ଜବ୍‌ ସ୍କାମ୍‌: ସିବିଆଇ ତଦନ୍ତ ଦାବି କଲେ ପରୀକ୍ଷାର୍ଥୀ

ଭୁବନେଶ୍ବର, ୨।୮(ସୁନିତ୍‌ ମିଶ୍ର): ଓଏସ୍‌ଏସ୍‌ସି(ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ) ଦ୍ୱାରା ପରିଚାଳିତ ୨୦୨୦-୨୩ ମଧ୍ୟରେ ହୋଇଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଉ। ଏହିସବୁ ପରୀକ୍ଷା ପୁଣିଥରେ ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ଅନ୍‌ଲାଇନ ମାଧ୍ୟମରେ କରାଯାଉ। ଜାତୀୟ ସ୍ତରରେ ଏନ୍‌ଟିଏ ବହୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେପରିକି ୟୁଜିସି-ନେଟ୍‌, ନିଟ୍‌, ଆଇଆଇଟି ଆଦି ପରିଚାଳନା କରିଥାଏ। ତେଣୁ ଏନ୍‌ଟିଏ ପରୀକ୍ଷା ପରିଚାଳନା ଦେବାକୁ ଶତାଧିକ ଛାତ୍ରୀଛାତ୍ର ଦାବି କରିଛନ୍ତି। ଏହାସହ ୟୁଏଲ୍‌ବି ଆକାଉଣ୍ଟାଣ୍ଟ ଏବଂ ଜେଇ(ସିଭିଲ) ପରୀକ୍ଷାପତ୍ର ଲିକ୍‌ ଘଟଣାର ସିବିଆଇ ତଦନ୍ତ କରିବାକୁ ମଧ୍ୟ ଦାବି ଜୋର୍‌ ଧରିଛି। ମଙ୍ଗଳବାର ପରୀକ୍ଷାର୍ଥୀମାନେ ବର୍ଷାରେ ଭିଜିଭିଜି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।
ଶତାଧିକ ଛାତ୍ରୀଛାତ୍ର ଷ୍ଟେଟ୍‌ ଲାଇବ୍ରେରି ପାଖରୁ ଏକ ରାଲିରେ ବାହାରି ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲେ। ଏହି ଆସିବା ବାଟରେ ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଆସିଥିଲେ। ଏହାପରେ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ବାହାରେ ବସି ସରକାର ବିରୋଧୀ ସ୍ଲୋଗାନ ପରେ ସ୍ଲୋଗାନ ଦେଇ ଚାଲିଲେ। ସେମାନେ ଓଏସ୍‌ଏସ୍‌ସି ପରୀକ୍ଷାର ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ମଧ୍ୟ ସେମାନେ ଦାବି କରିଛନ୍ତି। ସେମାନେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଯେପରି ବଜାରରେ ବିଭିନ୍ନ ଜିନିଷ ନିଲାମ ହେବା ବେଳେ ଦର ଡକାଯାଏ ସେମିତି ସେମାନେ ଡାକିକି ପ୍ରତିବାଦ କରିଛନ୍ତି। ଅନ୍ୟପଟେ ପିଲାଙ୍କଠାରୁ ଟଙ୍କା ନେଇ ଚାକିରି ବିକ୍ରି କରୁଛନ୍ତି। ଏହି ଟଙ୍କା ନିର୍ବାଚନରେ ଲଢ଼େଇବେ ବୋଲି ଛାତ୍ରୀଛାତ୍ରମାନେ ଅଭିଯୋଗ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଛାତ୍ରୀଛାତ୍ରଙ୍କ କ୍ଷମତା ସେମାନେ ଦେଖାଇ ଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଏହାସହ ଚାକିରି ବିକ୍ରି ନ ହେଉ, ଆସନ୍ତା ୩ ତାରିଖରେ ହେବାକୁ ଥିବା ମେନ୍‌ ପରୀକ୍ଷା ସ୍ବଚ୍ଛତାରେ ହେଉ ଏବଂ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଛାତ୍ରୀଛାତ୍ରମାନେ ବର୍ଷାରେ ଭିଜି ଦାବି କରିଛନ୍ତି। ବର୍ଷାରେ ଓଦାହୋଇ ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ନେବାକୁ ସେମାନେ କାର୍ଯ୍ୟାଳୟ ବାହାରେ ଅଡି ବସିଥିଲେ। ଅନେକ ସମୟ ଧରି ଅଧ୍ୟକ୍ଷ ସେଠାକୁ ଆସି ନ ଥିବା ବେଳେ ଭିଡିଓ କଲ୍‌ ମାଧ୍ୟମରେ ଅଭିଯୋଗ ଶୁଣି ଏହାର ବିଚାର କରାଯିବ ବୋଲି କହିଥିଲେ। ହେଲେ ପରୀକ୍ଷାର୍ଥୀମାନେ ଏଥିରେ ବୁଝି ନ ଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ପରୀକ୍ଷା ପତ୍ର ଲିକ୍‌ ମାମଲାରେ ଓଏସ୍‌ଏସ୍‌ସି କର୍ମଚାରୀଙ୍କ ହାତ ରହିଛି, ସେମାନଙ୍କୁ ଧରାଯାଉ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାପରେ ଯାଇ ଜବ୍‌ ସ୍କାମ୍‌ ବନ୍ଦ ହେବ ବୋଲି ସେମାନେ ମତ ରଖିଥିଲେ। ଓଏସ୍‌ଏସ୍‌ସି କାର୍ଯ୍ୟାଳୟ କେବଳ ନୁହେଁ ବରଂ ଲୋୟର ପିଏମ୍‌ଜିରେ ମଧ୍ୟ ପରୀକ୍ଷାର୍ଥଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ସରକାରଙ୍କ ଦ୍ୱାରା କରାଯାଇଥିବା ଏକାଧିକ ପରୀକ୍ଷାରେ ହୋଇଥିବା ତ୍ରୁଟି ବିରୋଧରେ ସେମାନେ ପ୍ରତିବାଦ କରିଥିଲେ। ଜଣେ ପରୀକ୍ଷାର୍ଥୀ କହିଥିଲେ , ସେମାନଙ୍କ ଓଏସ୍‌ଏସ୍‌ସି ଏବଂ ଏହାର ଅଧ୍ୟକ୍ଷ, ସରକାରଙ୍କ ଉପରେ ଭରସା ନାହିଁ। ସେମାନେ ଆଗ ଲିଖିତ ଆକାରରେ ପ୍ରତିଶ୍ରୁତି ଦିଅନ୍ତୁ। ଏଭଳି ଘଟଣା ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଆଗକୁ କ’ଣ ନେବେ। ଏହାର ସିବିଆଇ ତଦନ୍ତ ଦାବି କରିଥିଲେ। ଅନ୍ୟ ଜଣେ ପରୀକ୍ଷାର୍ଥୀ କହିଛନ୍ତି, ଆଗରୁ ଓଏସ୍‌ଏସ୍‌ସି କରିଥିବା ଅନେକ ପରୀକ୍ଷାରେ ସ୍କାମ୍‌ ହୋଇଛି। ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କ ମାଧ୍ୟମରେ ଏହି ସ୍କାମ୍‌ ହୋଇଛି। ସେ କେବଳ ମନ ବୁଝାଇବାକୁ ଗୋଟେ ଭିଡିଏ କଲ୍‌ କରିଛନ୍ତି।
ଅନ୍ୟପଟେ ଏହି ଘଟଣାରେ ରାଜନୀତି ଜୋର୍‌ ଧରିଛି। କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ଛାତ୍ରୀଛାତ୍ରଙ୍କୁ ଭେଟିବା ପରେ କହିଛନ୍ତି, ପିଲାମାନଙ୍କ ପାଖରେ ଚାକିରିର ବ୍ୟବସ୍ଥା ନାହିଁ। ଯାହା ଚାକିରି ଅଛି ସେଥିରେ ଯଦି ଏଭଳି ପ୍ରଶ୍ନପତ୍ର ଲିକ୍‌ ହେବ, ଯଦି ଟଙ୍କା ଦେଇ କେତେଜଣ ଚାକିରି ଚୋରାଇ ନେବେ ତେବେ ମେରିଟ୍‌ର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଏହା ବଡ଼ ଦାୟିତ୍ୱ ଯେ ଏଥିରେ ସ୍ବଚ୍ଛତା ଆସିବା ଦରକାର ବୋଲି ସେ କହିଛନ୍ତି। ଭାଜପା ନେତା ସୁରଥ ବିଶ୍ୱାଳ ପିଲାମାନଙ୍କୁ ଭେଟି କହିଛନ୍ତି, ଏହି ଦୁର୍ନୀତି ପଛରେ ଅଫିସରମାନେ ଅଛନ୍ତି। ଏଥିରେ ବହୁ ବଡ ଅଫିସର ଅଛନ୍ତି। ଲକ୍ଷ ଲକ୍ଷ ଟଙ୍କାର କାରବାର ଏହାଦ୍ୱାରା ହେଉଛି। ଏକଥା ଶୁଣୁଥିଲୁ ଏବେ ଅନୁଭବ ହେଲା। ଆଗକୁ ଏନେଇ ସ୍ବର ଉଠିବ ବୋଲି ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?