ଝାଡ଼ଖଣ୍ଡୀ ହାତୀପଲ ନୀଳଗିରି ମୁହାଁ

ବାରିପଦା ଅଫିସ, ୨୮।୪: ପଶ୍ଚିମବଙ୍ଗ ସୀମାନ୍ତ ଦେଇ ଝାଡଖଣ୍ଡରୁ ଏକ ବିଶାଳ ହାତୀପଲ ମଙ୍ଗଳାବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ପଶିଛନ୍ତି। ଏହି ପଲରେ ୭୦ରୁ ଉର୍ଦ୍ଧ୍ୱ ହାତୀ ଥିବାବେଳେ ବୁଧବାର ତମାମ ବଡ଼ାମପୁର ସଂରକ୍ଷିତ ଜଙ୍ଗଲରେ ଅଟକି ରହିଛନ୍ତି। ରାତିରେ ଏହି ହାତୀପଲ ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟର ନୀଳଗିରି ମୁଖେ ଅଗ୍ରସର ହେବାକୁ ଥିବା ନେଇ ବନବିଭାଗ ପୂର୍ବାନୁମାନ କରିଛି।
ସୂଚନା ମୁତାବକ, ଝାଡଖଣ୍ଡରୁ ଆସିଥିବା ହାତୀପଲ ପଶ୍ଚିମବଙ୍ଗ ହୋଇ ରାସଗୋବିନ୍ଦପୁର ରେଞ୍ଜ୍‌ର ଜମ୍ଭୀରା ନଦୀ ପାର ହୋଇ ପ୍ରବେଶ କରିଛନ୍ତି। ପରେ ବେତନଟୀ ରେଞ୍ଜ ଅଧୀନ ବଡ଼ାମପୁର ସଂରକ୍ଷିତ ଜଙ୍ଗଲରେ ଅଟକି ରହିଛନ୍ତି। ଖାଦ୍ୟ ଅନ୍ବେଷଣରେ ଆସିଥିବା ଏହି ହାତୀପଲଙ୍କ ମଧ୍ୟରେ ଅନେକ ଦନ୍ତାହାତୀ ରହିଛନ୍ତି। ଧାନକ୍ଷେତ ଖାଲି ପଡିଥିବାରୁ ହାତୀପଲ ଜନବସତି ମୁହାଁ ହେବାକୁ ଥିବା ବେଳେ ବନବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି ା ହାତୀଙ୍କ ଗତିବିଧିକୁ ନଜରରେ ରଖି ଲୋକମାନେ ରାତି ତମାମ ଜାଗ୍ରତ ପ୍ରହରୀ ଭାବେ ସତର୍କ ଦୃଷ୍ଟି ଦେଇଛନ୍ତି। ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ପାଚିଲା ଧାନ ଖାଇବାକୁ ଆସି ନୀଳଗିରି ମୁହାଁ ହୋଇ ପୁନର୍ବାର ଜାନୁୟାରୀ ଓ ଫେବୃୟାରୀ ମାସରେ ବାହୁଡିଥାନ୍ତି ା ତେବେ ବିଶାଳ ହାତୀପଲଙ୍କ ଦାଉରୁ ଧନଜୀବନକୁ ସୁରକ୍ଷିତ ରଖିବା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri