ଝିମକୀ ଡଙ୍ଗର, କୋଡକିଦୋର ନଦୀରେ ସେତୁ ନିର୍ମାଣ ଦାବି

ଥୁଆମୂଳ ରାମପୁର,୨୫।୦୧(ଦୁର୍ଗା କୀର୍ତ୍ତି):ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ଅଡ୍ରି ପଞ୍ଚାୟତସ୍ଥିତ ଢୋଲଫାସ ଗ୍ରାମର ଜନସାଧାରଣ ଝିମକୀ ଡଙ୍ଗରଠାରେ ଥିବା ଇନ୍ଦ୍ରାବତୀ କୋଡକିଦୋର ନଦୀ ଦେଇ ମହୁଲପାଟଣା, ଜୟପାଟଣା, ନବରଙ୍ଗପୁର, ଜୟପୁର, ଜୁନାଗଡ଼, ଧର୍ମଗଡ଼, କୋକସରା, ଭବାନୀପାଟଣା, ଥୁଆମୁଳ ରାମପୁର ଆଦି ସହର ବା ବ୍ଲକକୁ ଯାତାୟାତ କରିଥାନ୍ତି। ଅଡ୍ରି, ଗୋପୀନାଥପୁର, ମାଳିଗାଁ, ପୋଡ଼ାପଦର ପଞ୍ଚାୟତ ଓ ଅନ୍ୟ ପାଖ ପଡୋଶୀ ପଞ୍ଚାୟତର ଛାତ୍ରୀଛାତ୍ରୀ ସ୍କୁଲ, କଲେଜ ଯିବା ପାଇଁ ମଧ୍ୟ ଏହି ବାଟ ଦେଇ ଯାତାୟାତ କରନ୍ତି। ହେଲେ ବର୍ଷାଦିନ ସେହି ଇନ୍ଦ୍ରାବତୀ କୋଡକିଦୋର ନଦୀରେ ପାଣି ଆସିବା ଫଳରେ ଯାତାୟାତ କରିବା ଅସମ୍ଭବ ହେଉଛି। କୋଡକିଦୋର ନଦୀ ଉପରେ ଏକ ବ୍ରିଜ ନିର୍ମାଣ ହୋଇ ପାରିଲେ ଉଭୟ ପଞ୍ଚାୟତର ଜନସାଧାରଣ, ପାଖ ପଡ଼ୋଶୀ ବାଟୋଇଙ୍କର ଓ ଛାତ୍ରୀଛାତ୍ରମାନେ ଯାତାୟାତ କରିବା ସମ୍ଭବ ହୋଇପାରନ୍ତା ବୋଲି ସ୍ଥାନୀୟ ଜନସାଧାରଣ ଙ୍କ ସମେତ ସ୍ଥାନୀୟ ସରପଞ୍ଚ ନାନ୍ଦାଏ ମାଝୀ ଏବଂ ସ୍ଥାନୀୟ ସମିତି ସଭ୍ୟ ରାମ ମାଝୀ ଆଶା ପୋଷଣ କରିଥିବାବେଳେ ନଦୀରେ ଏକ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି। ବ୍ରିଜ ନିର୍ମାଣ ପାଇଁ ଉଭୟ ପଞ୍ଚାୟତର ଜନସାଧାରଣ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଲୋକ ସଭା ଏମ୍‌ପି ମାଳବିକା ଦେବୀ ଏବଂ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ବାରମ୍ବାର ଦାବିପତ୍ର ଦେଇଆସୁଥିଲେ ମଧ୍ୟ ଏହା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଜଣାପଡିଛି l
ସୂଚନାଯୋଗ୍ୟ, ପ୍ରତିଦିନ ମହୁଲ ପାଟଣା, ପୋଡ଼ା ପଦର, ତଳ ନାଗୀ, ଅଡ୍ରି, ଗୋପୀନାଥପୁର, ମାଳିଗାଁ, ପୋଡ଼ାପଦରର ଅନେକ ପଞ୍ଚାୟତର ଶହଶହ ଜନସାଧାରଣ ଏହି ନଦୀ ରାସ୍ତା ଦେଇ ପାଦରେ ଯାତାୟାତ କରିଥାନ୍ତି। ହେଲେ ଅଧିକାଂଶ ସମୟରେ ପାଣି ସହ ବଡ଼ ବଡ଼ ପଥର ରହୁଥିବାରୁ ଜନସାଧାରଣ ୨୦ ରୁ ୩୦ କିଲୋମିଟର ବୁଲି କିମ୍ବା ଡୁମେର ପଦର-ଥୁଆମୂଳ ରାମପୁର କଲେଜ ଛକ ଦେଇ ମହୁଲ ପାଟଣା ଯିବା ଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଉଚ୍ଚ ସ୍ତରୀୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ବ୍ରିଜ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ମତ ରଖିଛନ୍ତି l
ଏପରି ସ୍ଥଳେ ଏହି ଅଞ୍ଚଳରେ ଆଜି ମଧ୍ୟ ଅଧିକାଂଶ ନଦୀ ଓ ନାଲ ଠାରେ ପୋଲର ଅଭାବ ରହିଅଛି। ଏହାଫଳରେ ଲୋକ ଓ ଛାତ୍ରୀଛାତ୍ର ବିଦ୍ୟାଳୟ/ମହାବିଦ୍ୟାଳୟ ଯିବା ଆସିବା କରିବାରେ ପ୍ରତିବନ୍ଧକ ସାଜିଛି ଏହିଠାରେ ଯଦି ଏକ ପୋଲ ର୍ନିମାଣ ହେବ ତେବେ ଆଞ୍ଚଳର ଅଧିକାଂଶ ଲୋକେ ଉପକୃତ ହୋଇପାରିବେ ଗ୍ରାମବାସୀ ପ୍ରଶାସନ ପାଖରେ ଗୁହାରି କରିଛନ୍ତି l

 


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ ବଡ଼ ପଦକ୍ଷେପ ନେଲା RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri