ସୁହାଇଲା ଭଳି ନ୍ୟାୟ

ସେନା ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭେଟି ନ୍ୟାୟର ଆଶ୍ୱାସନା ଦେଇଛନ୍ତି। ଯେଉର୍ଁମାନଙ୍କର ମୃତ୍ୟୁ ଘଟିଲା ସେମାନେ ଆଉ ଫେରିଆସିବେ ନାହିଁ, କିନ୍ତୁ ନ୍ୟାୟ ମିଳିବ ବୋଲି କହିଥିବା ଜଣାପଡ଼ିଛି। ମାନବିକତା ଦୃଷ୍ଟିରୁ ଏଭଳି କହିବା ଭଲ କଥା। ତେବେ ନ୍ୟାୟ ମିିଳିବ କି ନାହିଁ ଦେଖିବା। ଲୋକମାନଙ୍କ ପ୍ରତି ଆମ ସେନା କରିଥିବା ଅନ୍ୟାୟରେ କି ପ୍ରକାର ନ୍ୟାୟ ପ୍ରଦାନ କରାଯାଇଛି ତା’ ଉପରେ ଏବକାର ତଥା ଏହା ପୂର୍ବ ସରକାରଙ୍କ ରେକର୍ଡ ଯାଞ୍ଚ କରିବା ଦରକାର। ଏ ଦୃଷ୍ଟିରୁ ଆଫ୍‌ସ୍ପା ଅଧିକ ଧ୍ୟାନ ଆକର୍ଷଣ କରେ। ଭାରତର ‘ଅଶାନ୍ତ ଅଞ୍ଚଳ’ରେ ଏହି ଆଇନ ସଶସ୍ତ୍ର ବଳକୁ ଅତ୍ୟଧିକ କ୍ଷମତା ଓ ସୁରକ୍ଷା ଦେଇଥାଏ। ୨୦୧୫ରେ ଉଲ୍ଲେଖ କରାଯାଇଥିଲା ଯେ, ୧୯୯୮ରେ କଶ୍ମୀରରେ ‘ଅଶାନ୍ତ ଅଞ୍ଚଳ ଆଇନ’ ରଦ୍ଦ ହୋଇଥିଲା , କିନ୍ତୁ ତାହା ବଳବତ୍ତର ରହିଥିଲା। ଆଫ୍‌ସ୍ପା ପୋଲିସ ଏବଂ ସାମରିକ ଓ ଅର୍ଦ୍ଧ ସାମରିକ ଯବାନଙ୍କୁ ବ୍ୟାପକ କ୍ଷମତା ଦେଇଛି। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଗୁଳି କରିବା ଆବଶ୍ୟକ ବୋଲି ଅନୁଭବ କଲେ ସେମାନେ ତାହା କରିପାରିବେ। ହେଲେ କେନ୍ଦ୍ରର ବିନା ଅନୁମତିରେ ସେମାନଙ୍କ କାର୍ଯ୍ୟକଳାପ ପାଇଁ ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ନାହିଁ। ଜାନୁୟାରୀ ୨୦୧୮ରେ ରାଜ୍ୟ ସଭାରେ ସରକାର ପ୍ର୍ରକାଶ କରିଥିଲେ ଯେ ଆଫ୍‌ସ୍ପା ଅଧୀନରେ କାର୍ଯ୍ୟରତ ଯବାନମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଜମ୍ମୁ-କଶ୍ମୀର ସରକାରଙ୍କଠାରୁ ୨୬ ବର୍ଷ ମଧ୍ୟରେ ୫୦ଟି ଅନୁରୋଧ ପାଇଥିଲା । କିନ୍ତୁ ସରକାର କୌଣସିି ମମାଲାରେ ବିଚାର ଲାଗି ଅନୁମତି ଦେଇ ନ ଥିଲେ। ୨୦୧୫ରେ ଆମ୍ନେଷ୍ଟି ଇଣ୍ଡିଆର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଏ ସମ୍ପର୍କରେ ୧୦୦ରୁ ଅଧିକ ମାମଲାର ସମୀକ୍ଷା କରାଯାଇ ୫୮ଟି ପରିବାର ସହ ସାକ୍ଷାତ କରାଯାଇଥିଲା। ଜାଣିବାକୁ ମିଳିଥିଲା, ୧୯୯୦ରୁ କଶ୍ମୀର ସରକାରଙ୍କ ଅପରାଧ ଆଇନରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମକଦ୍ଦମା ସକାଶେ କୌଣସି ମଞ୍ଜୁରୀ ପ୍ରଦାନ କରାଯାଇ ନ ଥିଲା।
ସେନା ତାହାର ନିଜସ୍ବ ନ୍ୟାୟିକ ବ୍ୟବସ୍ଥା ଓ ସେନା କୋର୍ଟର ପରିଚାଳନା କରେ ବୋଲି କହେ। ଏଗୁଡ଼ିକ ଅସ୍ପଷ୍ଟ ପ୍ରକ୍ରିୟା ଯେଉଁଠାରେ ପୀଡ଼ିତର ପ୍ରବେଶ ନ ଥାଏ ଏବଂ ସାମରିକ ଶୃଙ୍ଖଳା ସହ ଜଡ଼ିତ ନ ଥିବା ଅପରାଧ ପାଇଁ ଏହାକୁ ବ୍ୟବହାର କରାଯାଏନାହିଁ। ଇକୋନୋମିକ ଟାଇମ୍ସର ଏକ ସମ୍ପାଦକୀୟ (‘ପାଥ୍ରିବଲ ମିଥ୍ୟା ଏନ୍‌କାଉଣ୍ଟର ମାମଲା: ଅଭିଯୁକ୍ତ ଯବାନମାନଙ୍କୁ ଭାରତର ସେନା ନିର୍ଦ୍ଦୋଷରେ ଖଲାସ କରିଛି’, ୨୭ ଜାନୁୟାରୀ ୨୦୧୪)ରେ ସେନା କୋର୍ଟରେ କ’ଣ ହୁଏ ତାହା ପ୍ରକାଶ ପାଇଥିଲା। ମାର୍ଚ୍ଚ ୨୦୦୦ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ଙ୍କ ଭାରତ ଗସ୍ତ ସମୟରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଦର୍ଶାଯାଇଥିଲା। ସେନା ଦାବି କରିଥିଲା ଯେ, ଏହା ଏକ କୁଟୀର ଉପରେ ଆକ୍ରମଣ କରିଛି ଯେଉଁଥିରେ ଲଶ୍କର-ଇ-ତୋଇବା ଉଗ୍ରବାଦୀମାନେ ରହିଥିଲେ ଓ ସେମାନେ କ୍ଲିଣ୍ଟନ୍‌ଙ୍କ ଗସ୍ତ ପୂର୍ବରୁ ଚାଟ୍ଟିସିଂପୋରା ଗାଁରେ ଶିଖଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ୧୧ ମେ ୨୦୦୬ରେ ଏହି ମାମଲାର ଅନୁସନ୍ଧାନ ପରେ ସିବିଆଇ ଶ୍ରୀନଗରର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ‘୭ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍‌’ର ୫ ଜଣ ଯବାନଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରିଥିଲା। ସିବିଆଇର ଯୁକ୍ତି ଥିଲା ଯେ ଏହା ଏକ ଅମାନବୀୟ ହତ୍ୟା ମାମଲା। ତେଣୁ ଅପରାଧୀମାନଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ। ଭାରତୀୟ ସେନା ଆଫ୍‌ସ୍ପାର ଧାରା ୭ ଅନୁଯାୟୀ ୫ଜଣ ସେନା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିଥିଲା। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସେନାର କାର୍ଯ୍ୟକଳାପକୁ ସମର୍ଥନ କରି ସେନା କୋର୍ଟରେ ସେମାନଙ୍କ ବିଚାର କରିବାକୁ ଚାହୁଁଛନ୍ତି କି ନାହିଁ ତାହା ସ୍ଥିର କରିବାକୁ କହିଥିଲେ। ପାଥ୍ରିବଲରେ ୫ଜଣ ନାଗରିକଙ୍କ ମୃତ୍ୟୁର ୧୨ ବର୍ଷ ପରେ ସେପ୍ଟେମ୍ବର ୨୦୧୨ରେ ଭାରତୀୟ ସେନା ସେହି ମାମଲାକୁ ସେନା କୋର୍ଟକୁ ଆଣି ବିଚାର ଆରମ୍ଭ କରିଥିଲା। ୨୪ ଜାନୁୟାରୀ ୨୦୧୪ରେ ଭାରତୀୟ ସେନା ପ୍ରକାଶ କଲା ଯେ, ପ୍ରମାଣ ଅଭାବରୁ ଏହାର ୫ ଜଣ କର୍ମଚାରୀଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛି। ଇକୋନୋମିକ ଟାଇମ୍ସ ସମ୍ପାଦକୀୟ ପ୍ରକାଶ କରିଥିଲା ଯେ, ପାଥ୍ରିବଲ ଅଭିଯୁକ୍ତଙ୍କୁ ସେନା ତା’ ନିଜସ୍ବ ବିଚାର ପ୍ରକ୍ରିୟାରେ ନିର୍ଦ୍ଦୋଷରେ ଖଲାସ କରିବା ଜମ୍ମୁ-କଶ୍ମୀର ଓ ଭାରତର ଉତ୍ତର ପୂର୍ବାଞ୍ଚଳରେ ଲଗାତର ଘଟୁଥିବା ମାନବ ଅଧିକାର ଉଲ୍ଲଂଘନ ଘଟଣାକୁ ଆଢୁଆଳରେ ରଖିଛି, ଯେଉଁଠି ନିଜକୁ ସୁହାଇବା ଭଳି ନ୍ୟାୟ କରିବାରେ ସେନାର ସ୍ବାଧୀନତା ରହିଛି। ଅନ୍ୟ ଏକ ମାମଲାରେ, ୧୧ ଜୁଲାଇ ୨୦୧୮ ରେ ଏକ ଖବର ପ୍ରକାଶ ପାଇଥିଲା (ମାକିଲ ଏନ୍‌କାଉଣ୍ଟର: ୫ ଜଣ ସେନାର ଆଜୀବନ କାରାଦଣ୍ଡ ସ୍ଥଗିତ)ଯେ, ୩ଜଣ ସାଧାରଣ ନାଗରିକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଯବାନଙ୍କୁ ମଧ୍ୟ ସେନା ଟ୍ରିବ୍ୟୁନାଲ ବିନା ବିଚାରରେ ମୁକ୍ତ କରିଥିଲା। ଦୁଇବର୍ଷ ପୂର୍ବେ, ୪ ଡିସେମ୍ବର ୨୦୨୧ରେ ନାଗାଲାଣ୍ଡର ମନ୍‌ ଜିଲାରେ ୬ ଜଣ କୋଇଲା ଶ୍ରମିକଙ୍କୁ ୨୧ ପାରା ସ୍ପେଶିଆଲ ଆର୍ମି ୟୁନିଟ୍‌ର ଯବାନମାନେ ଗୁଳିକରି ହତ୍ୟା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ଓ ଯବାନଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ଆଉ ୭ଜଣ ନାଗରିକ ଓ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିଲା। ଜୁନ୍‌ ୨୦୨୨ରେ,ନାଗାଲାଣ୍ଡ ପୋଲିସ ଜଣେ ମେଜରଙ୍କ ସମେତ ୩୦ ଜଣ ଯବାନଙ୍କ ବିରୋଧରେ ଅଭିଯୋଗ ଦାୟର କଲା। ପରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଜାଣିବାକୁ ପାଇଥିଲେ ଯେ, ସେନା ଠିକ୍‌ ବିଚାର ନ କରି ଭୁଲ୍‌ ପରିଚୟ ବ୍ୟବହାରକରି ଖଣି ଶ୍ରମିକମାନଙ୍କୁ ହତ୍ୟା କରିବାର ସ୍ପଷ୍ଟ ଉଦ୍ଦେଶ୍ୟରେ ଗୁଳି ଚଳାଇଛନ୍ତି। ୧୪ ଏପ୍ରିଲ ୨୦୨୩ ରେ ଭାରତ ସରକାର ବିଚାର ଆରମ୍ଭ କରିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ। ବାସ୍ତବରେ ଏହା ହେଉଛି ପୃଷ୍ଠଭୂମି ଏବଂ କଶ୍ମୀରରେ ଘଟିଥିବା ଘଟଣାଗୁଡ଼ିକ ବିଷୟରେ ରାଜନାଥ ସିଂ ଯାହା କହିଛନ୍ତି ତାହାର ସମ୍ପୂର୍ଣ୍ଣ ବିପରୀତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri