କରୋନା ଛଡ଼ାଇନେଇଛି ବୃତ୍ତି: ବଞ୍ଚିବା ପାଇଁ ଯାତ୍ରା କଳାକାରଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର,୮ା୧୧(ବ୍ୟୁରୋ): କରୋନା ମହାମାରୀ ଛଡ଼ାଇନେଇଛି କଳାକାରଙ୍କ ବୃତ୍ତି, ବେଉସା। ପେଟକୁ ଦାନା ମୁଠେ ଯୋଗାଡ଼ କରିବାକୁ ସେମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ବଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରୁଥିବା ଜଣେ ସିନେ କଳାକାର ଭୁବନେଶ୍ୱରରେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ଅନ୍ୟ କଳାକାରମାନେ ମଧ୍ୟ ରୋଜଗାରର ଭିନ୍ନ ପନ୍ଥା ଅନ୍ବେଷଣରେ ରହିଛନ୍ତି। ଏପରିସ୍ଥିତିରେ ସବୁଠାରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମଞ୍ଚ କଳାକାର। ଇତିମଧ୍ୟରେ କୋଭିଡ୍‌ ପାଇଁ ମଞ୍ଚ ବନ୍ଦ ହେବାର ଦୀର୍ଘମାସ ବିତିଗଲାଣି। ଧୀରେ ଧୀରେ ସବୁ କ୍ଷେତ୍ର ପୂର୍ବାବସ୍ଥାକୁ ଫେରୁଥିବାବେଳେ ଯାତ୍ରା ଓ ମଞ୍ଚ ନାଟକ ଦୁଆର କିନ୍ତୁ ଏପର୍ଯ୍ୟନ୍ତ ବନ୍ଦ ହୋଇରହିଛି। ଫଳରେ ନାନା ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ଯାତ୍ରା କଳାକାରମାନେ ସ୍ବାଭିମାନର ସହ ବଞ୍ଚତ୍ବାକୁ ଏବେ ନିଆରା ପ୍ରୟାସ ଆପଣାଇଛନ୍ତି। ଘରେ ହାତ ତିଆରି ଜିନିଷ ତିଆରି କରି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ମଞ୍ଚରେ ଦର୍ଶକଙ୍କୁ ଅଭିନୟ ଯାଦୁରେ ବାନ୍ଧି ରଖୁଥିବା କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ଦେଶୀ ସାମଗ୍ରୀ ଲୋକଙ୍କ ମନ ଜିଣୁଛି।

କରୋନାର ଏହି ସଂକଟଜନକ ସ୍ଥିତିରେ କଳାକାରଙ୍କୁ ରୋଜଗାର ଦେବାକୁ ଯାତ୍ରା କଳାକାର କର୍ମଚାରୀ ସଂଘ ଅଣ୍ଟା ଭିଡିଛି। ଯୁବ କଳାକାରଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ବସି ନ ରହି କିଛି ନା କିଛି ରୋଜଗାର କରୁଛନ୍ତି। ଗତ ଏକମାସ ହେଲା ନିଜ ଘରେ ହିଁ ହାତ ତିଆରି ସୋରିଷ ତେଲ, ଫିନାଇଲ୍‌, ବିରି ବଡି, ଧୂପକାଠି ଆଦି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ‘ଜେକେ-୨’ ବ୍ରାଣ୍ଡ୍‌ ନାମରେ ଏସବୁ ସାମଗ୍ରୀକୁ ଘରେ ଘରେ ପହଞ୍ଚାଉଛନ୍ତି।ଫଳରେ ଧୀରେ ଧୀରେ ଏହି ବ୍ରାଣ୍ଡ୍‌ ଲୋକପ୍ରିୟ ହେବାରେ ଲାଗିଛି।

ଏନେଇ ସଂଘ ପକ୍ଷରୁ କୁହାଯାଇଛି, ଲକ୍‌ଡାଉନ୍‌ ଯୋଗୁ ସବୁ ଆଶା ଅଧାରେ ରହିଯାଇଥିଲା। ସବୁକିଛି ଖୋଲିଯିବା ପରେ ପୂର୍ବାବସ୍ଥା ଫେରିଆସିବ ବୋଲି ଭାବିଥିଲୁ। ହେଲେ ଯାତ୍ରା କଳାକାରଙ୍କ ଭାଗ୍ୟରେ କିନ୍ତୁ ତାଲା ପଡିଯାଇଛି। ନିରୁପାୟ ହୋଇ ଏବେ ହାତତିଆରି ଦେଶୀ ସାମଗ୍ରୀ ବିକ୍ରି କରୁଛନ୍ତି। ରୋଜଗାରର କୌଣସି ପନ୍ଥା ନ ଥିବାରୁ ବାଧ୍ୟ ହୋଇ ଏହି ରାହା ଆପଣାଇଛନ୍ତି। ପରିସ୍ଥିିତି ସୁଧୁରିଲା ପର୍ଯ୍ୟନ୍ତ ପେଟପାଟଣା ପାଇଁ ଏମିତି ପ୍ରୟାସ ଜାରିରହିବ। ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶୀ ସାମଗ୍ରୀ ବିକ୍ରି କରୁଛୁ। ଆଗକୁ ହଳଦୀ, ବେସନଠାରୁ ଆରମ୍ଭ କରି ଲୁଗାପଟା ମଧ୍ୟ ବିକ୍ରି କରିବାର ଯୋଜନା ରହିଛି। କୋଭିଡ୍‌ ଯୋଗୁ ରାଜ୍ୟରେ ପ୍ରାୟ ୧୦ହଜାର ଯାତ୍ରା କଳାକାର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବିଶେଷକରି ଛୋଟ ଛୋଟ କଳାକାର ଓ କର୍ମଚାରୀମାନେ ଅଧିକ ସମସ୍ୟା ଭୋଗୁଛନ୍ତି। ସେହି କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri