Posted inଖେଳ

ଜଗରନଟ୍ସ-ଓ୍ବାରିୟର୍ସ ଉଦ୍‌ଘାଟନୀ ମ୍ୟାଚ୍‌

ଭୁବନେଶ୍ୱର, ୧୪।୧୨ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ହେବାକୁ ଯାଉଥିବା ଅଲ୍‌ଟିମେଟ୍‌ ଖୋ ଖୋ (ୟୁକେକେ) ସିଜନ-୨ର କାର୍ଯ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ତଦନୁସାରେ ଚଳିତ ମାସ ୨୪ ତାରିଖରେ ଗତଥରର ଚାମ୍ପିୟନ ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ଓ୍ବାରିୟର୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ୨୦୨୪ ଜାନୁୟାରୀ ୧୩ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ପ୍ରଥମ ଦିବସର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଖିଲାଡିଜ୍‌କୁ ଭେଟିବ ଗତ ସଂସ୍କରଣର ରନରଅପ୍‌ ତେଲଗୁ ଯୋଦ୍ଧାସ। ଜାନୁୟାରୀ ୯ରେ ଲିଗ୍‌ ପର୍ଯ୍ୟାୟ ଶେଷ ହେବ। ଏହା ମଧ୍ୟରେ ପ୍ରତି ଦଳ ପରସ୍ପରକୁ ୨ ଥର ଲେଖାଏ ଭେଟିବେ।
ସ୍ବଦେଶୀ କ୍ରୀଡା ଖୋ ଖୋକୁ ପୁନର୍ଜୀବିତ ଓ ପ୍ରୋତ୍ସାହିତ କରିବା ପାଇଁ ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନଙ୍କ ଦ୍ୱାରା ପ୍ରୋତ୍ସାହିତ ୟୁକେକେ ଅଧିକ ଯୋଜନାବଦ୍ଧଭାବେ ଆୟେଜନ ହେବାକୁ ଯାଉଛି। ବିଶେଷ କରି ପ୍ରଥମ ସଂସ୍କରଣର ସଫଳତା ଆୟୋଜକଙ୍କୁ ଅଧିକ ଉତ୍ସାହିତ କରିଛି। ୟୁକେ ଭିତ୍ତିକ ବିଏନ୍‌ବି ଗ୍ରୁପ୍‌ ସ୍ବଦେଶୀ ବିକାଶର କାହାଣୀକୁ ସୁଦୃଢ କରିବା ପାଇଁ ଅଲ୍ଟିମେଟ ଖୋ ଖୋରେ ନିବେଶ କରିଛି।  ଅଲ୍ଟିମେଟ ଖୋ ଖୋ ସିଜନ-୨ରେ ଭାରତର ଶୀର୍ଷ ୧୪୫ ଖେଳାଳି ସାମିଲ ହୋଇଛନ୍ତି। ୬ଟି ଫ୍ରାଞ୍ଚାଇଜ୍‌ ଦଳ ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍ସ (ଓଡ଼ିଶା ସରକାରଙ୍କ ମାଲିକାନା),  ଚେନ୍ନାଇ କୁଇକ୍‌ ଗନ୍‌ସ (କେଏଲ୍‌ଓ ସ୍ପୋଟର୍‌ସ), ଗୁଜରାଟ ଜାଏଣ୍ଟ୍ସ (ଅଦାନି ସ୍ପୋଟର୍‌ସଲାଇନ୍‌), ମୁମ୍ବାଇ ଖିଲାଡିଜ୍‌ (ଜାହ୍ନବୀ ଧରିଓ୍ବାଲ ବାଲାନ, ପୁନିତ ବାଲାନ ଓ ବାଦଶାହ), ରାଜସ୍ଥାନ ୱାରିୟର୍ସ (କାପ୍ରି ଗ୍ଲୋବାଲ ଗ୍ରୁପ୍‌) ଓ ତେଲୁଗୁ ଯୋଦ୍ଧାସ (ଜିଏମ୍‌ଆର୍‌ ସ୍ପୋଟର୍‌ସ) ୨ୟ ସିଜନରେ  ଟାଇଟଲ ପାଇଁ ଲଢେଇ କରିବେ। ଲିଗ୍‌ର ଶ୍ରେଷ୍ଠ ୪ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହା ଜାନୁୟାରୀ ୧୧ରେ ଅନୁଷ୍ଠିତ ହେବ। ମେଗା ଫାଇନାଲ ଜାନୁୟାରୀ ୧୩ରେ ଅନୁଷ୍ଠିତ ହେବ। ” ଅଲ୍‌ଟିମେଟ ଖୋ ଖୋ ସିଜନ-୨ର ଆରମ୍ଭକୁ ନେଇ ଆମେ ଉତ୍କଣ୍ଠାରେ ଅଛୁ। ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ, ନୂଆ ପ୍ରତିଭାଙ୍କ ସମାଗମ ଏବଂ ଦର୍ଶକଙ୍କ ଉପସ୍ଥିତିରେ ଆମେ ଏଥର ପ୍ରତିଯୋଗିତାକୁ ଅଧିକ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛୁ। ଏଥିରେ ଖେଳାଳିମାନେ ନିଜର ଦକ୍ଷତା ଏବଂ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ। ଭାରତରେ ସ୍ପୋଟର୍‌ସ ଇକୋସିଷ୍ଟମ ବିକାଶରେ ଏହା ନିଶ୍ଚିତ ସହାୟକ ହେବ“ ବୋଲି ଅଲ୍‌ଟିମେଟ ଖୋ ଖୋର ନିର୍ଦ୍ଦେଶକ ତଥା ସିଓଓ ବିଶାଲ ଶର୍ମା ପ୍ରକାଶ କରିଛନ୍ତି। ମ୍ୟାଚ ଗୁଡ଼ିକ ସୋନି ସ୍ପୋଟର୍‌ସ ନେଟଓ୍ବର୍କ ଚ୍ୟାନେଲରେ ସନ୍ଧ୍ୟା ୭ଟାରୁ ପ୍ରସାରିତ ହେବ। ପ୍ରକାଶ ଯୋଗ୍ୟ ଯେ, ଗତବର୍ଷ ଏହାର ପ୍ରଥମ ସଂସ୍କରଣ ପୁଣେର ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।
ଅଲ୍‌ଟିମେଟ ଖୋ ଖୋ କାର୍ଯ୍ୟସୂଚୀ
ଅଂଶଗ୍ରହଣକାରୀ ଦଳ
ଓଡିଶା ଜଗରନଟ୍ସ, ଚେନ୍ନାଇ କୁଇକ୍‌ ଗନ୍‌ସ, ଗୁଜରାଟ ଜାଏଣ୍ଟ୍ସ,ମୁମ୍ବାଇ ଖିଲାଡିଜ୍‌, ରାଜସ୍ଥାନ ୱାରିୟର୍ସ, ତେଲୁଗୁ ଯୋଦ୍ଧାସ
ତାରିଖ ମ୍ୟାଚ
ଡିସେମ୍ବର ୨୪ ଓଡିଶା ଜଗରନଟ୍ସ ବନାମ ରାଜସ୍ଥାନ ୱାରିୟର୍ସ
ତେଲୁଗୁ ଯୋଦ୍ଧାସ ବନାମ ମୁମ୍ବାଇ ଖିଲାଡିଜ୍‌
ଡିସେମ୍ବର ୨୫ ରାଜସ୍ଥାନ ୱାରିୟର୍ସ ବନାମ ଗୁଜରାଟ ଜାଏଣ୍ଟ୍ସ
ଚେନ୍ନାଇ କୁଇକ୍‌ ଗନ୍‌ସ ବନାମ ତେଲୁଗୁ ଯୋଦ୍ଧାସ
ଡିସେମ୍ବର ୨୬ ଗୁଜରାଟ ଜାଏଣ୍ଟ୍ସ  ବନାମ ମୁମ୍ବାଇ ଖିଲାଡିଜ
ଓଡିଶା ଜଗରନଟ୍ସ ବନାମ ଚେନ୍ନାଇ କୁଇକ୍‌ ଗନ୍‌ସ
ଡିସେମ୍ବର ୨୭ ତେଲୁଗୁ ଯୋଦ୍ଧାସ ବନାମ ରାଜସ୍ଥାନ ୱାରିୟର୍ସ
ମୁମ୍ବାଇ ଖିଲାଡିଜ୍‌  ବନାମ ଓଡିଶା ଜଗରନଟ୍ସ
ଡିସେମ୍ବର ୨୯ ରାଜସ୍ଥାନ ୱାରିୟର୍ସ ବନାମ ଚେନ୍ନାଇ କୁଇକ୍‌ ଗନ୍‌ସ
ଗୁଜରାଟ ଜାଏଣ୍ଟ୍ସ  ବନାମ ତେଲୁଗୁ ଯୋଦ୍ଧାସ
ଡିସେମ୍ବର ୩୦ ଚେନ୍ନାଇ କୁଇକ୍‌ ଗନ୍‌ସ ବନାମ ମୁମ୍ବାଇ ଖିଲାଡିଜ
ଓଡିଶା ଜଗରନଟ୍ସ ବନାମ ଗୁଜରାଟ ଜାଏଣ୍ଟ୍ସ
ଡିସେମ୍ବର ୩୧ ତେଲୁଗୁ ଯୋଦ୍ଧାସ ବନାମ ଓଡିଶା ଜଗରନଟ୍ସ
ରାଜସ୍ଥାନ ୱାରିୟର୍ସ ବନାମ ମୁମ୍ବାଇ ଖିଲାଡିଜ
ଜାନୁୟାରୀ ୧ ଗୁଜରାଟ ଜାଏଣ୍ଟ୍ସ  ବନାମ ଚେନ୍ନାଇ କୁଇକ୍‌ ଗନ୍‌ସ
ରାଜସ୍ଥାନ ୱାରିୟର୍ସ ବନାମ ତେଲୁଗୁ ଯୋଦ୍ଧାସ
ଜାନୁୟାରୀ ୨ ଚେନ୍ନାଇ କୁଇକ୍‌ ଗନ୍‌ସ ବନାମ ଓଡିଶା ଜଗରନଟ୍ସ
ମୁମ୍ବାଇ ଖିଲାଡିଜ୍‌  ବନାମ ଗୁଜରାଟ ଜାଏଣ୍ଟ୍ସ
ଜାନୁୟାରୀ ୩ ମୁମ୍ବାଇ ଖିଲାଡିଜ୍‌  ବନାମ ତେଲୁଗୁ ଯୋଦ୍ଧାସ
ରାଜସ୍ଥାନ ୱାରିୟର୍ସ ବନାମ ଓଡିଶା ଜଗରନଟ୍ସ
ଜାନୁୟାରୀ ୫ ତେଲୁଗୁ ଯୋଦ୍ଧାସ ବନାମ ଚେନ୍ନାଇ କୁଇକ୍‌ ଗନ୍‌ସ
ଗୁଜରାଟ ଜାଏଣ୍ଟ୍ସ  ବନାମ ରାଜସ୍ଥାନ ୱାରିୟର୍ସ
ଜାନୁୟାରୀ ୬ ଗୁଜରାଟ ଜାଏଣ୍ଟ୍ସ  ବନାମ ଓଡିଶା ଜଗରନଟ୍ସ
ମୁମ୍ବାଇ ଖିଲାଡିଜ୍‌  ବନାମ ଚେନ୍ନାଇ କୁଇକ୍‌ ଗନ୍‌ସ
ଜାନୁୟାରୀ ୭ ମୁମ୍ବାଇ ଖିଲାଡିଜ୍‌  ବନାମ ରାଜସ୍ଥାନ ୱାରିୟର୍ସ
ଓଡିଶା ଜଗରନଟ୍ସ ବନାମ ତେଲୁଗୁ ଯୋଦ୍ଧାସ
ଜାନୁୟାରୀ ୮ ତେଲୁଗୁ ଯୋଦ୍ଧାସ ବନାମ ଗୁଜରାଟ ଜାଏଣ୍ଟ୍ସ
ଚେନ୍ନାଇ କୁଇକ୍‌ ଗନ୍‌ସ ବନାମ ରାଜସ୍ଥାନ ୱାରିୟର୍ସ
ଜାନୁୟାରୀ ୯ ଓଡିଶା ଜଗରନଟ୍ସ ବନାମ ମୁମ୍ବାଇ ଖିଲାଡିଜ୍‌
ଚେନ୍ନାଇ କୁଇକ୍‌ ଗନ୍‌ସ ବନାମ ଗୁଜରାଟ ଜାଏଣ୍ଟ୍ସ
ଜାନୁୟାରୀ ୧୧ ପ୍ରଥମ ସେମିଫାଇନାଲ
ଦ୍ୱିତୀୟ ସେମିଫାଇନାଲ
ଜାନୁୟାରୀ ୧୩ ତୃତୀୟ ସ୍ଥାନପାଇଁ ମ୍ୟାଚ
               ଫାଇନାଲ
(ସ୍ଥାନ: ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ, କଟକ। ପ୍ରତି ଦିବସର ପ୍ରଥମ ମ୍ୟାଚ ସନ୍ଧ୍ୟା ୭ଟାରୁ ଆରମ୍ଭ। ପ୍ରସାରଣ: ସୋନି ସ୍ପୋଟର୍‌ସ ନେଟ୍‌ଓ୍ବର୍କ)।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?