ଦିନେ ଲୋକେ କହୁଥିଲେ ଡାହାଣୀ, ଏବେ ଜିତିଲେ ପଦ୍ମଶ୍ରୀ

ରାଞ୍ଚି,୨୭।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧୯ ଜଣଙ୍କୁ ପୁରସ୍କାର ଦିଆଯିବ। ଝାଡଖଣ୍ଡର ଛୁଟନୀ ଦେବୀ ଏଥର ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜୀବନରେ ଅନେକ ପ୍ରତାଡନା ସହିଥିବା ଛୁଟନୀ ଏବେ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି। ବିବାହର ୧୬ ବର୍ଷ ପରେ ଜଣେ ତାନ୍ତ୍ରିକଙ୍କ କଥାରେ ୧୯୯୫ରେ ତାଙ୍କୁ ଡାହାଣୀ କହି ମାରିଦେବାକୁ ଉଦ୍ୟମ କରାଯାଇଥିଲା। ଏକଥା ସେ ଜାଣିବା ପରେ ଜୀବନ ବଞ୍ଚାଇବା ପାଇଁ ୪ ପିଲାଙ୍କୁ ସାଥିରେ ଧରି ରାତାରାତି ଘରୁ ବାହାରି ପଳାଇ ଆସିଥିଲେ। ଗାଁ ଛାଡି ଆସି ୮ ମାସ ପର୍ଯ୍ୟନ୍ତ ସେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହାପରେ ବାପଘରେ ରହି ସମାଜରୁ ଡାହାଣୀ ପ୍ରଥା ଦୂର ପାଇଁ ଚେଷ୍ଟା ଚଳାଇଥିଲେ। ଗ୍ରାମବାସୀଙ୍କୁ ଏକାଠି କରି ସେ ଏହି ପ୍ରୟାସ ଆରମ୍ଭ କରିଥିଲେ। ନକ୍ସଲ ପ୍ରଭାବିତ ଅଞ୍ଜଳରେ ମହିଳାଙ୍କୁ ଏକତ୍ର କରି ଏକ ସଂଗଠନ କରି ଡାହାଣୀ ପ୍ରଥା ଦୂର ପାଇଁ ପ୍ରୟାସ ଜାରି ରଖିଛନ୍ତି। ଗତ ସୋମବାର ସନ୍ଧ୍ୟାରେ ହଠାତ୍‌ ତାଙ୍କ ଫୋନ୍‌ ଆସିଥିଲା ଯେ ଏଥର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ। ଏହା ଶୁଣି ସେ ବେଶ୍‌ ଖୁସିରେ କାନ୍ଦି ପକାଇଥିଲେ। ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଛୁଟନୀ ଦେବୀ ୧୯୭୮ରେ ବିବାହ କରିଥିଲେ। ଏହାପରେ ଡାହାଣୀ ସନ୍ଦେହରେ ପ୍ରତାଡିତ ୧୨୫ ଜଣ ମହିଳାଙ୍କୁ ନେଇ ସେ ସଂଗଠନ କରିଥିଲେ। ଏହାସହ ସେ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ଦଙ୍ଗା: ୨୨ ଅଭିଯୁକ୍ତ ଖଲାସ

ଗୋଧ୍ରା,୨୫ା୧:ଗୁଜରାଟର ଗୋଧ୍ରାରେ ଘଟିଥିବା ଦଙ୍ଗା ମାମଲାରେ ହାଲୋଲସ୍ଥିତ ଏକ କୋର୍ଟ ବୁଧବାର ପ୍ରମାଣ ଅଭାବରୁ ୨୨ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି। ୨୦୦୨ ଫେବୃୟାରୀ ୨୮ରେ ଏକ...

ମହିଳା, ଶିଶୁ ବିରୋଧୀ ଅପରାଧ ୧୫% ବୃଦ୍ଧି

ନୂଆଦିଲ୍ଲୀ, ୩୦ା୮: ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ବିଶେଷକରି ଘରୋଇ ହିଂସାର ଶିକାର ହେଉଥିବାବେଳେ...

ଜନ୍ମଦିନରେ ମା’ଙ୍କ ସହିତ ଭୋଜନ କଲେ ମୋଦି: ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଗାନ୍ଧିନଗର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜର ୬୯ତମ ଜନ୍ମଦିନ ପାଳନ ଅବସରରେ ଗାନ୍ଧିନଗରରେ ବାସ କରୁଥିବା ମା’ ହୀରାବେନ୍‌ ମୋଦିଙ୍କୁ ଭେଟିଛନ୍ତି। ମା’ଙ୍କ ପାଦ...

ସୁରତ ଡାକ୍ତରଖାନାରେ ଅଗ୍ନିକାଣ୍ଡ

ସୁରତ,୧୮।୧୧-ଗୁଜୁରାଟର ସୁରଟ ସହରରେ ଥିବା ଏକ ଡାକ୍ତରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ...

କେବଳ ପୁରୀରେ ହେବ ରଥଯାତ୍ରା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୬।୭: ଚଳିତ ବର୍ଷ କେବଳ ପୁରୀରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହି ବୋଲି...

୧,୩୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଭିଜା

ନୂଆଦିଲ୍ଲୀ,୧୩।୧୦: ଦୁଇବର୍ଷରୁ ଊର୍ଦ୍ଧ୍ୱ କୋଭିଡ୍‌ କଟକଣା ପରେ ଭାରତୀୟ ଛାତ୍ରୀଛାତ୍ର ଚାଇନାରେ ପୁଣିଥରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ୧,୩୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା...

ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ୧୫ ବର୍ଷୀୟା ଝିଅକୁ ବଳାତ୍କାର

ନୂଆଦିଲ୍ଲୀ,୨୫।୧: ଅତ୍ୟଧିକ ଫୋନ ବ୍ୟବହାର କରିବାରୁ ଜଣେ ୧୫ ବର୍ଷୀୟା ନାବାଳିକା ଝିଅଙ୍କୁ ବଳାତ୍କାର କରିଛନ୍ତି ୪୨ ବର୍ଷୀୟ ବାପା। ଏଭଳି ଚକିତ କଲା ଭଳି...

ମୋଦିଙ୍କୁ କଂଗ୍ରେସର ୫ ପ୍ରଶ୍ନ

ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ୫ଟି ପ୍ରଶର ଉତ୍ତର ଚାହିଁଛି।...

Advertisement
Archives

Model This Week