ଗାଁ ଅବଧାନ

ଅଲେଖ ଚନ୍ଦ୍ର ସାମଲ

ଚାଟଶାଳୀ ଆଉ ‘ଅବଧାନ’ଙ୍କ କଥା କହିଲେ ଆମକୁ ପୁରୁଣା ଦିନକୁ ଫେରି ଯିବାକୁ ହେବ। ସ୍ବାଧୀନତା ପୂର୍ବ ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର ଘଟି ନ ଥିବା ବେଳେ ଅବଧାନ ହିଁ ଥିଲେ ସମସ୍ତଙ୍କ ଦୃଷ୍ଟିରେ ଯେମିତି ମାନ୍ୟ, ସେମିତି ଗୁଣୀ, ଜ୍ଞାନୀ ମଧ୍ୟ। ହୁଏତ ସେ ଦିନର ଚାଟଶାଳୀରେ ଅବଧାନଙ୍କ ପାଠପଢ଼ା। ଆଜିର ପିଲାମାନଙ୍କୁ ଅପସନ୍ଦ ଲାଗୁଥାଇପାରେ, କିନ୍ତୁ ସେତେବେଳର ପରିସ୍ଥିତିରେ ଲୋକ ବିଦ୍ୟାକୁ ଘରେ ଘରେ ପହଞ୍ଚାଇବାରେ ଅବଧାନଙ୍କର ଭୂମିକା ଥିଲା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଅଷ୍ଟାଦଶ ଶତାବ୍ଦୀ ସୁଦ୍ଧା ପୁରାଣ ଶାସ୍ତ୍ର ବ୍ୟତିରେକେ ଗଣିତ, ଜ୍ୟୋତିଷ ଓ ସାହିତ୍ୟ କ୍ଷେତ୍ରରେ ଲୋକଙ୍କୁ ଜ୍ଞାନର ପ୍ରସାରିତ ଦିଗରେ ଆଗେଇ ନେବା ପାଇଁ ଓଡ଼ିଶାରେ ଯେଉଁ ଚିନ୍ତାଶୀଳ ଗୋଷ୍ଠୀ ଅଭ୍ୟୁଦୟ ହୋଇଥିଲା- ସେମାନଙ୍କ ମଧ୍ୟରେ ଥିଲେ ଖଡ଼ିବଂଶ ଅବଧାନ, ମାଟିବଂଶ ଅବଧାନ ଓ ଖଡ଼ିରତ୍ନ ବା ମାଟିଆ ନାହକ।
ଏହି ଅବଧାନେ ଗଁା ଗହଳିରେ ଛୋଟଛୋଟ ପିଲାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ଠୁ ଆରମ୍ଭ କରି ପଣକିଆ ବର୍ଣ୍ଣବୋଧ ପୋଥି ବା ପୁରାଣପଢ଼ା, ଚିଠି ଲେଖା ଚାଣକ୍ୟ ଶ୍ଲୋକ ଓ ହିସାବ ପତ୍ର ଶିଖାଇବା ଯାଏ ଗଣିତ ଏବଂ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଶିକ୍ଷାଦାନ କରୁଥିଲେ। ବାପା ଓ ମା’ଙ୍କ ପରେ ଅବଧାନ ଥିଲେ ପିଲାଙ୍କୁ ମଣିଷ କରିବାର ଜଣେ ପ୍ରମୁଖ ତଥା ଦାୟିତ୍ୱବାନ ବ୍ୟକ୍ତି। ଅବଧାନମାନେ ଅନେକ ଶାସ୍ତ୍ର ମୁଖସ୍ତ କରିଥାନ୍ତି। ଅନେକସ୍ଥଳେ ଅସମୟରେ ଲୋକଙ୍କୁ ତୁଟୁକା ଚେରମୂଳି ଔଷଧ ଦେଇ ଆରୋଗ୍ୟ କରାଉଥିଲେ। ଗାଁରେ ଅବଧାନଙ୍କୁ ସମ୍ମାନ କହିଲେ ନ ସରେ। ଯେଉଁଦିନ ପିଲା ବିଦ୍ୟା ଅନୁକୂଳ କରିବ, ସେଦିନ ପିଲାର ପରିବାର ପକ୍ଷରୁ ଅବଧାନଙ୍କ ପାଖକୁ ପଠାଯିବ ଶ୍ରଦ୍ଧା ଡାଲା। ଆଉ ଏହି ଡାଲାରେ ଥିବ ଚାଉଳ ଓ ପରିବାପତ୍ର। କେତେକ ଧନୀ ଓ ଚଳିବା ବାଲାଲୋକ, ସେମାନଙ୍କର ପିଲାଙ୍କୁ ପାଠ ପଢ଼ାଇବା ନେଇ ଅବଧାନଙ୍କୁ ଆଣି ଗାଁରେ ରଖୁଥିଲେ। ଆଉ ଅବଧାନେ ମଧ୍ୟ ଗାଁ ଲୋକଙ୍କ ସହ ମିଶି ସାରା ଜୀବନ ସେଠାରେ ହିଁ ରହି ଯାଉଥିଲେ। କୁହାଯାଏ – ଯେଉଁମାନେ ଅବଧାନର ଛାଟ ପାହାର ଖାଇଛନ୍ତି, ସେମାନଙ୍କର ଜୀବନ ସାର୍ଥକ ହୋଇଛି ଓ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିଛନ୍ତି। ବର୍ତ୍ତମାନ ସମୟରେ ଅବଶ୍ୟ ଅବଧାନର ଛାଟ ଅପ୍ରାସଙ୍ଗିକ ଲାଗିପାରେ। କିନ୍ତୁ ସମାଜରେ ମଣିଷ ତିଆରିରେ ସେମାନଙ୍କର ଛାଟ ଅତୀତରେ ଲୋକଙ୍କୁ ମାର୍ଗଦର୍ଶନ କରିଆସୁଥିଲା।
ଗଣିତ ଓ ଜ୍ୟୋତିଷଙ୍କୁ ଖଡ଼ି ବିଦ୍ୟାରେ ନ୍ୟସ୍ତ କରିବାରେ ଖଡ଼ିରତ୍ନଙ୍କ କାର୍ଯ୍ୟ ଥିଲା ସମାଜ ଅଭିପ୍ରେତ। ଏହା ପଛରେ ସାମାଜିକ ସ୍ବୀକୃତି ରହିଥିଲା। ଖଡ଼ି ପକାଇ ଅବଧାନେ କହିଦେଇ ପାରୁଥିଲେ ଲୋକଙ୍କ ଜିଜ୍ଞାସାର ଉତ୍ତର। ଖଡ଼ିଶାସ୍ତ୍ର ଥିଲା ଅନୁମାନର ଗଣିତ। ଖଡ଼ିରତ୍ନଙ୍କ ଅଙ୍କକଷାର ଏକ କାବି୍ୟକ ଦୃଷ୍ଟାନ୍ତ ହେଲା – ଖନି ପଡ଼ିବା ଅଙ୍କ ତଳେ ଥୋଇ ବତିଶେ ପୁଣି ଷାଠିଏ ମିଶାଇ। ସାତରେ ହରିଲେ ଅଂଶ ରହିବ, ବିଚାରି କାର୍ଯ୍ୟ ଭଲମନ୍ଦ ଜାଣିବ, ଏକ ରହିଲେ ରାଜୁସି ସମ୍ପଦ, ଦୁଇ ରହିଲେ ବ୍ୟାଧି କି ପ୍ରମାଦ ।
ତିନି ରହିଲେ ଗଲା ଦ୍ରବ୍ୟ ପାଇ, ଚାରି ରହିଲେ ଶତ୍ରୁ ନପୀଡ଼ଇ। ପାଞ୍ଚ, ଛ’ ରହିଲେ ହରଇ ଧନ, ସପ୍ତେ ଅଇରି କରଇ ନିଧନ। ତେଣୁ ଅବଧାନଙ୍କ ଦ୍ୱାରା ପାଠପଢ଼ା, ଜ୍ୟୋତିଷ ଶାସ୍ତ୍ର, ଖଡ଼ିପାଠ- ସବୁକିଛି ସଂପାଦିତ ହେଉଥିଲା ପୂରାକାଳରେ। ଅବଧାନଙ୍କୁ ନେଇ ଓଡ଼ିଆ ଢଗ ଢମାଳିରେ ଅଛି – ‘ଅବଧାନେ ଛାମୁଁ ବିଲେଇ ତୁମର ମାମୁ, କୁକୁର ତୁମର ଅଜା, ଖାଇବ ଖଣ୍ଡ ଖଜା।’ ଚାଟଶାଳୀରେ ଅବଧାନଙ୍କଠାରୁ ଛାଟ ମାଡ଼ ଖାଇଥିବା ବୟସ୍କ ବ୍ୟକ୍ତିଙ୍କର ଏପରି ଭକ୍ତି ଆକ୍ଷେପମୂଳକ ସତ, ମାତ୍ର ଏହା ବି ସତ୍ୟ ଯେ – ଛାତ୍ରଙ୍କଠାରେ ଶୃଙ୍ଖଳା, ଶିଷ୍ଟତା, ଗୁରୁଙ୍କ ପ୍ରତି ଭକ୍ତି, ବୟସ୍କଙ୍କୁ ସମ୍ମାନ ଓ ସେମାନଙ୍କୁ ପାଠ ପଢ଼ାରେ ମନସ୍କ କରିବା ଉଦ୍ଦେଶ୍ୟ ନେଇ ଅବଧାନେ ପିଲାଙ୍କୁ କୋମଳ ଶାସନ କରିଥାନ୍ତି। ଏମିତି କି ଅବଧାନଙ୍କୁ କୁଣ୍ଡାଦେଇ ପାଠ ପଢ଼ାଇବା ଉକ୍ତିଟି ଅବଧାନଙ୍କୁ କିଛି ନ ଦେଇ ପାଠ ପଢ଼ାଉଥିବା ବ୍ୟକ୍ତିର ପିଲା ଦୁଷ୍ଟାମି କଲେ କୁହାଯାଇଥାଏ।
ଅଷ୍ଟାଦଶ ଶତାବ୍ଦୀ ସୁଦ୍ଧା ମାଟି ଅବଧାନେ ଓ ଖଡ଼ିରତ୍ନ ଲୋକଗଣିତ ତଥା ବ୍ୟବହାରିକ ଗଣିତର ବିକାଶକ୍ଷେତ୍ରରେ ଯଥେଷ୍ଟ ଭୂମିକା ନେଇଥିଲେ। ଗଣିତକୁ ଭାଷାର ଛନ୍ଦରେ ଗୁନ୍ଥି – ଲାଳିତ୍ୟ ଓ ସାବଲୀଳ କରିବା ସହ ଏହାର ଉଭୟ ଗାଣିତିକ ଓ ସାହିତି୍ୟକ ମୂଲ୍ୟବୋଧକୁ ବଜାୟ ରଖି ଛାତ୍ର ତଥା ପାଠକଙ୍କ ଭିତରେ ଏସବୁକୁ ଆଦୃତ କରାଇଥିଲେ। ଜଣେ ଗଣିତଜ୍ଞ ଯେ ଜଣେ କବି ହୋଇପାରେ ଏହି ବିରଳ ଦୃଷ୍ଟାନ୍ତ ଦେଖିବାକୁ ମିଳେ ଓଡ଼ିଆ ଅବଧାନଙ୍କଠାରେ। ଅବଧାନଙ୍କଠାରୁ ହିଁ ଆରମ୍ଭ ହୋଇଥିଲା ଆଙ୍ଗୁଠି ଗଣନା ଓ ମାନସ ସ୍ପଷ୍ଟ ଅଙ୍କ ମାନସାଙ୍କ। ଆଜି ଅବଧାନ ନାହାନ୍ତି, କି ଚାଟଶାଳୀ ନାହିଁ। ଆଉ ଏହି ଅବଧାନଙ୍କ ଓଡ଼ିଆ ଭାଷା ସାହିତ୍ୟ, ଗଣିତ ଓ ଜ୍ୟୋତିଷ ଶାସ୍ତ୍ରକୁ ମହନୀୟ ଅବଦାନ, ଇତିହାସର ପୃଷ୍ଠାରେ ଅନାଲୋଚିତ ହୋଇ ରହିଛି। ସବୁ କଥାକୁ ଅନ୍ଧବିଶ୍ୱାସ, ଅପ୍ରାସଙ୍ଗିକ ଓ ଅଯଥା ମନେକରୁଥିବା ଉତ୍ତରପିଢ଼ି ହୁଏତ ଏଇ ଅବଧାନଙ୍କୁ ନିଜ ବିଜ୍ଞତାର ଚିନ୍ତାଧାରାରେ କେତେଦୂର ବୁଝିପାରିବେ ତାହା ସନ୍ଦେହ।

ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର, ମୋ: ୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri