Posted inଜାତୀୟ

ନେହେରୁ ମେମୋରିଆଲର ନାମ ପରିବର୍ତ୍ତନକୁ ନେଇ ଜୟରାମ ରମେଶଙ୍କ ପ୍ରତିକ୍ରିୟା, ମୋଦି ସରକାର ବିରୋଧରେ କଲେ ଅଭିଯୋଗ…

ନୂଆଦିଲ୍ଲୀ,୧୬।୮ : ନେହେରୁ ମେମୋରିଆଲ ସଂଗ୍ରହାଳୟ ଏବଂ ଲାଇବ୍ରେରୀର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ସହମହା ସଚିବ ତଥା ଦଳର ଯୋଗାଯୋଗ ମୁଖ୍ୟ ଜୟରାମ ରମେଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନେହେରୁଙ୍କ ଉତ୍ତରାଧିକାରୀତ୍ୱ ନଷ୍ଟ କରିଥିବା ଅଭିଯୋଗ ଆଣିଛନ୍ତି।

ଜୟରାମ ରମେଶ କହିଛନ୍ତି, ଆଜି ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏକ ନୂତନ ନାମ ପାଇଛି। ବିଶ୍ୱ ପ୍ରସିଦ୍ଧ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ଭାବେ ପରିଚିତ ହେବ। ଆମର ପ୍ରଥମ ତଥା ଦୀର୍ଘତମ ସେବା କରିଥିବା ପ୍ରଧାନମନ୍ତ୍ରୀଙ୍କ କଥା ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନରେ ଭୟ ଏବଂ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଛି। ତେଣୁ ସେ ଏଭଳି କରିଛନ୍ତି।

ନେହେରୁ ଏବଂ ତାଙ୍କର ଉତ୍ତରାଧିକାରୀତ୍ୱକୁ ଅସ୍ବୀକାର କରିବା, ବଦନାମ କରିବା ଏବଂ ନଷ୍ଟ କରିବା ହେଉଛି ସେମାନଙ୍କର ଏକମାତ୍ର ଏଜେଣ୍ଡା ବୋଲି ରମେଶ ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ ଏନ ଶବ୍ଦକୁ ହଟାଇ ପି ଶବ୍ଦ କରିଛନ୍ତି।ଦେଶର ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବୈଜ୍ଞାନିକ ଏବଂ ଉଦାରବାଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିବାରେ ନେହେରୁଙ୍କ ଅବଦାନକୁ ଆମେ ଭୁଲିଯିବା ନାହିଁ। ଦେଶର ସ୍ବାଧୀନତା ପାଇଁ ନେହେରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି।

ବର୍ତ୍ତମାନ ସବୁକିଛି ମୋଦି ଏବଂ ତାଙ୍କ ସହ କାମ କରୁଥିବା ଲୋକଙ୍କ ହାତରେ ଅଛି। ଏସବୁ ସତ୍ତ୍ୱେ ଜବାହରଲାଲ ନେହେରୁଙ୍କ ଉତ୍ତରାଧିକାରୀତ୍ୱ ବିଶ୍ୱ ଦେଖିବା ପାଇଁ ବଞ୍ଚିବ ଏବଂ ଭବିଷ୍ୟତ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ।

ବ୍ରିଟିଶ ଶାସନ କାଳରେ ଭାରତର କମାଣ୍ଡର-ଇନ-ଚିଫଙ୍କ ସରକାରୀ ବାସଭବନ ଥିଲା ଏଡୱିନ ଲୁଟିନ୍ସଙ୍କ ଇମ୍ପେରିଆଲ କ୍ୟାପିଟାଲର ଅଂଶ ତ୍ରିମୁର୍ତ୍ତିଭବନ। ୧୯୪୮ ମସିହାରେ ତ୍ରିମୁର୍ତ୍ତି ଭବନ ବ୍ରିଟିଶ ଭାରତର ଶେଷ କମାଣ୍ଡର ବିଦାୟ ନେବା ପରେ ଏହା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ହୋଇଥିଲେ। ସେ ଏଠାରେ ପ୍ରାୟ ୧୬ ବର୍ଷ ବାସ କରିଥିଲେ ଏବଂ ଏଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ତ୍ରି ମୁର୍ତ୍ତି ଭବନ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଥିଲେ। ସେବେଠାରୁ ଏହା ପଣ୍ଡିତ ନେହେରୁ ମେମୋରିଆଲ ଭାବରେ ପରିଚିତ ହୋଇଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ନେହେରୁ ମେମୋରିଆଲକୁ ପିଏମ ମ୍ୟୁଜିୟମ ଏବଂ ସୋସାଇଟିରେ ନାମ ପରିବର୍ତ୍ତନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ରାଗରେ ସ୍ବାମୀଙ୍କୁ ମୁଣ୍ଡକୁ ଲୁହା ତାଓ୍ବାରେ ପିଟିଦେଲେ ସ୍ତ୍ରୀ: ଆଉ ତା’ପରେ ଯାହା ଘଟିଲା…

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ପବିତ୍ରତାକୁ ଭାଙ୍ଗି ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜାନକୀପୁରମର ଆନନ୍ଦ ବିହାର କଲୋନୀରେ, ଜଣେ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri