H-1B ଭିସା ବିବାଦ: ସଫେଇ ଦେଲେ ଜେଡି ଭାନ୍ସ, ଶାଶୁ-ଶ୍ବଶୁର….

ୱାଶିଂଟନ,୧୮।୧୦: H-1B ଭିସାକୁ ନେଇ ଆମେରିକାରେ ବିବାଦ ଜାରି ରହିଥିବା ବେଳେ ବିଦେଶୀ କର୍ମଚାରୀଙ୍କୁ ‘ଇଣ୍ଡେଞ୍ଚର୍ଡ ସର୍ଭେଣ୍ଟ’ ବା ‘ଚୁକ୍ତିବଦ୍ଧ ଶ୍ରମିକ’ କହିଥିବା ମନ୍ତବ୍ୟ ଉପରେ ସଫେଇ ଦେଇଛନ୍ତି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ତାଙ୍କର ଏହି ଶବ୍ଦ ପ୍ରୟୋଗ ହୁଏତ ଠିକ୍ ନଥିଲା ବୋଲି ସେ ସ୍ୱୀକାର କରିଛନ୍ତି । ତେବେ ନିଜର ଇମିଗ୍ରେସନ୍ ନୀତିକୁ ସମର୍ଥନ କରି ସେ କହିଛନ୍ତି ଯେ ଆମେରିକା ବିଦେଶୀ କର୍ମଚାରୀଙ୍କୁ ସ୍ୱାଗତ କରିବା ସହ ନିଜ ଦେଶର ନାଗରିକ ଓ କର୍ମଚାରୀଙ୍କ ସ୍ୱାର୍ଥକୁ ମଧ୍ୟ ସୁରକ୍ଷା ଦେବା ଆବଶ୍ୟକ।

ନିଜର ଭାରତୀୟ ବଂଶୋଦ୍ଭବ ଶାଶୁ-ଶ୍ୱଶୁରଙ୍କ କଥା ଉଠାଇ ଭାନ୍ସ କହିଛନ୍ତି ଯେ ସେ ସେମାନଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କ ଶାଶୁ-ଶ୍ୱଶୁର ଦକ୍ଷିଣ ଭାରତରୁ ଆମେରିକା ଆସିଥିଲେ । ସେମାନଙ୍କ ଝିଅ ଉଷା ଭାନ୍ସ ଆମେରିକାରେ ଜନ୍ମଗ୍ରହଣ କରିଥିବା ବେଳେ ବର୍ତ୍ତମାନ ଦେଶର ସେକେଣ୍ଡ ଲେଡି ଅଛନ୍ତି ବୋଲି ସେ କହିଛନ୍ତି। ନିଜ ଶାଶୂ-ଶ୍ୱଶୁରଙ୍କ ପାଇଁ ସେ ଗର୍ବିତ ଏବଂ ସେମାନଙ୍କୁ ଭଲ ପାଆନ୍ତି ବୋଲି ଭାନ୍ସ ଉଲ୍ଲେଖ କରିଛନ୍ତି । ବିଶେଷକରି ଭାରତୀୟ ଆଇଟି ପେଶାଦାରଙ୍କ ସମେତ ବିଦେଶୀ କର୍ମଚାରୀଙ୍କ ପାଇଁ ଆମେରିକାର ଇମିଗ୍ରେସନ୍ ନୀତିକୁ ନେଇ ବିବାଦ ଚାଲିଥିବା ସମୟରେ ଭାନ୍ସଙ୍କ ଏହି ସଫେଇ ସାମ୍ନାକୁ ଆସିଛି । ଏହା ପୂର୍ବରୁ ତାଙ୍କ ମନ୍ତବ୍ୟକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ‘ଅନୁଚିତ ଏବଂ ଅତ୍ୟନ୍ତ ଆପତ୍ତିଜନକ’ ବୋଲି କହିଥିଲା।

ଭାନ୍ସଙ୍କ କହିବା ଅନୁଯାୟୀ, ଆମେରିକାର ଇମିଗ୍ରେସନ୍ ବ୍ୟବସ୍ଥା ଏପରି ହେବା ଉଚିତ ଯେଉଁଥିରେ ଦେଶର ବିକାଶରେ ଯୋଗଦାନ ଦେବାକୁ ଇଚ୍ଛୁକ ଲୋକଙ୍କୁ ସ୍ୱାଗତ କରାଯିବ, କିନ୍ତୁ ଏହାଦ୍ୱାରା ଆମେରିକୀୟ କର୍ମଚାରୀଙ୍କ ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ଉଚିତ ନୁହେଁ। ଉଦାହରଣ ଦେଇ ସେ କହିଛନ୍ତି, ଯଦି କୌଣସି ବଡ଼ କମ୍ପାନୀ ସ୍ଥାନୀୟ ସ୍ତରରେ ଉପଯୁକ୍ତ କର୍ମଚାରୀ ମିଳୁନଥିବା ଦର୍ଶାଇ ଜଣେ ବିଦେଶୀ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତି ଦିଏ, କିନ୍ତୁ ସେହି କମ୍ପାନୀରେ ପୂର୍ବରୁ କାମ କରୁଥିବା ଜଣେ ଆମେରିକୀୟ ଆକାଉଣ୍ଟାଣ୍ଟଙ୍କୁ ଚାକିରିରୁ ବାହାର କରିଦିଏ, ତେବେ ଏହା ନ୍ୟାୟସଙ୍ଗତ ନୁହେଁ।

ତାଙ୍କ ମତରେ, ଏପରି ପଦକ୍ଷେପ ଉଭୟ ବିଦେଶୀ କର୍ମଚାରୀ ଓ ଆମେରିକୀୟ କର୍ମଚାରୀଙ୍କ ପାଇଁ ଠିକ୍ ନୁହେଁ। ଅପ୍ରବାସୀଙ୍କୁ ବିରୋଧ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ; ବରଂ ଇମିଗ୍ରେସନ୍ ବ୍ୟବସ୍ଥା ଆମେରିକାର ସ୍ୱାର୍ଥ ଅନୁଯାୟୀ କାମ କରିବା ଉଚିତ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?