Posted inଫୁରସତ

ମୃତଦେହର ଦାନ୍ତରୁ ମୁଦି, କେଶରୁ ନେକ୍‌ଲେସ୍ ତିଆରି କରିବାକୁ ପସନ୍ଦ କରନ୍ତି ଏହି ମହିଳା

କାନବେରା,୧୫ ।୭: କେବଳ ମହିଳା ନୁହେଁ ଏମିତି କେତେଜଣ ପୁରୁଷ ଅଛନ୍ତି ଯେଉଁମାନେ ଗହଣା ପିନ୍ଧିବାକୁ ପସନ୍ଦ କରି ଥାଆନ୍ତି । ତାହା ପୁଣି ଦାମୀ । କେହି କେହି ସୁନା ଅଳଙ୍କାର ପସନ୍ଦ କରୁଥିବା ବେଳେ ଆଉ କେହି ହୀରା, ପୁଣି କିଏ ରୂପା ଆଉ କେହି ପ୍ଲାଟିନମର ଅଳଙ୍କାର ବି ପସନ୍ଦ କରି ଥାଆନ୍ତି । ହେଲେ ଅଷ୍ଟ୍ରେଲିଆରେ ଏମିତି ଜଣେ ମହିଳା ଅଛନ୍ତି ତାଙ୍କ ଗହଣା ସୌକ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା । ସେ ମୃତଦେହର ଦାନ୍ତ ଓ କେଶରୁ ଗହଣା ତିଆରି କରି ପିନ୍ଧିବାକୁ ପସନ୍ଦ କରନ୍ତି ଆଉ ଏହା ତାଙ୍କର ହବି ବୋଲି ସେ କୁହନ୍ତି । ଜ୍ୟାକି ୱିଲିୟମ୍ସ ଗେବ ମେଟଲମ ଜୁଏଲର୍ସର ମାଲିକାଣୀ । ସେ ମୃତ ଲୋକଙ୍କ ଦାନ୍ତରୁ ମୁଦି, ଚୁଡି ଓ ହାର ତିଆରି କରି ବିକ୍ରି କରିଥାଆନ୍ତି । ଆଉ କିଛି ଜୁଏଲାରୀ ମାନବ ଶରୀରର ଅବଶେଷରୁ ବି ପ୍ରସ୍ତୁତ କରିଥାନ୍ତି ଜ୍ୟାକି । ପୂର୍ବରୁ ଜ୍ୟାକି ଏକ କବର ସ୍ଥାନରେ ମାଳି ଭାବେ କାମ କରୁଥିଲେ । ଏବେ କିନ୍ତୁ ଏଭଳି ଏକ ଜୁଏଲାରୀ ଦୋକାନର ମାଲିକାଣୀ । ସେ କୁହନ୍ତି ସେ ସାମାନ୍ୟ ଅସୁସ୍ଥ । କାରଣ ସୁସ୍ଥ ଲୋକ କେବେହେଲେ ଏମିତି ଅର୍ଥାତ୍ ମାନବ ଅବଶେଷରୁ ଗହଣା ତିଆରି କରିବା କଥା ଚିନ୍ତା କରିପାରିବନି । ହେଲେ ସେ ଏମିତି ଗହଣା ତିଆରି କରିବା ଫଳରେ ପ୍ରିୟଜନଙ୍କ ମୃତ୍ୟୁକୁ ସହଜରେ ଭୁଲି ପାରୁଥିବା ସେ ପ୍ରକାଶ କରିଛନ୍ତି । ଜ୍ୟାକି କୁହନ୍ତି ଗ୍ରାହକଙ୍କ ଅର୍ଡର ଅନୁଯାୟୀ ସେମାନଙ୍କ ପ୍ରିୟଜନଙ୍କ ମୃତ୍ୟୁ ପରେ ସେହି ମୃତଦେହରୁ ଦାନ୍ତ ଓ କେଶ ସଂଗ୍ରହକରି ସେ ଗହଣା ତିଆରି କରନ୍ତି । ହେଲେ ଏଥିରେ ମୃତଲୋକଙ୍କ ପରିବାର ସଦସ୍ୟଙ୍କ ସହମତି ନିଶ୍ଚିତ ଭାବେ ଥାଏ । ଏମିତି କରି କେତେକ ଲୋକେ ପରିଜନଙ୍କ ମୃତ୍ୟୁ ଦୁଃଖକୁ ସହଜରେ ଭୁଲି ପାରନ୍ତି ବୋଲି ସେ କୁହନ୍ତି । ଜ୍ୟାକି କୁହନ୍ତି ମୁଁ ଏପରି କରିବା ପଛର କାରଣ ହେଉଛି ଲୋକଙ୍କୁ ଦୁଃଖ ସମୟରେ ସେମାନଙ୍କୁ ସାମାନ୍ୟ ଖୁସି ଦେବାକୁ ଚେଷ୍ଟା କରିବା ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?