Posted inଜାତୀୟ

ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ

ନୂଆଦିଲ୍ଲୀ,୧୯।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ୍‌ ତା’ର ଉଡାଣକୁ ଅସ୍ଥାୟୀ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି। ଫଳରେ ଏଥିରେ କାମ କରୁଥିବା ପ୍ରାୟ ୧୬ ହଜାର କର୍ମଚାରୀ ଏବେ ରୋଜଗାର ହରାଇ ଭାଙ୍ଗି ପଡିଛନ୍ତି। ଏହି କର୍ମଚାରୀମାନେ ଦିଲ୍ଲୀର ଯନ୍ତର ମନ୍ତରରେ ଏକାଠି ହୋଇ ଏୟାରଓ୍ବେଜକୁ ଚଲାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିପାଇଁ ସେମାନେ ଋଣ ଦାତା ଓ ମୋଦି ସରକାରଙ୍କୁ ଦାୟୀ କରିଛନ୍ତି। ତେବେ ଯେତେବେଳେ ଏମାନେ ଯନ୍ତର ମନ୍ତରରେ ଏକାଠି ହୋଇଥିଲେ ସେତେବେଳେ ଅଧିକାଂଶଙ୍କ ଆଖି ଭିଜି ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୨ ମାସ ହେବ ଦରମା ନ ପାଇ ଶେଷରେ କମ୍ପାନୀ ବନ୍ଦ ହୋଇଯିବା କର୍ମଚାରୀଙ୍କ ଉପରେ ଆକାଶ ଛିଡି ପଡିଲା ଭଳି ଲାଗୁଛି ବୋଲି ସେମାନେ କୁହନ୍ତି। ଅବଶ୍ୟ କମ୍ପାନୀ ସିଇଓ କର୍ମଚାରୀଙ୍କୁ ଆଶ୍ୱାସନା ଦେବା ପରେ କେତେଜଣ ପୁରୁଣା କର୍ମଚାରୀ ଏବେବି କମ୍ପାନୀ ଉପରେ ଭରସା ରଖିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ୬୧ ପୁରୁଷ, ୨ ମହିଳା କଏଦୀଙ୍କୁ ମୁକ୍ତ କରିବେ ପଶ୍ଚିମବଙ୍ଗ ସରକାର

କୋଲକାତା,୨ ।୮: ପଶ୍ଚିମବଙ୍ଗ ସରକାର ମାନବିକତା ଦୃଷ୍ଟିରୁ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬୧ ଜଣ ପୁରୁଷ ଓ ୨ ଜଣ ମହିଳା କଏଦୀଙ୍କୁ ମୁକ୍ତ...

ବୋମା ବିସ୍ଫୋରଣର ସେଣ୍ଟର ପାଲଟି ଯାଇଛି ପଶ୍ଚିମବଙ୍ଗ, ୨୦୨୫ରେ ପ୍ରଥମ ଭାଙ୍ଗିଯିବ ମମତା ସରକାର: ଶାହା

କୋଲକାତା,୧୪।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ପଶ୍ଚିମବଙ୍ଗର ବୀରଭୁମି ଜିଲାର ସିଉଡିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ମମତା ବାନାର୍ଜୀଙ୍କ...

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ପ୍ରମାଣ ଦେବା ଆବଶ୍ୟକତା ନାହିଁ: ରାହୁଲ

ଶ୍ରୀନଗର,୨୪।୧: ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ପୁଲଓ୍ବାମା ଆକ୍ରମଣ ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ଦେଇଥିବା ବୟାନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ଦୂରେଇ...

ଭୁଶୁଡିଲା ଖଣି: ଜଣେ ଶ୍ରମିକ ମୃତ, ଫସିଛନ୍ତି ୩

ଅହମ୍ମଦାବାଦ,୨୪।୧୨: ଗୁଜୁରାଟର କୁଚ ଜିଲା ଖାଭଡା ଗ୍ରାମ ନିକଟରେ ଖଣି ଭୁଶୁଡି ପଡିଛି। ଫଳରେ ଗୁରୁବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ...

ସଂସ୍କୃତ କହିଲେ ହେବନାହିଁ ଡାଇବେଟିସ-କୋଲେଷ୍ଟରଲ: ଭାଜପା ନେତା

ନୂଆଦିଲ୍ଲୀ,୧୩।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ଗଣେଶ ସିଂ ଏମିତି ଏକ ବୟାନ ଦେଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟ...

କରୋନା ନେଲା ମନ୍ତ୍ରୀଙ୍କ ଜୀବନ

ଲକ୍ଷ୍ନୌ,୧୯।୫: କରୋନା ପୁଣି ଜଣେ ମନ୍ତ୍ରୀଙ୍କ ଜୀବନ ନେଇଛି। ଉତ୍ତରପ୍ରଦେଶର ମୁଜାଫରନଗର ଚରଥାଭାଲ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ବନ୍ୟା ନିୟନ୍ତ୍ରଣ ଏବଂ ରାଜସ୍ବ ମନ୍ତ୍ରୀ...

ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ: ଚାଲିଗଲା ୫ କର୍ମଚାରୀଙ୍କ ଜୀବନ

ମାଙ୍ଗାଲୋର,୧୮।୪: କର୍ନାଟକର ଏକ ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ ଘଟିଛି। ଅଣନିଃଶ୍ୱାସୀ ହୋଇ ୫ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।...

ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଛାଡି ନୂଆ ଆପ୍‌ ବ୍ୟବହାର କରୁଛନ୍ତି ଆତଙ୍କବାଦୀ

ଶ୍ରୀନଗର,୨୪।୧: ହ୍ବାଟସଆପ୍‌ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଆପ୍‌ ଦ୍ୱାରା ଗୋପନୀୟ ତଥ୍ୟ ଲିକ୍‌ ହେଉଥିବା ଜଣାପଡିବା ପରେ ଏବେ ବିଭିନ୍ନ ଆତଙ୍କବାଦୀ ସଂଗଠନ...

Advertisement
Archives

Model This Week