ଟିନା ମୁନିମ୍‌ ରୁ ଟିନା ଅମ୍ବାନୀ ପର୍ଯ୍ୟନ୍ତ ଯାତ୍ରା…

ମୁମ୍ବାଇ,୧୧।୨: ବଲିଉଡ ଅଭିନେତ୍ରୀ ଟିନା ଅମ୍ବାନୀଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ଫେବୃୟାରୀ ୧୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଟିନା ମୁନିମ୍‌ ଥିଲା। ୧୯୭୮ରେ ଦେବ ଆନନ୍ଦଙ୍କ ଫିଲ୍ମ ଦେଶ ପରଦେଶ୍‌ରେ ଟିନା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେବେ ଋଷି କପୁରଙ୍କ ସହିତ ତାଙ୍କ ଅଭିନୀତ ଫିଲ୍ମ କର୍ଜ ଏବଂ ସଞ୍ଜୟ ଦତ୍ତଙ୍କ ସହିତ ରକି ଫିଲ୍ମ ଟିନାଙ୍କ ପାଇଁ ଖ୍ୟାତି ଆଣିଦେଇଥିଲା। ୧୯୮୧ରେ ଫିଲ୍ମ ରକି ଶୁଟିଂ ସେଟରେ ସଞ୍ଜୟଙ୍କ ସହିତ ତାଙ୍କର ରୋମାନ୍ସ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଦୁହେଁ ଡେଟିଂରେ ଯାଉଥିବାର ଶୁଣିବାକୁ ମିଳିଥିଲା। ସଞ୍ଜୟଙ୍କ ଡ୍ରଗ୍ସ ଅଭ୍ୟାସ ଯୋଗୁ ଟିନା ତାଙ୍କଠାରୁ ଦୂରେଇ ଯାଇଥିଲେ। ଟିନାଙ୍କ ସହିତ ବ୍ରେକ ଅପ ଯୋଗୁ ସଞ୍ଜୟଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା। ୧୯୮୨ରେ ସଞ୍ଜୟ ନିଜକୁ ଗୁଳି ମଧ୍ୟ କରିଥିବା ଖବର ଶୁଣିବାକୁ ମିଳିଥିଲା।  ପରେ ଏହା ମିଥ୍ୟା ବୋଲି ସଞ୍ଜୟ କହିିଥିଲେ। ତେବେ ଟିନାଙ୍କ ଅଭିନୀତ ଲୁଟମାର, ମନ୍‌ ପସନ୍ଦ, ବାତୋଁ ବାତୋଁ ମେଁ, ୟେ ଓ୍ବାଦା ରହା, ସୌତନ, ବଓ୍ବେଫାଇ, ସୁରାଗ, ଇନଶାଫ୍‌ ମେଁ କରୁଙ୍ଗା, ରାଜପୁତ, ଆଖିର କି ୟୁଁ, ପାପି ପେଟ କା ସଓ୍ବାଲ, ଅଲଗ ଅଲଗ, ଭାଗଓ୍ବାନ, ଦାଦା, ଅଧିକାର ଆଦିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୧୯୯୧ରେ ତାଙ୍କର ଶେଷ ଫିଲ୍ମ ଜିଗରଓ୍ବାଲା ରିଲିଜ୍‌ ହୋଇଥିଲା। ୧୯୯୧ ଫେବୃୟାରୀରେ ଟିନା ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ବିବାହ କରିବା ପରେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri