Posted inଫୁରସତ

ଡିଏନ୍‌ଏ ମରାମତି କରିପାରେ ଜେଲିଫିଶ୍‌

ମାଡ୍ରିଡ୍‌: ପୃଥିବୀରେ ଜନ୍ମ ମାନେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଜେଲିଫିଶ୍‌ର ଏକ ପ୍ରଜାତି ନିକଟରେ ବୁଢ଼ା ନ ହେବା ଏବଂ ଅମର ହେବା ଭଳି ବିଶେଷ ଗୁଣ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ଜେଲିଫିଶ୍‌ ନ ମରିବା ଭଳି ପ୍ରକୃତିର କାରଣ ବାବଦରେ ଗବେଷକମାନେ ଜାଣିବାକୁ ପାଇଛନ୍ତି। ସ୍ପେନ୍‌ ବୈଜ୍ଞାନିକଙ୍କ ଏହି ରିସର୍ଚ୍ଚ ରିପୋର୍ଟ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସେସ୍‌ରେ ପ୍ରକାଶ ପାଇଛି। କେତେକ ଜେଲିଫିଶ୍‌ ବାରମ୍ବାର ବୃଦ୍ଧାବସ୍ଥାରୁ ନିଜ ଯୁବ ଅବସ୍ଥାକୁ ଫେରିପାରିଥାନ୍ତି। ନିଜ ଡିଏନ୍‌ଏର ଅବିକଳ କପି ବନାଇବା ସହ ଆବଶ୍ୟକସ୍ଥଳେ ଏହାକୁ ମରାମତି କରିପାରିଥାନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି। ଟୁରିଟୋପିସିସ୍‌ ଡୋହର୍‌ନି ପ୍ରଜାତିର ଜେଲିଫିଶ୍‌ ଅମର ହେବା ପଛର କାରଣ ଜାଣିବା ପାଇଁ ଜେନେଟିକ୍‌ ସିକ୍ୱେନ୍ସିଂ କରାଯାଇଥିଲା। ସେଥିରେ ଏକ ସ୍ବତନ୍ତ୍ର ଜିନୋମ ରହିଛି ଯାହାକି କେବଳ ବୃଦ୍ଧାବସ୍ଥାକୁ ରୋକେ ନାହିଁ ବରଂ ମୃତ୍ୟୁ ହେବାରୁ ମଧ୍ୟ ବଞ୍ଚାଇଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।
ଡୋହର୍‌ନି ସମେତ ପ୍ରାୟ ସମସ୍ତ ଜେଲିଫିଶ୍‌ ୨ଟି ଜୀବନ ଚକ୍ର ଦେଇ ଗତିକରିଥାନ୍ତି। ଏହାର ଆସେକ୍ସୁଆଲ ବା ଯୌନ ପ୍ରଜନନ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଖାଦ୍ୟାଭାବ ପରିସ୍ଥିତିରେ ଜେଲିଫିଶ୍‌ ସମୁଦ୍ର ଚଟାଣରେ ପଡ଼ିରହି ଜୀବିତ ରହିଥାଏ। ଯେତେବେଳେ ପରିସ୍ଥିତି ଅନୁକୂଳ ହୁଏ ଜେଲିଫିଶ୍‌ ଯୌନ ପ୍ରଜନନ କରିପାରେ। ଅନେକ ଜେଲିଫିଶ୍‌ ସେମାନଙ୍କ ଜୀବନର ପୂର୍ବାବସ୍ଥା ଏପରିକି ଲାର୍ଭା ଅବସ୍ଥାକୁ ଯାଇପାରନ୍ତି। କିନ୍ତୁ ଯୌନ ପରିପକ୍ୱତା ଅବସ୍ଥାରେ ପହଞ୍ଚିବା ପରେ ଅଧିକାଂଶ ଜେଲିଫିଶ୍‌ଙ୍କଠାରେ ଏହି କ୍ଷମତା ହ୍ରାସ ପାଇଥାଏ। ତେବେ ଟୁରିଟୋପିସିସ୍‌ ଡୋହର୍‌ନି ପ୍ରଜାତିର ଜେଲିଫିଶ୍‌ଠାରେ ଏହାର ବ୍ୟତିକ୍ରମ ଘଟିଥାଏ। ଏହାର କାରଣ ଜାଣିବା ପାଇଁ ବୈଜ୍ଞାନିକମାନେ ଉକ୍ତ ପ୍ରଜାତି ଏବଂ ଯୌନ ପ୍ରଜନନ ପରେ ଯୁବାବସ୍ଥାକୁ ଫେରିବା କ୍ଷମତା ହରାଉଥିବା ଟୁରିରୋପ୍‌ସିସ୍‌ ରୁବ୍ରା ପ୍ରଜାତିର ଜେନେଟିକ୍‌ ସିକ୍ୱେନ୍ସକୁ ତୁଳନା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ଟୁରିଟୋପିସିସ୍‌ ଡୋହର୍‌ନିର ଜିନୋମ୍‌ଠାରେ କେତେକ ବ୍ୟତିକ୍ରମ ରହିଛି, ଯାହା କି ଏହି ପ୍ରଜାତିର ଡିଏନ୍‌ଏକୁ ଆହୁରି ବିକଶିତ କରି ତାହାର ନକଲ ବନାଇବା ଏବଂ ଆବଶ୍ୟକସ୍ଥଳେ ଡିଏନ୍‌ଏ ମରାମତି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାବାଦ୍‌ ଏକ ନିର୍ଦ୍ଦିଷ୍ଟ କ୍ରୋମୋଜୋମ୍‌ ‘ଟେଲୋମିଅର୍ସ’ର ଲମ୍ବ ବଜାୟ ରଖିଥାଏ। ସାଧାରଣତଃ ମଣିଷ କ୍ଷେତ୍ରରେ ବୟସ ବଢ଼ିବା ସାଙ୍ଗକୁ ଟେଲୋମିଅର ଲମ୍ବ କମିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତିଙ୍କଠାରେ ଥାଏ ଏହି ସବୁ ଲକ୍ଷଣ

ମାର୍ଚ୍ଚ ମାସରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ବିଶେଷ ଗୁଣ ରହିଥାଏ, ଯେଉଁ ଗୁଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ତେବେ ଏହି...

ଆପଣ ଜାଣିଛନ୍ତି କି, ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି?

ବିମାନରେ ଯାତ୍ରା କରିବା ସମୟରେ ଆପଣ ପ୍ରାୟତଃ ଭାବୁଥିବେ ଅଧିକାଂଶ ଯାତ୍ରୀବାହୀ ବିମାନର ରଙ୍ଗ ଧଳା ହୋଇଥାଏ କାହିଁକି? ଯାହାକୁ ନେଇ ମନ ଭିତରେ ଏକ...

କରୋନା ମଲ୍‌

ବାରାଣସୀ: ପିଲାଙ୍କ ଲାଗି ଫ୍ୟାନି୍ସ କଲର ମାସ୍କ, ବିଭିନ୍ନ ଡିଜାଇନ୍‌ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ସାବୁନ, ଗାମୁଛା ଓ ଭିନ୍ନ ଧରଣର ଫେସ୍‌ କଭର...

ଗୋଟିଏ ବାଇକ୍‌ରେ ୮ ଲୋକ; ଦେଶୀ ଯୋଗାଡ଼ର ଏହି ଭିଡିଓ ଦେଖିଲେ…

ଆବଶ୍ୟକତା ହେଉଛି ଉଦ୍ଭାବନର ଚାବିକାଠି। ଅନେକ ସମୟରେ କିଛି ଅଦ୍ଭୁତ ଉଦ୍ଭାବନ ଧ୍ୟାନ ଆକର୍ଷଣ କରିଥାଏ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ।...

ଠାକୁରଙ୍କୁ ଲାଗି ହେଲା ୧୦୧ କ୍ୱିଣ୍ଟାଲ ଅଙ୍ଗୁର

ମୁମ୍ବାଇ, ୯।୭: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ତେବେ ଅନ୍‌ଲକ୍‌...

ପ୍ରକୃତି ଦେଇଛି ପ୍ରେରଣା

ଶିଳ୍ପୀ କେବଳ ଯେ, କଳାକୃତି ନିର୍ମାଣ କରେ ତା’ ନୁହେଁ ବରଂ କଳାକୃତି ମାଧ୍ୟମରେ ନିଜମନର ଭାବନାକୁ ବ୍ୟକ୍ତ କରିପାରେ। ସମାଜକୁ ସଚେତନ କରିଥାଏ। ସେମିତି...

ଦୀପାବଳି ପୂର୍ବରୁ ଘର ଆଗରେ ଏହିସବୁ ଜିନିଷ ଲଗାନ୍ତୁ

ଆଲୋକର ପର୍ବ ଦୀପାବଳି। ଅଧର୍ମ ଓ ଅସତ୍ୟ ଉପରେ ବିଜୟ ହିଁ ଦୀପାବଳି। ଏହି ଦିନ ରାମ ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେଣୁ...

ନିମପତ୍ରରେ ଦେଶୀ ମାସ୍କ

ରାଞ୍ଚି: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିପାଇଁ ଲଢ଼େଇ କରିବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। ମାସ୍କ...

Advertisement
Archives

Model This Week