ବିବାହର ୧୫ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ, କହିଲେ-ମୁଁ ତାଙ୍କ…

ମୁମ୍ବାଇ: ୧୫ ବର୍ଷର ବୈବାହିକ ଜୀବନରେ ଫାଟ। ସ୍ବାମୀ ତଥା ଅଭିନେତା ସଞ୍ଜୀବ ସେଠଙ୍କଠାରୁ ଅଲଗା ହୋଇଛନ୍ତି ଟେଲି ଅଭିନେତ୍ରୀ ଲତା ସବରଓ୍ବାଲ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଏକାଠି କାମ କରିବା ବେଳଠାରୁ ପ୍ରଶଂସକ ଉଭୟଙ୍କ ଯୋଡ଼ିକୁ ବେଶ ପସନ୍ଦ କରୁଥିଲେ। ଏବେ ଦୁହେଁ ଅଲଗା ହେବା ଖବର ଝଟ୍‌କା ସାବ୍ୟସ୍ତ ହୋଇଛି।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲତା ଲେଖିଛନ୍ତି, ଦୀର୍ଘଦିନର ନିରବତା ପରେ ଘୋଷଣା କରୁଛି ଯେ ମୁଁ(ଲତା ସବରଓ୍ବାଲ) ସ୍ବାମୀ(ସଞ୍ଜୀବ ସେଠ)ଙ୍କଠାରୁ ଅଲଗା ହୋଇଯାରିଛି। ମୋତେ ଗୋଟିଏ ସୁନ୍ଦର ପୁଅ ଦେବା ପାଇଁ ମୁଁ ବେଶ ଆଭାରୀ ରହିବି। ଆଗାମୀ ଜୀବନ ଲାଗି ତାଙ୍କୁ ଶୁଭକାମନା ଦେଉଛି। ସମସ୍ତଙ୍କୁ ଅନୁରୋଧ କରୁଛି ଯେ ମୋ ସହ ମୋ ପରିବାରର ଶାନ୍ତିର ସମ୍ମାନ କରନ୍ତୁ। ଏନେଇ କିଛି ପ୍ରଶ୍ନ କରନ୍ତୁ ନାହିଁ। ନା ଫୋନ କରନ୍ତୁ।

ଲତାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏତେ ବର୍ଷର ସମ୍ପର୍କ ପରେ କ’ଣ ପାଇଁ ଦୁହେଁ ଏତେ ବଡ଼ ନିଷ୍ପତ୍ତି ନେଲେ ସେ ନେଇ ପ୍ରଶ୍ନ କରାଯାଉଛି।

କହିରଖୁଛୁ, ଉଭୟ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ଶୁଟିଂ ସେଟ୍‌ରେ ପରସ୍ପରକୁ ଭେଟିଥିଲେ। ଏହାର ବର୍ଷକ ପରେ ୨୦୧୦ରେ ସେମାନେ ବିବାହ କରିଥିଲେ। ବିବାହରୁ ଦୁହିଁଙ୍କ ଗୋଟିଏ ପୁଅ ଅଛି, ଯାହାର ନାମ ଆରବ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

ଶନିଙ୍କ ଚଳନରେ ମାଲାମାଲ ହେବେ ୪ ରାଶି: ଅଚାନକ ବଦଳିଯିବ ଭାଗ୍ୟ, ହେବ ଧନବର୍ଷା

ବୈଦିକ ଜ୍ୟୋତିଷରେ ଶନିଦେବଙ୍କ ଚଳନ ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ମହତ୍ତ୍ୱ ଦିଆଯାଏ। ଶନି ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କଲେ ଏହାର ପ୍ରଭାବ ସମସ୍ତ ୧୨ଟି…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

୨୦୨୬ ଶେଷ ପୂର୍ବରୁ ବଡ଼ ସଫଳତା! ଆଗାମୀ ୪ ମାସ ଏହି ରାଶିଙ୍କ ସହ ହେବ ଚମତ୍କାର, ବଢିବ…

୨୦୨୬ ବର୍ଷ ଶେଷ ହେବାକୁ ଆଉ ମାତ୍ର ୪ ମାସ ବାକି ରହିଛି। ଏହାପରେ ଆରମ୍ଭ ହେବ ନୂଆ ବର୍ଷ ୨୦୨୭। ତେବେ ନୂଆ ବର୍ଷ ଆସିବା…

କଂଗ୍ରେସ ଦଳ ବୈଠକରେ କର୍ମୀଙ୍କ ପ୍ରଶ୍ନରେ ବିଧାୟକ ଘାଇଲା, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି…

ଦାରିଙ୍ଗବାଡ଼ି,୨୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରଫୁଲ ପ୍ରଧାନ ବୁଧବାର ବ୍ରାହ୍ମଣୀଗାଁ ଗସ୍ତରେ ଯାଇଥିଲେ। ସେଠାରେ ବିଧାୟକଙ୍କୁ କିଛି କର୍ମୀ…

ମେଣ୍ଢା ଫାର୍ମଠାରେ ୩୦ ଟିକିଆ ହାତୀପଲ: ଲୋକେ ଆତଙ୍କିତ

ବଲାଙ୍ଗିର,୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ସଇଁତଳା ରେଞ୍ଜ ଅନ୍ତର୍ଗତ ଦେଓଗାଁ ବଙ୍ଗଳା ମେଣ୍ଢା ଫାର୍ମଠାରେ ଗତରାତିରୁ ୩୦ ଟିକିଆ ହାତୀପଲ ଆସି ଅଛନ୍ତି। ଦେଓଗାଁ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri