Posted inଫୁରସତ

ଝୁମର୍‌ ଝୁମ୍‌କା

ନାରୀର ପ୍ରିୟ ଆଭୂଷଣ ମଧ୍ୟରେ କାନର ଝୁମ୍‌କା ଅନ୍ୟତମ। ତେଣୁ ଝୁମ୍‌କାର ଭଲ ସଂଗ୍ରହ ଥାଏ ପ୍ରାୟ ସବୁ ମହିଳାଙ୍କ ପାଖରେ। ଭିନ୍ନ ଭିନ୍ନ ଡିଜାଇନର ଝୁମ୍‌କା ଚେହେରାକୁ ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ। ତେବେ ଏକ ଅଜବ ଡିଜାଇନ୍‌ର ଝୁମ୍‌କା ଏବେ ବେଶ୍‌ ଚର୍ଚ୍ଚାରେ ଅଛି। କାରଣ ଏହା ଝୁମ୍‌କା ପରି ବହୁତ କମ୍‌, ଆଉ ଘରର ସିଲିଂରେ ଝୁଲୁଥିବା ଝୁମର୍‌ ବା ଚାଣ୍ଡେଲିୟର ପରି ବେଶି ଦେଖାଯାଏ। ସତସତିକା ଝୁମରରେ ଲାଗିଥିବା ଲାଇଟ୍‌ ତଥା କ୍ୟାଣ୍ଡେଲ ପରି ଏହି ଇୟରରିଂ ଜଳିଥାଏ ମଧ୍ୟ। ତେଣୁ ଏହାକୁ ‘ଚାଣ୍ଡେଲିୟର ଝୁମ୍‌କା’ ବି କୁହାଯାଉଛି। ଉକ୍ତ ଇୟରିଂକୁ ନ୍ୟୁୟର୍କର ଡାଏନା କୈଲଡେରିସ୍କୁ ତିଆରି କରିଛନ୍ତି। ସେ ଜଣେ ଟେକ୍ନିକାଲ ଡିଜାଇନର୍‌ ହେବା ସହ ଫ୍ୟାଶନ ଇଲୁଷ୍ଟ୍ରେଟର। ଡାଏନା ଏହାକୁ ତିଆରି କରିବା ଲାଗି ବ୍ରାସ୍‌, ଷ୍ଟର୍ଲିଂ ସିଲ୍‌ଭର, ୧୪ କ୍ୟାରେଟ୍‌ ସୁନା ଓ ଗ୍ଲାସ୍‌ କ୍ରିଷ୍ଟାଲ ବ୍ୟବହାର କରିଛନ୍ତି। ତା’ସହ ଏଥିରେ ମହମବତିର ଲୁକ୍‌ ଦେବା ଲାଗି ଏଲ୍‌ଇଡି ଲାଇଟ୍‌ର ବ୍ୟବହାର ବି କରିଛନ୍ତି। ଫଳରେ ଏହି ଝୁମର୍‌ କାନଫୁଲଟି କ୍ୟାଣ୍ଡେଲ ଜଳିବା ପରି ଦେଖାଯାଏ। ଏହି ଝୁମ୍‌କାର ପଛଭାଗରେ ଲାଗିଥିବା ବ୍ୟାଟେରି ଉକ୍ତ ଝୁମ୍‌କାକୁ ଜଳାଇବା ଲାଗି ଶକ୍ତି ପ୍ରଦାନ କରିଥାଏ। ଆଉ କାନରେ ଯେବେ ଏହି ଲାଇଟ୍‌ ଜଳେ ସତସତିକା ଚାଣ୍ଡେଲିୟର୍‌ ପରି ଦେଖାଯିବା ସହ ବେଶ୍‌ ସୁନ୍ଦର ଓ ଆକର୍ଷକ ବି ଲାଗେ। ଏହାର ମୂଲ୍ୟ ୧୨୦୦୦ ଟଙ୍କା ଥିବାବେଳେ ଏଥିରେ ଏକ ବର୍ଷର ଓ୍ବାରେଣ୍ଟି ବି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri