୨୩ ସୁଦ୍ଧା କନିଷ୍ଠ ଶିକ୍ଷକଙ୍କ ସିସିଆର୍‌ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ା୨(ସୁଚିସ୍ମିତା ସାହୁ): ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩ ହଜାର ୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚୂଡ଼ାନ୍ତ ପଦୋନ୍ନତି ତାଲିକାକୁ ନେଇ ସେମାନଙ୍କର ପର୍‌ଫର୍‌ମାନ୍ସ ଆପ୍ରେଜାଲ ରିପୋର୍ଟ (ପାର୍‌), ସମ୍ପତ୍ତି ବିବରଣୀ, ଭିଜିଲାନ୍ସ ଏବଂ ଆପରାଧିକ ମାମଲା ସମ୍ବନ୍ଧୀୟ କ୍ଲିୟରାନ୍ସ ସାର୍ଟିଫିକେଟ ଦାଖଲ କରିବା ପାଇଁ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ଜିଲାର ଡିଇଓମାନେ ଶିକ୍ଷକମାନଙ୍କ ସମସ୍ତ ଡକ୍ୟୁମେଣ୍ଟ ସହ ଚରିତ୍ର ପଞ୍ଜିକା ପ୍ରମାଣପତ୍ର (ସିସିଆର୍‌) ଆସନ୍ତା ୨୩ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ପୂର୍ବରୁ ୨୦୨୪ ସେପ୍ଟେମ୍ବରରେ ଏ ନେଇ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଥିଲା। ତେବେ ଶିକ୍ଷକମାନେ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରି ନ ଥିବାରୁ ନିର୍ଦ୍ଦେଶାଳୟକୁ ବୁଧବାର ପୁଣି ଚିଠି ଲେଖିବାକୁ ପଡ଼ିଛି। ଶିକ୍ଷକମାନ ଡିଇଓଙ୍କ ଦ୍ୱାରା କାଉଣ୍ଟର ସାଇନ କରାଇବେ। ୨୦୨୩-୨୪ ଓ ୨୦୨୪-୨୫ ବର୍ଷର ପର୍‌ଫର୍‌ମାନ୍ସ ଆପ୍ରେଜାଲ ରିପୋର୍ଟ (ପାର୍‌) ଦାଖଲ କରିବେ। ଏଥିସହ ୨୦୨୫ ବର୍ଷର ସମ୍ପତ୍ତି ବିବରଣୀର ସମସ୍ତ ନକଲ ଏବଂ ଶିକ୍ଷକଙ୍କ ବିରୋଧରେ କୌଣସି ଭିଜିଲାନ୍ସ କିମ୍ବା ଆପରାଧିକ ମାମଲା ନ ଥିବା ସାର୍ଟିଫିକେଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଡିଇଓଙ୍କଠାରୁ ସେସବୁ ଡକ୍ୟୁମେଣ୍ଟ ଆସିବା ପରେ ପଦୋନ୍ନତିପ୍ରାପ୍ତ ଶିକ୍ଷକଙ୍କୁ ଖାଲିଥିବା ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତ କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଜାତୀୟ ରାଜପଥ ଉପରେ ମାଳମାଳ ଗାଡ଼ି ପାର୍କିଂ, ବାଇକ୍‌ ଚାଳକଙ୍କୁ ଅଟୋ ଧକ୍କା ଦେବାରୁ…

ଦାରିଙ୍ଗବାଡ଼ି,୨୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରେ ଏବେ ଅମାନିଆ ଅଟୋ ଚାଳକଙ୍କ ଯୋଗୁ ଦୁର୍ଘଟଣା…

ମହିଳା ସଂରକ୍ଷଣ, ସୀମା ନିର୍ଦ୍ଧାରଣ ବିଲ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ମହିଳା ସଂରକ୍ଷଣ ସମ୍ବନ୍ଧରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ଆମେ ଆମର…

ସୀମା ପାର୍‌ କରିଦେଲେ ଟିମ ଇଣ୍ଡିଆର ଫିଲ୍ଡର! ଜଣେ ବ୍ୟାଟରଙ୍କର ତିନୋଟି କ୍ୟାଚ ଛାଡ଼ିଦେଲେ…

ନୂଆଦିଲ୍ଲୀ,୨୮।୧୧: କ୍ରିକେଟରେ କଥା ଅଛି: ‘କ୍ୟାଚ ଧର, ମ୍ୟାଚ ଜିତ।’ ଭାରତୀୟ କ୍ରିକେଟ ଦଳ ନିଶ୍ଚିତ ଭାବରେ ଏ ବିଷୟରେ ଅବଗତ, ତଥାପି ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ…

ମଦବିକ୍ରିକୁ ବିରୋଧ କରି ଏକାଠି ହେଲେ ଗାଁ ଲୋକେ, କାର୍ଯ୍ୟାନୁଷ୍ଠାନ ଦାବିରେ…

ଡେରାବିଶ,୨୮ା୧୧ (ବେବର୍ତ୍ତା ଅଜୟ ଦାସ): ଗ୍ରାମରେ ବେଆଇନ ମଦବିକ୍ରିକୁ ବିରୋଧ କରି ଡେରାବିଶ ଥାନା ବାଲିଆ ପଞ୍ଚାୟତ ମୁଲଣାପାଟଣା ଗ୍ରାମବାସୀ ଏକାଠି ହୋଇଛନ୍ତି। ଶୁକ୍ରବାର ଗ୍ରାମର ବହୁ…

ରାତି ଅଧିଆ ବାଇକ୍‌ରେ ଚନ୍ଦନ କାଠ ଚାଲାଣ, ପୋଲିସ ଜାଲରେ ୩ ଅଭିଯୁକ୍ତ                     

ଦିଗପହଣ୍ଡି/ଚିକିଟି,୨୮|୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ) ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ସଦଳବଳେ ଚିକିଟି,କୃଷ୍ଣପୁର,ଲିଆଖାଇ, ଧାନଘର ଛକ…

ଡିଲିମିଟେସନ ବିଲ୍‌କୁ ନେଇ ବଡ଼ କଥା କହିଲେ ପ୍ରସନ୍ନ ଆଚାର୍ଯ୍ୟ: ନବୀନଙ୍କ …

ଭୁବନେଶ୍ୱର୨୮।୧୧: ଡିଲିମିଟେସନ ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ କି ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଙ୍ଗରେ…

କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?