Posted inଜାତୀୟ

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ, ଯାହାଯୋଗୁଁ ଅତିଷ୍ଠ ହୋଇ ସେ ଏପରି ବଡ଼ ପଦକ୍ଷେପ ନେଇଛନ୍ତି। ମୃତକଙ୍କ ବାପଘର ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପୁଲିସ ସେମାନଙ୍କ ଅଭିଯୋଗ ଆଧାରରେ ଏଫଆଇଆର୍‌ (FIR) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ଦ୍ୱାରକା ଅଞ୍ଚଳର ବାସିନ୍ଦା ୩୦ ବର୍ଷୀୟା ନାଜିୟା ଖାନମ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ଭାବେ କାର୍ଯ୍ୟ କରୁଥିଲେ। ୧୧ ଏପ୍ରିଲ ୨୦୨୬ରେ ଅଜମ ଅଲ୍ଲୀ ଖାନଙ୍କ ସହ ତାଙ୍କର ବିବାହ ହୋଇଥିଲା। ମୃତକଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି ଯେ ସେ ଶାଶୂଘରରେ ବହୁତ ହଇରାଣ ହେଉଥିଲେ। ସେମାନେ ତାଙ୍କୁ ଶାରୀରିକ ଓ ମାନସିକ ର୍ନିଯାତନା ଦେଉଥିବା ନେଇ ସେ ଫୋନରେ ବାରମ୍ୱାର ନିଜ ପରିବାରକୁ ଜଣାଇଥିଲେ, ଯାହାଯୋଗୁଁ ସେ ଅତ୍ୟନ୍ତ ମାନସିକ ଚାପରେ ରହୁଥିଲେ। ନାଜିୟାଙ୍କ ପରିବାର ଅନୁସାରେ, ତାଙ୍କୁ ଗାଳିଗୁଲଜ, ମାଡ଼ପିଟ, ଘରୁ ବାହାର କରିଦେବା ସହ ଜୀବନରୁ ମାରିଦେବାର ଧମକ ମଧ୍ୟ ଦିଆଯାଉଥିଲା।

ସେମାନଙ୍କ ପରିବାର ଲୋକେ ଜଣାଇଛନ୍ତି ଯେ ୨୧ ଅଗଷ୍ଟରେ ଶାଶୂଘର ଲୋକଙ୍କ ପକ୍ଷରୁ ସେମାନଙ୍କୁ ଏକ ଫୋନ କଲ ଆସିଥିଲା, ଯେଉଁଥିରେ ସେମାନଙ୍କ ଝିଅ ଆତ୍ମହତ୍ୟା କରିଥିବା ନେଇ କୁହାଯାଇଥିଲା। ଏହି ଖବର ଶୁଣି ସେମାନେ ସ୍ତବ୍ଧ ହୋଇଯାଇଥିଲେ। ଝିଅର ପରିବାର ଲୋକଙ୍କ ଦାବି ଯେ ସେ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

ନାଜିୟାଙ୍କ ମୃତ୍ୟୁ ଖବର ପାଇବା କ୍ଷଣି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପଚରାଉଚୁରା ସମୟରେ ନାଜିୟାଙ୍କ ସ୍ୱାମୀ କହିଥିଲେ ଯେ ଝଗଡ଼ା ପରେ ସେ ନିଜକୁ ଗୋଟିଏ ରୁମରେ ବନ୍ଦ କରିଦେଇଥିଲେ। ପରବର୍ତ୍ତୀ ସମୟରେ ସେ ନାଜିୟାଙ୍କୁ ଝରକାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ପୁଲିସ ଦ୍ୱାରକାରୁ କ୍ରାଇମ ଟିମକୁ ଘଟଣାସ୍ଥଳକୁ ଡକାଇଥିଲା। ଟିମ ସେହି ସ୍ଥାନର ସୂକ୍ଷ୍ମ ଯାଞ୍ଚ କରିଥିଲା। ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ (Post-mortem) ପାଇଁ ଡିଡିୟୁ (DDU) ହସ୍ପିଟାଲ ଶବଗୃହକୁ ପଠାଇ ଦିଆଯାଇଛି।

ବର୍ତ୍ତମାନ ପୁଲିସ ଏଫଆଇଆର୍‌ ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଏହି କେସକୁ ସବୁ କୋଣରୁ ତଦନ୍ତ କରାଯାଉଥିବା ନେଇ ପୁଲିସ କହିଛି। ମୃତକଙ୍କ ପରିବାରର ଅଭିଯୋଗ ଏବଂ ଶାଶୂଘର ଲୋକଙ୍କ ବକ୍ତବ୍ୟ ଦୁଇଟିଯାକ ଦିଗକୁ ଧ୍ୟାନରେ ରଖି ପୁଲିସ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?