ଦିନେ ଲୋକେ କହୁଥିଲେ ଡାହାଣୀ, ଏବେ ଜିତିଲେ ପଦ୍ମଶ୍ରୀ

ରାଞ୍ଚି,୨୭।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧୯ ଜଣଙ୍କୁ ପୁରସ୍କାର ଦିଆଯିବ। ଝାଡଖଣ୍ଡର ଛୁଟନୀ ଦେବୀ ଏଥର ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜୀବନରେ ଅନେକ ପ୍ରତାଡନା ସହିଥିବା ଛୁଟନୀ ଏବେ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି। ବିବାହର ୧୬ ବର୍ଷ ପରେ ଜଣେ ତାନ୍ତ୍ରିକଙ୍କ କଥାରେ ୧୯୯୫ରେ ତାଙ୍କୁ ଡାହାଣୀ କହି ମାରିଦେବାକୁ ଉଦ୍ୟମ କରାଯାଇଥିଲା। ଏକଥା ସେ ଜାଣିବା ପରେ ଜୀବନ ବଞ୍ଚାଇବା ପାଇଁ ୪ ପିଲାଙ୍କୁ ସାଥିରେ ଧରି ରାତାରାତି ଘରୁ ବାହାରି ପଳାଇ ଆସିଥିଲେ। ଗାଁ ଛାଡି ଆସି ୮ ମାସ ପର୍ଯ୍ୟନ୍ତ ସେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହାପରେ ବାପଘରେ ରହି ସମାଜରୁ ଡାହାଣୀ ପ୍ରଥା ଦୂର ପାଇଁ ଚେଷ୍ଟା ଚଳାଇଥିଲେ। ଗ୍ରାମବାସୀଙ୍କୁ ଏକାଠି କରି ସେ ଏହି ପ୍ରୟାସ ଆରମ୍ଭ କରିଥିଲେ। ନକ୍ସଲ ପ୍ରଭାବିତ ଅଞ୍ଜଳରେ ମହିଳାଙ୍କୁ ଏକତ୍ର କରି ଏକ ସଂଗଠନ କରି ଡାହାଣୀ ପ୍ରଥା ଦୂର ପାଇଁ ପ୍ରୟାସ ଜାରି ରଖିଛନ୍ତି। ଗତ ସୋମବାର ସନ୍ଧ୍ୟାରେ ହଠାତ୍‌ ତାଙ୍କ ଫୋନ୍‌ ଆସିଥିଲା ଯେ ଏଥର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ। ଏହା ଶୁଣି ସେ ବେଶ୍‌ ଖୁସିରେ କାନ୍ଦି ପକାଇଥିଲେ। ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଛୁଟନୀ ଦେବୀ ୧୯୭୮ରେ ବିବାହ କରିଥିଲେ। ଏହାପରେ ଡାହାଣୀ ସନ୍ଦେହରେ ପ୍ରତାଡିତ ୧୨୫ ଜଣ ମହିଳାଙ୍କୁ ନେଇ ସେ ସଂଗଠନ କରିଥିଲେ। ଏହାସହ ସେ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରନେତାଙ୍କ ତତ୍ପରତା: ୮ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେବା ଚର୍ଚ୍ଚା

ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟରେ ଛାତ୍ରସଂସଦ ପୁଣି ଥରେ ଆରମ୍ଭ କରିବା ନେଇ ଉଚ୍ଚଶିକ୍ଷା…

ଓରାଙ୍ଗ୍‌ଉଟାନ ଶାବକଙ୍କ ଡିଏନ୍‌ଏ ପରୀକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା):ବାଲେଶ୍ୱର ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ୍‌ଉଟାନ ଶାବକଙ୍କୁ ନେଇ ସବୁ ପ୍ରକାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ…

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା, ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୧ା୯:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ, ଜିନ୍‌ପିଙ୍ଗଙ୍କୁ ଅପେକ୍ଷା

ନୂଆଦିଲ୍ଲୀ,୧୧।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି

ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri