Posted inଖେଳ

ଦର୍ଶକଙ୍କ ଉପସ୍ଥିତିରେ ଆଇପିଏଲ୍‌ ପାଇଁ ବିଚାର

ନୂଆଦିଲ୍ଲୀ,୧ା୮ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ଆୟୋଜନ ହେଲେ ଷ୍ଟାଡିୟମର ୩୦ରୁ ୫୦ ପ୍ରତିଶତ ଆସନ ପୂରଣ କରିବା ଲାଗି ଏମିରେଟ୍ସ କ୍ରିକେଟ ବୋର୍ଡ(ଇସିବି) ଆଗ୍ରହୀ। ତେବେ ଏହା ସେଠିକା ସରକାରଙ୍କ ଅନୁମୋଦନ ଉପରେ ନିର୍ଭର କରେ ବୋଲି ଇସିବି ସାଧାରଣ ସମ୍ପାଦକ ମୁବାସଶିର୍‌ ଉସ୍‌ମାନୀ ପ୍ରକାଶ କରିଛନ୍ତି। ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ତାରିଖ ଘୋଷଣା କରିବା ବେଳେ ଟୁର୍ନାମେଣ୍ଟ ସମୟରେ ଦର୍ଶକ ଉପସ୍ଥିତ ରହିପାରିବେ କି ନା ସେ ନିଷ୍ପତ୍ତି ୟୁଏଇ ସରକାର ନେବେ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ୟୁଏଇରେ ଆଇପିଏଲ୍‌ ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା କରି ରହିଛି। ଉସ୍‌ମାନୀ କହିଛନ୍ତି ବିସିସିଆଇଠାରୁ ସବୁଜ ସଂକେତ ମିଳିଯିବା ପରେ ଆମେ ଆମ ସରକାରଙ୍କ ନିକଟରେ ସମ୍ପୂର୍ଣ୍ଣ ପ୍ରସ୍ତାବ ଏବଂ ବିସିସିଆଇ ଏବଂ ଆମ ଦ୍ୱାରା ପ୍ରସ୍ତୁତ ଏସଓପିକୁ ଉପସ୍ଥାପନ କରିବୁ। ଆମ ଲୋକେ ଏହି ସମ୍ମାନଜନକ ଇଭେଣ୍ଟର ଅଭିଜ୍ଞତା ହାସଲ କରନ୍ତୁ ବୋଲି ଆମେ ଚାହୁଁ, କିନ୍ତୁ ଏହା ସରକାରଙ୍କୁ ନିଷ୍ପତ୍ତି ଉପରେ ନିର୍ଭର କରେ। ସୂଚନାଯୋଗ୍ୟ, ୟୁଏଇରେ କୋଭିଡ୍‌-୧୯ ମହାମାରୀ ମୋଟାମୋଟି ଭାବେ ନିୟନ୍ତ୍ରଣରେ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୬,୦୦୦ରୁ ସାମାନ୍ୟ ଅଧିକ। ଅନ୍ୟପକ୍ଷରେ କରେନାଭାଇରସ୍‌ ଆଶଙ୍କାରେ ୧୯୭୦ ପରେ ପ୍ରଥମଥର ନଭେମ୍ବରରେ ହେବାକୁଥିବା ଦୁବାଇ ରଗ୍‌ବୀ ସେଭେନ ଇଭେଣ୍ଟ ୨୦୨୦କୁ ବାତି କରାଯାଇଛି। ଉସ୍‌ମାନ କହିଛନ୍ତି, ୟୁଏଇ ସରକାର କରୋନା ସଂକ୍ରମଣକୁ ରୋକିବା ଦିଗରେ ଦକ୍ଷ ସାବ୍ୟସ୍ତ ହୋଇଛନ୍ତି। ଆମେ ଏଠାରେ ସ୍ବାଭାବିକ ଜୀବନଯାପନ କରୁଛୁ, ତେବେ କେତେକ ନୀତି ନିୟମ ଓ ପ୍ରୋଟୋକଲ ମାନି ଚଳିବାକୁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri