ଭୁବନେଶ୍ୱରରେ ଜିଗଲୋ ର଼୍ୟାକେଟ

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏବେ କେତେକ ଯୁବକ ଜିଗଲୋ(କଲ୍‌ ବୟ) ସାଜି ମହିଳାଙ୍କ ଯୌନ ଲାଳସା ମେଣ୍ଟାଉଛନ୍ତି। ଏହି ର଼୍ୟାକେଟ ପଛରେ ଥିବା ମାଷ୍ଟରମାଇଣ୍ଡ ଅନ୍‌ଲାଇନ୍‌ରେ କାରବାର କରୁଛନ୍ତି। ଏପରି କି ଏଭଳି କାରବାର ରାଜଧାନୀର ବଡ଼ ବଡ଼ ହୋଟେଲରେ ଚାଲୁଥିବା ସମ୍ପର୍କରେ ମାଷ୍ଟରମାଇଣ୍ଡ ଅନ୍‌ଲାଇନ୍‌ରେ ବିଜ୍ଞାପନ ମଧ୍ୟ ଦେଉଛନ୍ତି। ବିଜ୍ଞାପନ ଦେଖି କେତେଜଣ ଯୁବକ ଅର୍ଥ ଆଶାରେ ଜିଗଲୋସାଜି ଉକ୍ତ ର଼୍ୟାକେଟ ସହ ଯୋଡ଼ି ହେଉଛନ୍ତି। ଅନ୍ୟପକ୍ଷରେ କେତେକ ମହିଳା ମଧ୍ୟ ଏହି ଠକଙ୍କ ସାଇଟ୍‌କୁ ଯାଇ ଜିଗଲୋବୁକ୍‌ କରୁଛନ୍ତି। ମହିଳା ବୁକ୍‌ କରିଥିବା ହୋଟେଲର ରୁମ୍‌ ନମ୍ବର ଏବଂ ସମୟ ଜିଗ୍‌ଲୋଙ୍କ ଫୋନ୍‌କୁ ମେସେଜ କରି ଦିଆଯାଉଛି। ମେସେଜ ପାଇବା ପରେ ଜିଗଲୋଉକ୍ତ ରୁମ୍‌ରେ ପହଞ୍ଚତ୍ ଯାଉଛନ୍ତି। ଆଗ୍ରହୀ ମହିଳାଙ୍କୁ ହୋଟେଲରେ ସବୁ ସୁବିଧା ଯୋଗାଇ ଦେବାକୁ କହି ଅନ୍‌ଲାଇନ୍‌ରେ ଅତ୍ୟଧିକ ଟଙ୍କା ଲୁଟ୍‌ କରାଯାଉଛି। ଏପରି କି କେତେକ ସ୍ଥାନରେ ହୋଟେଲ୍‌ ବୁକ୍‌ କରା ନ ଯାଇ ମିଛରେ ହୋଟେଲ ନାମ ଦିଆଯାଉଛି। ଫଳରେ ଠକେଇର ଶିକାର ହେଉଥିବା ମହିଳାମାନେ ଲୋକଲଜ୍ଜା ଭୟରେ ଅଭିଯୋଗ କରିପାରୁ ନାହାନ୍ତି। ଗତ ୨୨ତାରିଖରେ ବଡ଼ଗଡ଼ ଥାନା କଳ୍ପନା ଛକ ନିକଟରେ ଥିବା ଏକ ହୋଟେଲକୁ ଜଣେ ଜିଗଲୋଯିବା ପରେ ଏଭଳି ର଼୍ୟାକେଟ ସମ୍ପର୍କରେ ଜଣାପଡ଼ିଛି। ଜଣେ ଜିଗଲୋହୋଟେଲ୍‌ରେ ପହଞ୍ଚତ୍ ଜନୈକା ମହିଳା ତାଙ୍କୁ ବୁକ୍‌ କରିଥିବା ସମ୍ପର୍କରେ କହିଥିଲେ। ଏପରି କି ଦୀପକ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଅନ୍‌ଲାଇନ୍‌ରେ ଏହି ବୁକ୍‌ ହୋଇଥିବା ଜିଗଲୋଜଣକ କହିଥିଲେ। ହେଲେ ହୋଟେଲରେ ସେପରି କେହି ମହିଳା ରୁମ୍‌ ବୁକ୍‌ କରି ନାହାନ୍ତି, କି ଏଠାରେ ସେଭଳି କାର୍ଯ୍ୟ ଚାଲୁ ନ ଥିବା ହୋଟେଲ୍‌ ରିସେପ୍ସନିଷ୍ଟ କହିଥିଲେ। ପରେ ମ୍ୟାନେଜର ଇଣ୍ଟରନେଟରେ ଯାଞ୍ଚ କରିବା ପରେ ତାଙ୍କ ହୋଟେଲର ନାମ ଦିଆଯାଇଥିବା ଜଣାପଡ଼ିଥିଲା। ଜିଗଲୋ’ର କଥା ଶୁଣିବା ପରେ ହୋଟେଲ କର୍ତ୍ତୃପକ୍ଷ ଇଣ୍ଟରନେଣ୍ଟରେ ଜିଗଲୋବୁକ୍‌ କରାଯାଉଥିବା ସାଇଟ୍‌ ଯାଞ୍ଚ କରିଥିଲେ। ତାଙ୍କ ହୋଟେଲକୁ ବଦନାମ କରାଯାଉଥିବା ନେଇ ହୋଟେଲ କର୍ତ୍ତୃପକ୍ଷ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ-୨୬୬/୨୦) ରୁଜୁ କରି ତଦନ୍ତ କରୁଛି। ଏନେଇ ବଡ଼ଗଡ଼ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି ଯେ,ହୋଟେଲରେ ଜିଗଲୋ ପହଞ୍ଚିବା ପରେ ଏଭଳି ର଼୍ୟାକେଟ ଚାଲୁଥିବା ପଦାକୁ ଆସିଛି। ଅଭିଯୋଗ ପରେ ମାମଲାର ତଦନ୍ତ କରାଯାଉଛି। ଏହି ର଼୍ୟାକେଟ ପଛରେ ଥିବା ମାଷ୍ଟରମାଇଣ୍ଡଙ୍କୁ ଖୋଜା ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri