ଜେଇଇ ମେନ୍‌ ଆରମ୍ଭ

ଭୁବନେଶ୍ୱର, ୨।୯(ବ୍ୟୁରୋ)- କରୋନା କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ ଆରମ୍ଭ ହୋଇଛି। ଦେଶରେ ୯ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବାବେଳେ ଓଡ଼ିଶାର ୭ ସହରରେ ହୋଇଥିବା ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟାରେ ଶେଷ ହୋଇଥିଲା। ଦ୍ୱିତୀୟ ସିଟିଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ନିୟମାନୁସାରେ ପରୀକ୍ଷା ଆରମ୍ଭର ଦୁଇଘଣ୍ଟା ପୂର୍ବରୁ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ଥିଲେ। ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ପୂର୍ବରୁ ଛାତ୍ରୀଛାତ୍ରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଥିଲା। ଉଭୟ ସେଣ୍ଟର ବାହାରେ ଓ ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲା।
ସେପଟେ ଏହିଭଳି ପରିସ୍ଥିତିରେ ପରୀକ୍ଷା ଦେଇପାରିଥିବାରୁ ଛାତ୍ରୀଛାତ୍ରମାନେ ଖୁସିବ୍ୟକ୍ତ କରିବା ସହ ନୂଆ ଅନୁଭୂତି ସାଉଣ୍ଟିଛନ୍ତି। ପ୍ରଥମଥର ପାଇଁ ସେମାନେ ମାସ୍କ ପିନ୍ଧି, ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖି ପରୀକ୍ଷା ଦେଇଛନ୍ତି। ପରୀକ୍ଷା ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବ୍ୟବସ୍ଥାକୁ ମଧ୍ୟ ଛାତ୍ରୀଛାତ୍ର ପ୍ରଶଂସା କରିଛନ୍ତି। ତେବେ ପରୀକ୍ଷା ପୂର୍ବରୁ ଯେପରି ଚିନ୍ତା ଥିଲା, ତାହା ଏବେ ଦୂର ହୋଇଯାଇଛି ବୋଲି ଅଧିକାଂଶ ଛାତ୍ରଛାତ୍ର କହିଛନ୍ତି। କରୋନା ମହାମାରୀ ଯୋଗୁ ଦୁଇଥର ପରୀକ୍ଷା ସ୍ଥଗିତ କରାଯାଇଥିଲା। ତେବେ ଶେଷରେ ପୂରା ନିୟମାବଳୀ ପାଳନ କରି ମଙ୍ଗଳବାରଠାରୁ ସାରା ଦେଶରେ ପରୀକ୍ଷା ଆରମ୍ଭ ହୋଇଛି। ଓଡ଼ିଶାରେ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ଢେଙ୍କାନାଳ ସହରରେ ପରୀକ୍ଷା ହେଉଛି। ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ର ଥିବାବେଳେ କଟକରେ ୪ଟି, ବାଲେଶ୍ୱର ୫, ବ୍ରହ୍ମପୁର ୪, ସମ୍ବଲପୁର ୪, ଢେଙ୍କାନାଳ ୨, ରାଉରକେଲାରେ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ରହଣି ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ପରୀକ୍ଷା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ତା ହରାଇବ ବୈତାଳ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୮ା୭ (ଡି.ଏନ.ଏ.): ବର୍ଷାଋତୁ ଆରମ୍ଭ ହୋଇଯାଇଛି। ହେଲେ ମନ୍ଦିରମାଳିନୀ ଭୁବନେଶ୍ୱର ସହରରେ ଥିବା ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ଚିନ୍ତା ବିଭାଗକୁ ଘାରିଛି। ତେବେ କେନ୍ଦ୍ରୀୟ...

୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ...

କେନ୍ଦ୍ରକୁ ଫେରିଗଲା ୮୪୨ କୋଟି

ଭୁବନେଶ୍ୱର,୧ା୪(ବ୍ୟୁରୋ): ଜଳ ସେଚନ ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ସତ୍ତ୍ୱେ ଆର୍ଥିକ ପରିଚାଳନାରେ ଅନିମୟମିତା, ଜମି ଅଧିଗ୍ରହଣରେ ବିଳମ୍ବ , ଡିପିଆର ପ୍ରସ୍ତୁତିରେ ତ୍ରୁଟି, ଭୁଲ...

ହାଇଦର ଖସିଲେ, ଅଯୋଗ୍ୟ ବସିଛନ୍ତି ମୁଣ୍ଡରେ

ଭୁବନେଶ୍ୱର,୧୫ା୪: ମହାରାଷ୍ଟ୍ର, ତାମିଲ୍‌ନାଡ଼ୁ, ବିହାର ଭଳି ଓଡ଼ିଶାରେ ବହୁ କୁଖ୍ୟାତ ଅପରାଧୀ ନାହାନ୍ତି। ଆମ ରାଜ୍ୟରେ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ମାତ୍ର ହାତଗଣତି ୮ରୁ ୧୦ଜଣ...

ସଂଖ୍ୟା ବଢ଼ୁଛି: ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩ ଆକ୍ରାନ୍ତ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା...

ନୋଟ୍‌ ବଦଳ ପାଇଁ କମିଶନ ୨ଲକ୍ଷ ଠକେଇ: ୪ ଗିରଫ

କଟକ ଅଫିସ,୯ା୧୨: ପୁରୀସ୍ଥିତ ଏକ ମଠର କର୍ମଚାରୀ ପରିଚୟ ଦେଇ ନୋଟ୍‌ ଏକ୍ସଚେଞ୍ଜ କରିବା ପାଇଁ କମିଶନ ଦେବାକୁ କହି ୨ଲକ୍ଷ ଟଙ୍କା ଠକି ନେବା...

‘ଗଣମାଧ୍ୟମ ସମ୍ମୁଖରେ ଅନେକ ଆହ୍ବାନ’

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସାମାଜିକ ବ୍ୟବସ୍ଥାରେ ଗଣମାଧ୍ୟମର ସ୍ବତନ୍ତ୍ର ଭୂମିକା ରହିଛି। ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ସମ୍ମୁଖରେ ଅନେକ ଆହ୍ବାନ ରହିଛି। କେତେକ କ୍ଷେତ୍ରରେ ସ୍ବାଧୀନ ମତକୁ ସହନଶୀଳତାର...

ଖୋର୍ଦ୍ଧାରେ ଏନ୍‌କାଉଣ୍ଟର : ୨ ଅପରାଧୀ ଗୁରୁତର

ଖୋର୍ଦ୍ଧା ଅଫିସ/ବେଗୁନିଆ,୧୮ା୫ (ଡି.ଏନ.ଏ.): ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ତାଳଚୁଆ ପାହାଡ଼ ନିକଟରେ ଶନିବାର ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳି...

Advertisement
Archives

Model This Week