ନଦୀର ଶୋଭାରେ ଶୋଭିତ ସଙ୍ଗମ-ମେକେଦତୁ

ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ବେଙ୍ଗାଲୁରୁ ନିକଟସ୍ଥ ସଙ୍ଗମ-ମେକେଦତୁ ନାମକ ସ୍ଥାନ ଦୁଇଟି ଆକର୍ଷଣୀୟ ଶୋଭା ପାଇଁ ପର୍ଯ୍ୟଟକଙ୍କୁ ସର୍ବଦା ଆକୃଷ୍ଟ କରିଆସିଛି। ଏଠାରେ ପ୍ରବାହିତ ନଦୀରେ ଗାଧୋଇବା ସହିତ ବୋଟିଂ, ଫିଶିଂ ତଥା ଟ୍ରେକିଂର ମଜା ନେବାରେ ପର୍ଯ୍ୟଟକ ବେଶ୍‌ ଖୁସି ଅନୁଭବ କରିଥାନ୍ତି। ସେଥିପାଇଁ ଛୁଟିଦିନଗୁଡ଼ିକରେ ଏଠାରେ ଆଗନ୍ତୁକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳେ…

ବେଙ୍ଗାଲୁରୁଠାରୁ ପ୍ରାୟ ୯୩ କି.ମି ଦୂରରେ ରହିଛି ସଙ୍ଗମ ଏବଂ ମେକେଦତୁ ନାମରେ ଦୁଇଟି ଆକର୍ଷଣୀୟ ସ୍ଥାନ। ସପ୍ତାହନ୍ତ ଛୁଟି କଟାଇବା ପାଇଁ ଏହା ହେଉଛି ପରଫେକ୍ଟ ଡେଷ୍ଟିନେଶନ। ସଙ୍ଗମ ହେଉଛି ସେହି ସ୍ଥାନ; ଯେଉଁଠାରେ ଅରକାବତୀ ନାମକ ଏକ ନଦୀ କାବେରୀ ନଦୀ ସହ ମିଶିଛି। ଆଉ ସେହି ସ୍ଥାନରୁ ମାତ୍ର ୪ କି.ମି ଦୂରରେ ରହିଛି ମେକେଦତୁ; ଯେଉଁଠାରେ କାବେରୀ ନଦୀ ଆବଡ଼ା ଖାବଡ଼ା ପଥର ଚଟାଣ ଦେଇ ପ୍ରବାହିତ ହେଉଛି। ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ଏହି ସ୍ଥାନଟି ନିଜର ଆକର୍ଷଣୀୟ ପ୍ରାକୃିତକ ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଖାସ୍‌ ସେଥିପାଇଁ ଅଧିକାଂଶ ସମୟ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷତି ହୋଇଥାଏ।
ନାମକରଣକୁ ନେଇ କିିମ୍ବଦନ୍ତୀ: ମେକେଦତୁ ହେଉଛି ‘ମେକେ’ର ଏକ ବିକଶିତ ଶବ୍ଦ। କନ୍ନଡ ଭାଷାରେ ମେକେର ଅର୍ଥ ହେଉଛି ଛେଳି। କିମ୍ବଦନ୍ତୀ ଅନୁଯାୟୀ, ଆଜକୁ ବହୁ ବର୍ଷ ପୂର୍ବେ ଏକ ବାଘ ଗୋଟିଏ ଛେଳିକୁ ମାରିବା ପାଇଁ ଗୋଡ଼ାଉଥିଲା। ଭୟଭୀତ ହୋଇ ପଡିଥିବା ଛେଳିଟି ନିଜକୁ ବଞ୍ଚାଇବା ପାଇଁ ମେକେଦତୁରେ ଥିବା ଏହି ଆବଡ଼ଖାବଡ଼ା ପାହାଡ଼କୁ ଗୋଟିଏ ଲମ୍ଫରେ ପାର୍‌ ହୋଇଯାଇ ନିଜକୁ ବାଘ କବଳରୁ ରକ୍ଷା କରିବାରେ ସଫଳ ହୋଇଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମେକେଦତୁର ଏହି ପାହାଡ ଏତେ ଆବଡ଼ା ଖାବଡ଼ା ଥିଲା ଯେ, ଏହା ଉପରେ ସହଜରେ ଚାଲିବା ମଧ୍ୟ ବଡ଼ କଷ୍ଟକର। ତା’ଛଡ଼ା ଉକ୍ତ ପାହାଡ ମଧ୍ୟରେ ରହିଥିବା ଫାଙ୍କ(ଯାହା ମଧ୍ୟ ଦେଇ କାବେରୀ ନଦୀ ପ୍ରବାହିତ ହୋଇଥାଏ) ଗଭୀର ହେବା ସଙ୍ଗେସଙ୍ଗେ ଖୁବ୍‌ ଚଉଡ଼ା ମଧ୍ୟ ଥିଲା। ତେଣୁ ଏଭଳି କ୍ଷେତ୍ରରେ ଛେଳିଟିଏ କୁଦା ମାରି ଡେଇଁ ଚାଲିଯିବା ଘଟଣାଟି ସ୍ଥାନୀୟ ଲୋକଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା। ସେମାନେ ଏହି ଘଟଣାକୁ ଭଗବାନଙ୍କର ଏକ ଚମତ୍କାର ବୋଲି ମାନି ନେଇଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଏହି ସ୍ଥାନଟିର ନାଁ ମେକେଦତୁ ରଖାଯାଇଥିଲା ବୋଲି ବିଶ୍ୱାସ କରାଯାଏ। ସେହିପରି ଅରକାବତୀ ନଦୀ ଏବଂ କାବେରୀ ନଦୀର ସଙ୍ଗମସ୍ଥଳକୁ ସଙ୍ଗମ ନାଁରେ ଲୋକମୁଖରେ ପ୍ରଚାରିତ ହେବାକୁ ଲାଗିଥିଲା।
କେବେ ଓ କେମିତି ଯିବେ: ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଏହି ଆକର୍ଷଣୀୟ ସ୍ଥାନକୁ ବର୍ଷର ଯେ କୌଣସି ସମୟରେ ବୁଲିଯିବାର ସୁବିଧା ଥିଲେ ହେଁ, ସେପ୍ଟେମ୍ବରରୁ ଡିସେମ୍ବର ହେଉଛି ସବୁଠୁ ପ୍ରକୃଷ୍ଟ ସମୟ। କାରଣ ଏହି ସମୟରେ ସ୍ଥାନୀୟ ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ପ୍ରଥମେ ବେଙ୍ଗାଲୁରୁରେ ପହଁଞ୍ଚତ୍ ସେଠାରୁ କନକପୁରା ନାମକ ଏକ ସ୍ଥାନକୁ ଯିବାକୁ ହୋଇଥାଏ। ଏହାପରେ କନକପୁରାରୁ ସଙ୍ଗମ ପର୍ଯ୍ୟନ୍ତ ମୋଟରଗାଡ଼ିରେ ଯିବାର ସୁବିଧା ରହିଛି। କିନ୍ତୁ ତା’ପରେ ପର୍ଯ୍ୟଟକଙ୍କୁ ସ୍ବତନ୍ତ୍ର ବୋଟ୍‌ ଦ୍ୱାରା ନଦୀ ପାର୍‌ ହୋଇ ମେକେଦତୁରେ ପହଁଞ୍ଚତ୍ବାକୁ ହୋଇଥାଏ। ପର୍ଯ୍ୟଟକ ଚାହିଁଲେ ନିଜସ୍ବ ଗାଡ଼ି ଦ୍ୱାରା ମଧ୍ୟ ସଙ୍ଗମ ପର୍ଯ୍ୟନ୍ତ ଯାଇପାରିବେ।
ବୋଟିଂ, ଫିଶିଂ ଓ ଟ୍ରେକିଂର ନିଆରା ମଜା: ଯେହେତୁ ଏହି ସ୍ଥାନରେ ନଦୀ ରହିଛି; ତେଣୁ ଏଠାରେ ପଯର୍ର୍‌ୟଟକ ବୋଟିଂ ସହିତ ଫିଶିଂ କରିବାର ନିଆରା ଅନୁଭୂତି ମଧ୍ୟ ଲଭିପାରିବେ। ଏଥିସହିତ ଏଠାରେ ଆବଡ଼ାଖାବଡ଼ା ପଥରର ପାହାଡ଼ ସାଙ୍ଗକୁ ଜଙ୍ଗଲିଆ ପରିବେଶ ଥିବାରୁ ଟ୍ରେକିଂ ବି କରିପାରିବେ। ଏହାଛଡ଼ା ନଦୀରେ ଗାଧୋଇବାର ଅପୂର୍ବ ଆନନ୍ଦ ମଧ୍ୟ ନେଇପାରିବେ।
ଜରୁରୀ ସୂଚନା: ଏଠାରେ ସନ୍ଧ୍ୟା ୫.୩୦ ପରେ ଆଉ ବୋଟିଂ ପାଇଁ ଅନୁମତି ଦିଆଯାଏ ନାହିଁ। ସେହିପରି ନଦୀରେ ପ୍ରଖର ସ୍ରୋତ ଥିବା ସମୟରେ ମଧ୍ୟ ଏଠାରେ ବୁଲାବୁଲି କରିବାକୁ ବାରଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri