ବିକାଶ ବାହନକୁ ପ୍ରବଳ ବିରୋଧ କଲା ଜିନ୍ଦଲ ପ୍ରତିରୋଧ ମଞ୍ଚ

ପାଟଣା,୨୧।୬(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତରେ ଶନିବାର ବିକାଶ ବାହାନକୁ ବିରୋଧ କରି ପ୍ରତିବାଦ କରିଛି ଜିନ୍ଦଲ ପ୍ରତିରୋଧ ମଞ୍ଚ। ବ୍ଲକରୁ ବାହାରି ଥିବା ବିକାଶ ବାହାନ ରଥ ଯମୁନା ପୋଷି ପଞ୍ଚାୟତ ସମ୍ମୁଖରେ ପହଞ୍ଚିବା ପରେ ଜିନ୍ଦଲ ପ୍ରତିରୋଧ ମଞ୍ଚ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ପକ୍ଷରୁ ବିଭିନ୍ନ ସ୍ଲୋଗାନ ସମ୍ବଳିତ ପ୍ଲା କାର୍ଡ ଧରି ପ୍ରବଳ ବିରୋଧ କରିବା ସହ ପଞ୍ଚାାୟତ ଯଦି ରହିବ ନାହିଁ ବିକାଶ ରଥ କାହାପାଇଁ , ରକ୍ତ ଦେବୁ ଜୀବନ ଦେବୁ ଭିଟା ମାଟି ଆମେ ଛାଡ଼ିବୁନାହିଁ, ଜେ ଏସ ଡବ୍ଲୁ ସହ ଏମ ୟୁ ବାତିଲ କରିବା ଆମର ଦାବି ଆଦି ସ୍ଲୋଗାନଦେଇଥିଲେ । ନୃତ୍ୟ ଗୀତ ମାଧ୍ୟମରେ ଆନ୍ଦୋଳନ କାରୀଙ୍କୁ ଉତ୍ସାହିତ କରୁଥିଲେ କେତେକ ଆନ୍ଦୋଳନ କାରୀ ମଞ୍ଚର ସଭାପତି ଘନ ଶ୍ୟାମ ମହାନ୍ତ ପ୍ରତିକ୍ରିୟାରେ କହିଛନ୍ତି ଚାଷପୋଯୋଗୀ ମୂଲ୍ୟବାନ ଜମିକୁ ଜିନ୍ଦଲକୁ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପାଇଁ ସରକାର ଟେକି ଦେବାକୁ ମସୁଧା କରୁଥିବା ବେଳେ ଏହା ଚାଷୀ ମାନଙ୍କପାଇଁ ବିକାଶ ରଥ ଉପହାସ ଓ ବିନାଶ ହୋଇଥିବା ବେଳେ ବିକାଶ କେଉଁଠି ହେଲା ବୋଲି ପ୍ରଶ୍ନ କରିଛନ୍ତି। ସରକାର ଷ୍ଟିଲ ପ୍ଲାଣ୍ଟ ନିର୍ମାଣରୁ ନ ଓହରି ଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ। ଏହି ମର୍ମରେ ଆନ୍ଦୋଳନକାରୀମାନେ ବିଡିଓ ମାନସ କୁମାର ଦଣ୍ଡପାଟ ଓ ତହସିଲଦାର ଅଶିନୀ କୁମାର ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri