Posted inଖେଳ

ଜେରିଙ୍କ ଚୁକ୍ତିର ନବୀକରଣ କଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ଭୁବନେଶ୍ୱରଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ମିଜୋରାମ ଓ୍ବିଙ୍ଗର ଜେରି ମାଓ୍ବିମିଙ୍ଗଥଙ୍ଗାଙ୍କ ସହ ଚୁକ୍ତିର ନବୀକରଣ କରିଛି। ୨୪ ବର୍ଷୀୟ ଜେରି ଗତ ସିଜନର ୧୭ ଗେମ୍‌ରେ ୫ ଗୋଲ ହେବାରେ ସହଯୋଗ କରିଥିଲେ। କୌଣସି ଭାରତୀୟ ଖେଳାଳି ଏହି ସିଜନରେ ତାଙ୍କଠାରୁ ଅଧିକ ଗୋଲରେ ସହଯୋଗ କରି ନ ଥିଲେ। ଏହା ବ୍ୟତୀତ ସେ ୨ଟି ଗୋଲ ମଧ୍ୟ ଦେଇଥିଲେ। ଜେରି ଓଡ଼ିଶା ଏଫ୍‌ସି ପକ୍ଷରୁ ୨ ସିଜନରେ ୩୪ଟି ମ୍ୟାଚ ଖେଳି ୪ଟି ଗୋଲ ଦେଇଛନ୍ତି ଏବଂ ୧୦ ଗୋଲ ହେବାରେ ସହଯୋଗ କରିଛନ୍ତି। ଫଳରେ ୨୦୧୯-୨୦ ସିଜନ ପାଇଁ ତାଙ୍କୁ ଏଫ୍‌ପିଏଆଇ(ଫୁଟ୍‌ବଲ ପ୍ଲେୟର ଆସୋସିଏଶନ ଅଫ୍‌ ଇଣ୍ଡିଆ) ୟଙ୍ଗ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ମିଳିଥିଲା। ଡିଏସ୍‌କେ ଶିବାଜିଆନ ଏକାଡେମୀରେ କ୍ୟାରିୟର ଆରମ୍ଭ କରିବା ପରେ ସେ ଆଇଏସ୍‌ଏଲ୍‌ କ୍ଲବ ନର୍ଥଇଷ୍ଟ ୟୁନାଇଟେଡ ଓ ଜାମସେଦପୁର ଏଫ୍‌ସି ପକ୍ଷରୁ ମଧ୍ୟ ଖେଳିଥିଲେ। ଜେରିଙ୍କ ଚୁକ୍ତି ସମୟ ସୀମା ବଢ଼ିଥିବାରୁ ଖୁସି ଜାହିର କରିଛନ୍ତି ଓଡ଼ିଶା ଏଫ୍‌ସି ସିଇଓ ରୋହନ ଶର୍ମା। ”ଜେରି କ୍ଲବ ସହ ପୁଣି ରହିବାରେ ମୁଁ ବହୁତ ଖୁସି। ଜେରି କ୍ଲବରେ ଯୋଗଦେବା ଦିନଠାରୁ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖି ଆସୁଛି। କ୍ରମାଗତ ସମର୍ଥନ ଦେଇ ଆସିଥିବାରୁ ଜେରି ଏବଂ ତାଙ୍କ ପରିବାରକୁ ଧନ୍ୟବାଦ୍‌“ ବୋଲି ରୋହନ କହିଛନ୍ତି। କ୍ଲବ ସଭାପତି ରାଜ ଅଥଓ୍ବାଲ ମଧ୍ୟ ଖୁବ୍‌ ଆନନ୍ଦିତ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଖେଳ ଜାରି ରଖିବା ସୁଯୋଗ ପାଇଥିବାରୁ ସେ ଖୁବ୍‌ ଖୁସି ବୋଲି ଜେରି କହିଛନ୍ତି। କ୍ଲବ ସହିତ ପ୍ରତିଟି ମୁହୂର୍ତ୍ତକୁ ସେ ଉପଭୋଗ କରିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ତାହା ଜାରି ରହିବ। ତାଙ୍କପ୍ରତି ସମର୍ଥନ ଜାରି ରଖିଥିବାରୁ ସେ କ୍ଲବ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଆବୁଧାବି, ୧୧।୧୦: ଆଇପିଏଲ୍‌ ଚଳିତ ସଂସ୍କରଣର ୨୭ତମ ମୁକାବିଲାରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଛି। ସ୍ଥାନୀୟ ଶେଖ୍‌...

ସେପ୍ଟେମ୍ବର ୧୪ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ: ବିସିସିଆଇ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ, ୧୬ା୮ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ କରିବା ଲାଗି ପ୍ରଶାସକ କମିଟି (ସିଓଏ) ସ୍ଥିର କରିଛି।...

ଭୋକିଲା ପିଲାଙ୍କୁ ପଡିଆରେ ଖାଦ୍ୟ ଖୁଆଇ ଚର୍ଚ୍ଚାରେ କ୍ରିକେଟର

ସାଧାରଣତଃ ନିଜ ପ୍ରଦର୍ଶନ ଜରିଆରେ ଖେଳାଳିମାନେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। କିନ୍ତୁ ଭାରତର ବାମହାତୀ ସ୍ପିନ୍‌ ବୋଲର ଇକବାଲ୍‌ ଅବଦୁଲ୍ଲା ଏକ ମହତ କାମ କରି...

ଦ୍ୱିତୀୟଥର ପିତା ହେଲେ ଏହି କ୍ରିକେଟର୍‌

ଅହମ୍ମଦାବାଦ,୮।୩: କିଛି ଦିନ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କ ଘରେ ଦୁଃଖର ଛାୟା ଖେଳିଯାଇଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳୁଥିବାବେଳେ...

ହଂକଂ ଓପନ୍‌: କ୍ୱାର୍ଟରରେ ଶ୍ରୀକାନ୍ତ

ହଂକଂ, ୧୪।୧୧ (ପି.ଟି.)- ଭାରତୀୟ ସଟ୍‌ଲର କିଡାମ୍ବୀ ଶ୍ରୀକାନ୍ତ ଏଠାରେ ଚାଲିଥିବା ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ହଂକଂ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର...

ପିତାଙ୍କ ଖବର ଶୁଣି ଏମିତି ପଡିଆକୁ ଓହ୍ଲାଇଲେ ଏହି ଖେଳାଳି

ଆଇପିଏଲର ୪୩ତମ ମୁକାବିଲାରେ କିଙ୍ଗସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପଞ୍ଜାବ ମ୍ୟାଚ ଜିତି ଥିଲା ସତ, କିନ୍ତୁ ଦଳର...

ଯିଏ ଆମ ସର୍ତ୍ତ ମାନିନେବେ ଆମେ ତାଙ୍କୁ ସହଯୋଗ କରିବୁ: ଜେଜେପି

ଚଣ୍ଡିଗଡ,୨୫।୧୦: ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ତାଙ୍କ ପିତା ଅଜୟ ଚୌତାଲାଙ୍କୁ ତିହାର ଜେଲ୍‌ରେ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ ଏକ...

ମୋଦି ଜୀ ଟିକେ ଧୋନୀଙ୍କୁ ବୁଝାନ୍ତୁ, କାହିଁକି ଏମିତି କହିଲେ ସେହ୍ବାଗ

ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟ୍ୟାଚ୍‌ ବିଜୟରୁ ଆରମ୍ଭ କରିଥିଲା। କିନ୍ତୁ ଗତ ଦୁଇଟି ମ୍ୟାଚ୍‌ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ଦଳର...

Advertisement
Archives

Model This Week