Posted inଖେଳ

ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ପୂରଣ କରିବେ ନିଜର ଏହି ‘ସ୍ବତନ୍ତ୍ର ଶତକ’

ନୂଆଦିଲ୍ଲୀ,୨୭।୧: ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃୟାରୀ ୫ରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ଚେନ୍ନାଇରେ ଏହାର ପ୍ରଥମ ମୁକାବିଲା ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ସିିରିଜ୍‌ରେ ଦମ୍‌ଦାର ବିଜୟ ପରେ ଏବେ କ୍ରିକେଟ ପ୍ରଶଂସକଙ୍କ ନଜର ଏହି ମ୍ୟାଚ୍‌ ଉପରେ ରହିଛି। ଏହାଛଡ଼ା କରୋନା କଟକଣା ପରେ ସ୍ବଦେଶରେ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍‌ ଖେଳାଯାଉଥିବାରୁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି।

କନ୍ୟା ସନ୍ତାନର ପିତା ହୋଇଥିବା ବିରାଟ କୋହଲି ଭାରତୀୟ ଦଳର ନେତୃତ୍ୱ ନେଉଥିବା ବେଳେ ଜୋ ରୁଟ୍‌ଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଟିମ୍‌ ଭାରତ ପହଞ୍ଚିଛି। ଭଲ ଫର୍ମରେ ଥିବାରୁ ଜୋ ରୁଟ୍‌ଙ୍କ ପାଇଁ ଏହି ଗସ୍ତ ସ୍ମରଣୀୟ ହେବ ବୋଲି କୁହାଯାଉଛି।

ରୁଟ୍‌ ଖେଳିବାକୁ ଥିବା ଚେନ୍ନାଇ ଟେଷ୍ଟ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ହେବାକୁ ଯାଉଛି। ଇଂଲଣ୍ଡ ପାଇଁ ଏହି ଉପଲବ୍ଧି ହାସଲ କରିବାରେ ସେ ୧୫ତମ ଖେଳାଳି ପାଲଟିବେ।

ନିକଟରେ ଇଂଲଣ୍ଡ-ଶ୍ରୀଲଙ୍କା ଟେଷ୍ଟ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଜୋ ରୁଟ୍‌। ସିରିଜରେ ଖେଳାଯାଇଥିବା ଦୁଇ ଟେଷ୍ଟ ମ୍ୟାଚ୍‌ର ୪ ପାଳିରେ ୪୨୬ ରନ୍‌ କରିଥିଲେ। ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ସର୍ବାଧିକ ସ୍କୋର ୨୨୮ ରନ୍‌ କରିଥିଲେ ସେ। ଦ୍ୱିତୀୟ ଟେଷ୍ଟରେ ସେ ଦ୍ୱିଶତକ କରିବାରୁ ୧୪ ରନ୍‌ ଦୂରରେ ରହି ନିରାଶ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ଜିତିବା ପରେ ଖୁସିରେ ଗଦ୍‌ଗଦ୍‌ ହୋଇଗଲେ ବୈଭବ, ଶାମିଙ୍କୁ ଦେଲେ ବଡ଼ ଉପହାର: ଦେଖିକି ଭାବପୂର୍ଣ୍ଣ ହୋଇଗଲେ…

ନୂଆଦିଲ୍ଲୀ , ୧୧।୯: ମ୍ୟାଚ ଜିତିବା ପରେ ପଡ଼ିଆରେ ହେଉଥିବା ସେଲିବ୍ରେଶନ ଯେତିକି ଖାସ, ତାଠାରୁ ଅଧିକ ସ୍ମରଣୀୟ ହୋଇଥାଏ ଡ୍ରେସିଂ ରୁମ୍‌ର ଖୁସିର ମୁହୂର୍ତ୍ତ। ଦୀର୍ଘ…

ବଡ଼ ସଫଳତା, ନାଗ-ଅହିରାଜ ବିଷକୁ ମାତ୍‌ ଦେବ ଲାବ୍‌ ନିର୍ମିତ ଆଣ୍ଟିଭେନମ୍‌!

