Posted inଜାତୀୟ

ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ,୨ା୯(ପି.ଆଇ.ବି.): ଭାରତୀୟ ରେଲଓ୍ବେ ଟ୍ରାଫିକ୍‌ ସେବା (ଆଇଆର୍‌ଟିଏସ୍‌) ବରିଷ୍ଠ ଅଫିସର ଜୟା ବର୍ମା ସିହ୍ନା ଶୁକ୍ରବାର ରେଳଭବନରେ ରେଲଓ୍ବେ ବୋର୍ଡ (ରେଳ ମନ୍ତ୍ରଣାଳୟ)ର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପ୍ରଥମ ମହିଳା ଭାବେ ଭାରତୀୟ ରେଲଓ୍ବେର ଏହି ଶୀର୍ଷ ପଦରେ ନିଯୁକ୍ତି ପାଇଛନ୍ତି। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ ଗୁରୁବାର ସ୍ବୀକୃତି ଦେଇଥିଲା। ୧୯୮୮ରେ ସେ ଆଇଆର୍‌ଟିଏସ୍‌ରେ ଯୋଗଦେଇଥିଲେ। ଭାରତୀୟ ରେଳରେ ନିଜର ୩୫ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ୟାରିୟରରେ ସେ ରେଲଓ୍ବେ ବୋର୍ଡର ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ), ଅତିରିକ୍ତ ସଦସ୍ୟ, ଟ୍ରାଫିକ ପରିବହନ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ପ୍ରଥମ ମହିଳା ଭାବେ ଦକ୍ଷିଣ ପୂର୍ବ ରେଳପଥର ପ୍ରଧାନ ମୁଖ୍ୟ ପରିଚାଳନା ପ୍ରବନ୍ଧକ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ। ସେ ବାଂଲାଦେଶର ଢାକାରେ ଭାରତୀୟ ହାଇକମିଶନରେ ରେଳ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କର ଏହି କାର୍ଯ୍ୟକାଳ ସମୟରେ କୋଲକାତାରୁ ଢାକା ପର୍ଯ୍ୟନ୍ତ ମୈତ୍ରୀ ଏକ୍ସପ୍ରେସ୍‌ ଉଦ୍‌ଘାଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ପାଇଁ ବଡ଼ ଖବର: ଏଣିକି TET ପାସ ବାଧ୍ୟତାମୂଳକ

ଭୁବନେଶ୍ୱର,୨୩।୬: TET ପାସ କରି ନ ଥିବା ଶିକ୍ଷକଙ୍କ ପାଇଁ ମଙ୍ଗଳବାର ବଡ଼ ଖବର ଆସିଛି। ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଛନ୍ତି…

ଅଭିଯୋଗ ପରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ: ଘେରିରେ ବ୍ୟବହୃତ ବାଉଁଶ, ଜାଲ ଜବତ

ଗଞ୍ଜାମ, ୨୩।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦରପୁର ନିକଟସ୍ଥ ଋଷିକୂଲ୍ୟା ନଦୀରେ ମାଫିଆମାନେ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ନିର୍ମାଣ କରିଥିଲେ। ମଙ୍ଗଳବାର ତହସିଲଦାର ସୁକାନ୍ତ…

ଯୁକ୍ତ ୩ ପ୍ରଥମବର୍ଷ ନାମଲେଖା ଆରମ୍ଭ: ଏହି ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ): ରାଜ୍ୟରେ ମଙ୍ଗଳବାର ଠାରୁ ଯୁକ୍ତ ୩ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ପାଇଁ ନାମ ଲେଖା ଆରମ୍ଭ ହୋଇଛି। ଏନେଇ ସୋମବାର କଟ୍‌ ଅଫ…

Video: ଇଣ୍ଟରନ୍ୟାଶନାଲ ଡେବ୍ୟୁରେ କେତେ ନମ୍ବର ଜର୍ସି ପିନ୍ଧିବେ ବୈଭବ? ଦେଖୁ ଦେଖୁ ଖୁସି ହୋଇଗଲେ ବେବି ବସ

ନୂଆଦିଲ୍ଲୀ,୨୩।୬: ଜୁନିଅର କ୍ରିକେଟ ସର୍କିଟରେ ଝଡ଼ ସୃଷ୍ଟି କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ। ବୈଭବ ମଙ୍ଗଳବାର ଭାରତୀୟ…

ରେଳଧାରଣାରୁ ମିଳିଲା ବିଜେଡି ନେତାଙ୍କ ମୃତଦେହ: ସୁଇସାଇଡ ନୋଟରେ ଲେଖାଅଛି ମୋ ମୃତ୍ୟୁ ପାଇଁ…

ଝାରସୁଗୁଡ଼ା, ୨୩।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରରେ ଏକ ଚାଞ୍ଚଲ୍ୟକର ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ା ବାର୍‌ ଏସୋସିଏସନର ପୂର୍ବତନ ସଭାପତି ତଥା ସ୍ଥାନୀୟ…

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଚାଲିଛି ଚଢାଉ

ସମ୍ବଲପୁର,୨୩।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (ସିଏଡିଏ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପଦ୍ମଲୋଚନ ନାୟକଙ୍କ ବିରୋଧରେ…

India-Pakistan Basmati Rice: ହର୍ମୁଜ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ଗେମ ପ୍ଲାନ, ଭାରତକୁ ଲାଗିବ ଶକ୍ତ ଧକ୍କା!

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ପାକିସ୍ତାନ ଦୀର୍ଘ ଦିନ ଧରି ବାସୁମତୀ ଚାଉଳକୁ ନେଇ ପ୍ରତିଦ୍ୱନ୍ଦ୍ୱିତାରେ ବ୍ୟସ୍ତ ଅଛନ୍ତି। ଉଭୟ ଦେଶ ମଧ୍ୟପ୍ରାଚ୍ୟ ଏବଂ ୟୁରୋପର ବଜାରରେ ବିକ୍ରୟ…

କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟାର୍ମରଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri