Posted inଖେଳ

ICC ଅଧ୍ୟକ୍ଷ ପଦ ସମ୍ଭାଳିଲେ ଜୟ ଶାହା, ଚାମ୍ପିୟନ୍ସ ଟ୍ରଫିକୁ ନେଇ ନିଷ୍ପତ୍ତି ପୂର୍ବରୁ…

ନୂଆଦିଲ୍ଲୀ,୧।୧୨: ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଜୟ ଶାହା। ତାଙ୍କୁ ଏବେ ୩୫ ବର୍ଷ ହୋଇଥିବା ଯୋଗୁ ସେ ସବୁଠାରୁ କମ୍‌ ବୟସର ଆଇସିସି ଅଧ୍ୟକ୍ଷ ପାଲଟିଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଚାଲିଥିବା ବେଳେ ଶାହା ପଦଭାର ସମ୍ଭାଳିଛନ୍ତି। ଏମିତିରେ ଟୁର୍ନାମେଣ୍ଟକୁ ନେଇ ହେବାକୁ ଥିବା ନିଷ୍ପତ୍ତିରେ ଶାହାଙ୍କ ପ୍ରମୁଖ ଭୂମିକା ରହିବାକୁ ଯାଉଛି।

୨୦୧୯ରେ ବିସିସିଆଇ ସଚିବ ଦାୟିତ୍ୱ ସମ୍ଭାଳିଥିଲେ। ପ୍ରାୟ ୬ ବର୍ଷ ଯାଏ ସେ ବିସିସିଆଇରେ କାମ କରିଥିଲେ। ଏବେ ସେ ଆଇସିସି ପାଇଁ କାମ କରିବାକୁ ଯାଉଛନ୍ତି। କ୍ରମାଗତ ଦୁଇ ଥର ଆଇସିସି ଚେୟାରମ୍ୟାନ ଥିବା ଗ୍ରେଗ୍‌ ବାର୍କଲେଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି।

ଆଇସିସି ଅଧ୍ୟକ୍ଷ ଭାବେ ଜୟ ଶାହା କହିଛନ୍ତି, ଆଇସିସି ଅଧ୍ୟକ୍ଷ ଭୂମିକା ତୁଲାଇ ମୁଁ ଗର୍ବିତ ଅନୁଭବ କରୁଛି। ଆଇସିସି ନିର୍ଦ୍ଦେଶକ ତଥା ସଦସ୍ୟ ବୋର୍ଡର ସମର୍ଥନ ଏବଂ ଆତ୍ମବିଶ୍ୱାସ ପାଇଁ ମୁଁ କୃତଜ୍ଞ। ଖେଳ ପାଇଁ ଏହା ଏକ ରୋମାଞ୍ଚକର ସମୟ, ଯେହେତୁ ଆମେ LA ୨୮ ଅଲିମ୍ପିକ ଗେମ୍ସ ପାଇଁ ପ୍ରସ୍ତୁତ ହେଉଛୁ। ବିଶ୍ୱ କ୍ରିକେଟର ପ୍ରଶଂସକଙ୍କ ପାଇଁ କ୍ରିକେଟ କୁ ଅଧିକ ଆକର୍ଷଣୀୟ କରିବା ପାଇଁ କାର୍ଯ୍ୟ କରୁଛୁ। ଏକାଧିକ ଫର୍ମାଟର ସହ-ଅସ୍ତିତ୍ୱ ଏବଂ ମହିଳାଙ୍କ ଖେଳର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ସହିତ ଆମେ ଗୁରୁତ୍ୱପୂର୍ଣ୍ଣ ମୋଡରେ ଅଛୁ।

କହିରଖୁଛୁ, ଜୟ ଶାହା ୨୦୦୯ ମସିହାରୁ କ୍ରିକେଟ ଜଗତ ସହିତ ଜଡିତ ଅଛନ୍ତି। ୨୦୦୯ ରେ ସେ ଗୁଜରାଟ କ୍ରିକେଟ ଆସୋସିଏଶନ ସହିତ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ବିକାଶର ତଦାରଖ କରିଥିଲେ। ଏହା ପରେ ସେ ୨୦୧୯ରେ ବିସିସିଆଇରେ ଏଣ୍ଟ୍ରି କରିଥିଲେ। ଜୟ ଶାହାଙ୍କ ପୂର୍ବରୁ କେବଳ ୪ ଜଣ ଭାରତୀୟ ଆଇସିସି ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍‌ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ଏହି ଦାୟିତ୍ୱ ତୁଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri