ଭାଜପା ଛାଡ଼ିବେ ଜୟରାମ ପାଙ୍ଗୀ

କୋରାପୁଟ/ପଟ୍ଟାଙ୍ଗୀ,୨।୪(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟର ପୂର୍ବତନ ଏମ୍‌ପି ତଥା ଭାଜପାର ବରିଷ୍ଠ ସଦସ୍ୟ ଜୟରାମ ପାଙ୍ଗୀ ଦଳ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ଶୁକ୍ରବାର କୋଟିଆଠାରେ ଆୟୋଜିତ ଓଡ଼ିଶା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଦଳ ଛାଡ଼ିବା ନେଇ ସେ କହିଥିଲେ। ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ଶନିବାର ପଠାଇବେ ବୋଲି ସେ କହିଛନ୍ତି। ଭାଜପା ଛାଡିବା ପରେ ସେ ରାଜନୀତିରୁ ସନ୍ନ୍ୟାସ ନେବେନି ବୋଲି ମଧ୍ୟ ଜଣାଇଛନ୍ତି। ବର୍ତ୍ତମାନ ଅନ୍ୟ କେଉଁ ଦଳରେ ମିଶିବା ନେଇ କୌଣସି ସୂଚନା ଦେଇନାହାନ୍ତି। ସେ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି।
ଯେ, ଜୟରାମ ୨୦୧୭ରେ ବିଜେଡିରୁ ନିଲମ୍ବିତ ହେବା ପରେ ଭାଜପାରେ ମିଶିଥିଲେ। ସେ ପୂର୍ବରୁ ୪ଥର ପଟ୍ଟାଙ୍ଗୀ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ଅବକାରୀ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୦୯ରେ କୋରାପୁଟରୁ ୯ଥର ଏମ୍‌ପି ହୋଇଥିବା କଂଗ୍ରେସର ଗିରିଧର ଗମାଙ୍ଗଙ୍କୁ ପରାସ୍ତ କରି ପ୍ରଥମଥର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ଭାଜପା ଟିକେଟରେ ଲୋକ ସଭା ନିର୍ବାଚନ ଲଢ଼ି କଂଗ୍ରେସର ସପ୍ତଗିରି ଉଲ୍ଲାକାଙ୍କଠାରୁ ପରାଜିତ ହୋଇଥିଲେ। ନିର୍ବାଚନ ହାରିବା ପରେ ସେ ଭାଜପାରେ ଏକପ୍ରକାର ଉପେକ୍ଷିତ ହୋଇ ଆସୁଥିବା ସାଧାରଣରେ ଆଲୋଚନା ହେଉଥିଲା। ଗତ କିଛିମାସ ପୂର୍ବେ ସେ ଅବିଭକ୍ତ କୋରାପୁଟ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟର ସୀମାନ୍ତ ଅଞ୍ଚଳକୁ ନେଇ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ନାମରେ ଏକ ସଙ୍ଗଠନ ଗଠନ କରିଛନ୍ତି। ଏହି ସଙ୍ଗଠନ ଦ୍ୱାରା ଅବହେଳିତ ଅଞ୍ଚଳର ବିକାଶ କରିବାକୁ ସଂଗ୍ରାମ ଜାରି ରଖିବେ ବୋଲି ପାଙ୍ଗୀ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏସିଏଫ୍‌  ସୌମ୍ୟ ମୃତ୍ୟୁ ଘଟଣା : ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ 

ଭୁବନେଶ୍ୱର,୪।୭: ପାରଳାଖେମୁଣ୍ଡି ଏସିଏଫ୍‌  ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ  ବିଦ୍ୟାଭାରତୀଙ୍କୁ ପୋଲିସ ଖୋଜି ପାଉନି। କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା ପରେ...

ଥାନାରେ ଦ୍ୱାରସ୍ଥ ହେଲେ ପ୍ରେମିକଙ୍କ ସହ ଫେରାର ଥିବା ବିବାହିତ ମହିଳା

ବିନିକା,୪।୩: ପ୍ରେମିକ କଥାରେ ପଡି ଶାଶୁଘର ଛାଡି ଫେରାର ଥିବା ବରଗଡ଼ ଅଞ୍ଚଳର ଜଣେ ବିବାହିତା ମହିଳା ପ୍ରତାରଣାର ଶିକାର ହୋଇ ଶେଷରେ ନ୍ୟାୟ ପାଇଁ...

ତିହିଡ଼ିରେ ବିଜେଡିର ନୂତନ ସଦସ୍ୟତା ଗ୍ରହଣ ଅଭିଯାନ, ଦଳକୁ ସୁଦୃଢ଼ କରିବାକୁ ପରାମର୍ଶ

ତିହିଡ଼ି,୨୦।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ୧୩ ପଞ୍ଚାୟତକୁ ନେଇ ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ବଜାରରେ ଶୁକ୍ରବାର ବିଜେଡିର ନୂତନ ସଦସ୍ୟତା...

ଜରୁରିକାଳୀନ ପରିସ୍ଥିତିକୁ କ୍ଷମା ଦିଆଯାଇପାରିବନି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ୧୯୭୫ ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଦେଶରେ ଜାରି ଜରୁରିକାଳୀନ ପରିସ୍ଥିତିକୁ କେବେ କ୍ଷମା ଦିଆଯାଇପାରିବନି। ରାଜ୍ୟ ଭାଜପା...

ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର,୭।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି। ଏହା ପୁରୀ ଠାରୁ ପ୍ରାୟ ୧୩୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ନେଇ ଭୁବନେଶ୍ୱର...

ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳୀ ତଦାରଖ କଲେ ସଚିବ: ସମୂଦ୍ର ଉପକୂଳ ବର୍ତ୍ତୀ ୩୫୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର

ବାହାନଗା,୧୯ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଟାସପୁର ବହୂମୁଖି ବାତ୍ୟା ଆଶ୍ରୟ ସ୍ଥଳୀକୁ ମଙ୍ଗଳବାର ବାଲେଶ୍ୱର ଦାୟିତ୍ୱରେ ଥିବା ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ...

ଆଜି ବିଧାନସଭା ଘେରିବେ ୫୦ ହଜାର ବସ୍ତିବାସିନ୍ଦା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ) : ଗୌଡ ବସ୍ତି, ବୀରବସ ବସ୍ତି, ଲକ୍ଷ୍ମୀପୁର ବସ୍ତି ଓ ଶ୍ରୀକ୍ରିଷ୍ଣ ନଗର ବସ୍ତିରେ ଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦା ଶୁକ୍ରବାର ଗୋଟିଏ...

ବରଣ୍ଡୁଆ-ସୁଦର୍ଶନପୁର ରାସ୍ତାରେ ବନ୍ୟାଜଳ

ବାସୁଦେବପୁର, ୨୦ା୯(ଡି.ଏନ.ଏ.)- ଗମେଈ ନଦୀରେ ବନ୍ୟା ଆସିବା ଫଳରେ ନଦୀ ସଂଲଗ୍ନ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିବା ସହ ଧାନଫସଲ ଉପରେ ୪ ଫୁଟରୁ ଊର୍ଦ୍ଧ୍ୱ...

Advertisement
Archives

Model This Week