Posted inଜାତୀୟ

ନ୍ୟାୟପାଳିକା ଅକ୍ତିଆର ଲାଗି ଉଦ୍ୟମ: କଂଗ୍ରେସ

ନୂଆଦିଲ୍ଲୀ,୧୭।୧: କେନ୍ଦ୍ର ସରକାର ନ୍ୟାୟପାଳିକାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ଲାଗି ଚାହୁଁଛନ୍ତି। ସେଥିପାଇଁ ଯୋଜନାବଦ୍ଧ ଢଙ୍ଗରେ ବିବାଦ ସୃଷ୍ଟି କରାଯାଉଛି ବୋଲି ସୋମବାର କଂଗ୍ରେସ ଅଭିଯୋଗ କରିଛି। କଲେଜିୟମ ବ୍ୟବସ୍ଥାର ପୁନର୍ଗଠନ ଲାଗି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଦେଇଥିବା ପ୍ରସ୍ତାବ ନ୍ୟାୟପାଳିକା ଲାଗି ବିଷ ଔଷଧ ବୋଲି କଂଗ୍ରେସ କହିଛି। ବିଚାରପତି ଚୟନ ଲାଗି ଥିବା କଲେଜିୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରିବା ଲାଗି ରିଜିଜୁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ପତ୍ର ଲେଖିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋମବାର ଏହାର ସମାଲୋଚନା କରିଛନ୍ତି।
ବ୍ୟବସ୍ଥାପିକା କାର୍ଯ୍ୟରେ ନ୍ୟାୟପାଳିକା ହସ୍ତକ୍ଷେପ କରୁଥିବା ପୂର୍ବରୁ ଉପରାଷ୍ଟ୍ରପତି ଅଭିଯୋଗ କରିଥିଲେ। ଆଇନମନ୍ତ୍ରୀ ଅନେକ ସମୟରେ ନ୍ୟାୟପାଳିକାକୁ ସମାଲୋଚନା କରୁଛନ୍ତି। ନ୍ୟାୟପାଳିକା ସହ ବିବାଦ ଲାଗି ଯୋଜନାବଦ୍ଧ ଭାବେ ଏଭଳି କରାଯାଉଛି, ଯେପରି ଏଥିରେ ହସ୍ତକ୍ଷେପ କରାଯାଇ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନିଆଯାଇପାରିବ। କଲେଜିୟମରେ ସଂସ୍କାର ଆବଶ୍ୟକ। କିନ୍ତୁ ସରକାର ଯାହା ଚାହୁଁଛନ୍ତି, ତାହା ସମ୍ପୂର୍ଣ୍ଣ ବଶ୍ୟତା। ଏହା ନ୍ୟାୟପାଳିକା ଲାଗି ବିଷ ବଟିକା ସଦୃଶ ବୋଲି ଜୟରାମ ଟୁଇଟ୍‌ କରିଛନ୍ତି।
କେଶବାନନ୍ଦ ଭାରତୀ ରାୟକୁ ଉପରାଷ୍ଟ୍ରପତି ଜଗଦୀପ୍‌ ଧନକରଙ୍କ ସମାଲୋଚନା ନ୍ୟାୟପାଳିକା ଉପରେ ଅଦ୍ଭୁତ ଆକ୍ରମଣ ବୋଲି ପୂର୍ବରୁ କଂଗ୍ରେସ ନେତା କହିଥିଲେ। ୧୯୭୩ରେ ସୁପ୍ରିମକୋର୍ଟଙ୍କ କେଶବାନନ୍ଦ ଭାରତୀ ରାୟକୁ କେହି ସମାଲୋଚନା କରିଥିବା ୧୮ ବର୍ଷର ଏମ୍‌ପି କାର୍ଯ୍ୟକାଳ ମଧ୍ୟରେ ସେ କେବେ ଶୁଣି ନ ଥିବା ଜୟରାମ କହିଥିଲେ। ଏପରିକି ଭାଜପା ନେତା ତଥା ବିଶିଷ୍ଟ ଆଇନଜୀବୀ ଅରୁଣ ଜେଟ୍‌ଲି ମଧ୍ୟ ଉକ୍ତ ରାୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଅଥଚ ବର୍ତ୍ତମାନର ରାଜ୍ୟ ସଭା ଅଧ୍ୟକ୍ଷ ଏହାକୁ ଭୁଲ୍‌ କହିବା ଆଶ୍ଚର୍ଯ୍ୟଜନକ ବୋଲି ଜୟରାମ ପୂର୍ବରୁ ଟୁଇଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ...

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri