ଗଛ ଲଗାଇ ‘ବନ ମହୋତ୍ସବ ସପ୍ତାହ’ ଶୁଭାରମ୍ଭ କଲେ ବିଚାରପତି

କେସିଙ୍ଗା,୧/୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ତାଲୁକ ଆଇନ ସେବା ସମିତି ତରଫରୁ ‘ବନ ମହୋତ୍ସବ ସପ୍ତାହ’ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକର ଦେଓଗାଁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଜେଏମଏଫସି ଅଦାଲତର ବିଚାରପତି ଦୀପ୍ତା ସେଠୀ ଯୋଗ ଦେଇ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ବନ ମହୋତ୍ସବ ସପ୍ତାହ ପାଳନ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ପରିସରରେ ସେ ବୃକ୍ଷ ରୋପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମୁଖ କାର୍ଯ୍ୟାଳୟ ଆଇନ ପରାମର୍ଶଦାତା ସୁକାନ୍ତ କୁମାର ପଧାନ, କେସିଙ୍ଗା ବନାଞ୍ଚଳ ଅଧିକାରୀ ସ୍ନିଗ୍ଧାସରିତା ବଳିଆରସିଂ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ବର୍ଣ୍ଣଲତା ଉପାଧ୍ୟାୟଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ବନାଞ୍ଚଳ କର୍ମଚାରୀ ବୃନ୍ଦ ଏବଂ ସ୍କୁଲ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହି ବନ ମହୋତ୍ସବ ସପ୍ତାହ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ସବୁଠି ସୌମ୍ୟାଶ୍ରୀ ତାତି: ଦିଗପହଣ୍ଡିରେ ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଦିଗପହଣ୍ଡି,୧୬।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ମହିଳା ବିଜେଡି ପକ୍ଷରୁ ବୁଧବାର ସଂଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ...

ରାଜ୍ୟସ୍ତରୀୟ ଖାଦ୍ୟ ମେଳା: ଭାଗ ନେବେ ଲାଞ୍ଜିଗଡ ବ୍ଲକର ୩ ଏସଏଚଜି ମହିଳା

ଭବାନୀପାଟଣା,୧୬।୭( ଉତ୍ତମ କୁମାର ଦାଶ )-ଆସନ୍ତା ସପ୍ତାହରେ ରାଜଧାନୀ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା।...

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା: କଳାହାଣ୍ଡିରେ ସମସ୍ତେ ସମର୍ଥନ କରିବାକୁ ନିବେଦନ

ଭବାନୀପାଟଣା,୧୬ା୭(ଉତ୍ତମ କୁମାର ଦାଶ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ବର...

କଲେଜରେ ରାକେଟ୍‌ ଚଳାଉଥିଲେ HOD ସମୀର ସାହୁ, ସାଂଘାତିକ ଖୁଲାସା କଲେ…

ଭୁବନେଶ୍ୱର,୧୬।୭: ଥମୁନି ବାଲେଶ୍ୱର ଜିଲା ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତିର ନିଆଁ। ସାରା ରାଜ୍ୟରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ...

FM  ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ବଡ଼ ଖବର, ଖସିପାରିବେନି…

ଭୁବନେଶ୍ୱର,୧୬।୭: ବାଲେଶ୍ୱର ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଏନେଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଜ ଡିଜି...

ରସିକିଆ ସମୀର ସାର୍‌ଙ୍କ ଭିଡିଓ ଭାଇରାଲ, ଜଣାପଡିଲା ଅସଲ ସତ!

ବାଲେଶ୍ୱର,୧୬।୭: ଭାଇରାଲ ହେଲା ରସିକିଆ ସାର୍‌ଙ୍କ ଭିଡିଓ। ଭିଡିଓ ଭାଇରାଲ ପରେ ଜଣାପଡିଛି ଅସଲ ସତ। ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ...

ଧରିତ୍ରୀ ପ୍ରଭାବ: ଅସୁରକ୍ଷିତ ସୁଲୁମାହା ଜଙ୍ଗଲ, ନିର୍ଭୟରେ ଗଛ କଟା ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲା ବନବିଭାଗ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ସୁଲୁମାହା ଜଙ୍ଗଲ ଅସୁରକ୍ଷିତ ଓ ଦୁର୍ବୃତ୍ତମାନେ ବେଧଡ଼କ ମୂଲ୍ୟବାନ ଗଛକାଟି ନେଇଯାଉଥିବା ଘଟଣାରେ ବନାଞ୍ଚଳ ଅଧିକାରୀ ମାଧବ...

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା, ସମସ୍ତେ ସହଯୋଗ କରିବାକୁ ନିବେଦନ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯେଉଁ ଭଳି ଘଟଣା ଘଟିଗଲା ତାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri