ପରଲୋକରେ ଜୟନ୍ତ ମହାପାତ୍ର

ଭୁବନେଶ୍ୱର,୨୭।୮(ଶର୍ମିଷ୍ଠା ପାଣିଗ୍ରାହୀ): ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସେ କିଛିଦିନ ଧରି ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଜୟନ୍ତ ଉଭୟ ଇଂଲିଶ ଏବଂ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।
କଟକର ତିନିକୋଣିଆ ବଗିଚାରେ ଏକ ଖ୍ରିଷ୍ଟିଆନ ପରିବାରରେ ସେ ୨୨ ଅକ୍ଟୋବର ୧୯୨୮ରେ ଜନ୍ମ ଗ୍ରହଣ କରିଥିଲେ। କବି ମହାପାତ୍ର ୧୯୮୧ ମସିହାରେ ତାଙ୍କ କବିତା ପୁସ୍ତକ ‘ରିଲେଶନ୍‌ସିପ୍‌’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଇଂରାଜୀ ଭାଷାରେ ସେ ପ୍ରଥମ ଲେଖକ ଭାବେ ଏହି ପୁରସ୍କାର ଅର୍ଜନ କରିଥିଲେ। କବିତା ପୁସ୍ତକ ‘ଇଣ୍ଡିଆନ ସମର୍‌’ ଓ ‘ହଙ୍ଗର’ ପାଇଁ ସେ ସମଗ୍ର ଦେଶରେ ଚର୍ଚ୍ଚିତ କବି ଭାବେ ପରିଚୟ ହାସଲ କରିଥିଲେ। ସମାଗ୍ରିକ ସାହିତ୍ୟ ସାଧନା ପାଇଁ ତାଙ୍କୁ ୨୦୦୯ରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ ହୋଇଥିଲେ। ହେଲେ ୨୦୧୫ରେ ଦେଶରେ ବଢ଼ୁଥିବା ଅସହିଷ୍ଣୁତାକୁ ଦେଖି ସେ ତାହାକୁ ଫେରାଇ ଦେଇଥିଲେ। ସାହିତ୍ୟ ସାଧନା ପାଇଁ ସେ ରାଜ୍ୟ, ଜାତୀୟ ଓ ଅନ୍ତ୍ରାଜୀତୟ ସମ୍ମାନରେ ସମ୍ମାନିତ ହୋଇଥିଲେ। ଜୟନ୍ତଙ୍କ ବିୟୋଗରେ ଓଡ଼ିଆ ଏବଂ ଭାରତୀୟ ଇଂରାଜୀ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। କବି ମହାପାତ୍ରଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ମହାପାତ୍ର ଜଣେ ଉଚ୍ଚକୋଟିର କବି ଥିଲେ ଏବଂ ତାଙ୍କ ବିୟୋଗରେ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହେଲା ବୋଲି ପାତ୍ର ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ସେହିଭଳି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଅନୁରୂପ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ କହିଛନ୍ତି, କେବଳ ଓଡ଼ିଆ ସାହିତ୍ୟ ନୁହେଁ , ଭାରତୀୟ ସାହିତ୍ୟ ପାଇଁ କବି ମହାପାତ୍ରଙ୍କ ପରଲୋକ ବଡ଼ ଦୁଃଖଦାୟକ। ଓଡ଼ିଆ ଆଉ ଇଂରାଜୀ ଉଭୟ ଭାଷାରେ କବିତା ରଚନା କରୁଥିଲେ। ତାଙ୍କ କବିତା ପାଇଁ ସେ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ଥିଲେ। ଏପରକି ଶେଷ ନିଶ୍ୱାସ ପର୍ଯ୍ୟନ୍ତ କବିତା ସାହିତ୍ୟ ରଚନାରେ ନିଜକୁ ନିୟୋଜିତ ରଖିଥିଲେ। ବିଭିନ୍ନ ସାରସ୍ବତ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ବିଶେଷ କରି ଓଡ଼ିଆ ସାହିତ୍ୟ ଏକାଡେମୀର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେଇ ଏକାଡେମୀକୁ ଧନ୍ୟ କରିଛନ୍ତି। ତାଙ୍କ ବିୟୋଗରେ ଏକାଡେମୀ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?