୍ଚତ୍ବାକୁ ହୋଇଥାଏ। ପର୍ଯ୍ୟଟକ ଚାହିଁଲେ ନିଜସ୍ବ ଗାଡ଼ି ଦ୍ୱାରା ମଧ୍ୟ ସଙ୍ଗମ ପର୍ଯ୍ୟନ୍ତ ଯାଇପାରିବେ।
ବୋଟିଂ, ଫିଶିଂ ଓ ଟ୍ରେକିଂର ନିଆରା ମଜା: ଯେହେତୁ ଏହି ସ୍ଥାନରେ ନଦୀ ରହିଛି; ତେଣୁ ଏଠାରେ ପଯର୍ର୍‌ୟଟକ ବୋଟିଂ ସହିତ ଫିଶିଂ କରିବାର ନିଆରା ଅନୁଭୂତି ମଧ୍ୟ ଲଭିପାରିବେ। ଏଥିସହିତ ଏଠାରେ ଆବଡ଼ାଖାବଡ଼ା ପଥରର ପାହାଡ଼ ସାଙ୍ଗକୁ ଜଙ୍ଗଲିଆ ପରିବେଶ ଥିବାରୁ ଟ୍ରେକିଂ ବି କରିପାରିବେ। ଏହାଛଡ଼ା ନଦୀରେ ଗାଧୋଇବାର ଅପୂର୍ବ ଆନନ୍ଦ ମଧ୍ୟ ନେଇପାରିବେ।
ଜରୁରୀ ସୂଚନା: ଏଠାରେ ସନ୍ଧ୍ୟା ୫.୩୦ ପରେ ଆଉ ବୋଟିଂ ପାଇଁ ଅନୁମତି ଦିଆଯାଏ ନାହିଁ। ସେହିପରି ନଦୀରେ ପ୍ରଖର ସ୍ରୋତ ଥିବା ସମୟରେ ମଧ୍ୟ ଏଠାରେ ବୁଲାବୁଲି କରିବାକୁ ବାରଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?