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ନାଗ, ଅହିରାଜ ଭଳି ସାପ ବିଷ ବିରୋଧରେ ସଂଗ୍ରାମ ପାଇଁ ଗବେଷକମାନେ ଏକ ନୂତନ ଲାବ୍‌-ନିର୍ମିିତ ‘ରିକମ୍ବିନାଣ୍ଟ ଆଣ୍ଟିଭେନମ୍‌’ ପ୍ରସ୍ତୁତ କରିଛନ୍ତି। ମୂଷାଙ୍କ…

ଗଠନ ହେଲା ବଡ଼ ବଡ଼ ରାଜଯୋଗ: ଆଜିଠୁ ୫ ରାଶିଙ୍କ ସୁବର୍ଣ୍ଣ ସମୟ, ନିବେଶରୁ ମିଳିବ ଆଶାଠାରୁ ଅଧିକ ଲାଭ

ଭୁବନେଶ୍ୱର: ସେପ୍ଟେମ୍ବର ୧୧, ୨୦୨୬ ଶୁକ୍ରବାର ଭାଦ୍ରବ ଅମାବାସ୍ୟା। ପଞ୍ଚାଙ୍ଗ ଅନୁସାରେ ଏହି ଦିନ ବୃଷଭୋତ୍ସବ ପାଳନ କରାଯାଏ। ଏଥିସହ ଦ୍ୱିତୀୟ ଚାତୁର୍ମାସର ୧୯ତମ ଦିନ ମଧ୍ୟ…

ପ୍ରବଳ ବର୍ଷା-ବିଦ୍ୟୁତ କାଟ ସତ୍ତ୍ୱେ ଭୀମଭୋଇ ଭିନ୍ନକ୍ଷମ ଶିବିର: ଟର୍ଚ୍ଚ ଆଲୁଅରେ ସେବା ଯୋଗାଇଲେ ଡାକ୍ତର

ଥୁଆମୂଳ ରାମପୁର,୧୧।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଲଗାଣ ବର୍ଷା ସତ୍ତ୍ୱେ ୧୭୪…

ଧର୍ମଶାଳାରେ ଅବକାରୀ ବିଭାଗ ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ମିଳିତ ଚଢ଼ାଉ: ଟ୍ୟୁବ୍‌ ଭିତରୁ ୪୦୦ ଲିଟର ଦେଶୀ ମଦ ଜବତ

ଧର୍ମଶାଳା,୧୧ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅବକାରୀ ବିଭାଗ ଅନ୍ତର୍ଗତ ଦେଓଦା ଗାଁରେ ଶୁକ୍ରବାର ସକାଳୁ ଅଚାନକ ଚଢ଼ାଉ କରାଯାଇଛି । ଅବକାରୀ ବିଭାଗ ଓ…

କୋରାପୁଟ ଜିଲାରେ ୪୭୭ ମିମି ବର୍ଷା: କୁନ୍ଦ୍ରାରେ ସର୍ବାଧିକ ୫୯ ମିମି

କୋରାପୁଟ,୧୧ା୯(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବ୍ଲକ୍‌ରେ ଶୁକ୍ରବାର ୪୭୭ ମିମି ବର୍ଷା ରେକର୍ଡ ହୋଇଛି । ଜିଲାର କୁନ୍ଦ୍ରା ବ୍ଲକ୍‌ରେ ସର୍ବାଧିକ ୫୯ ମିମି ବର୍ଷା…

ଫାଇନାଲରେ ଭାରତ: ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ

ଦୁବାଇ,୧୧/୯: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ବାଂଲାଦେଶକୁ ୪୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ…

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, BCCIକୁ ଇସ୍ତଫା ପତ୍ର ପଠାଇଲେ….

ନୂଆଦିଲ୍ଲୀ,୧୧ା୯: ଆଫଗାନିସ୍ତାନ ବିପକ୍ଷ T୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ସପୋର୍ଟ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର ଫିଜିଓ କମଲେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri