Posted inଫୁରସତ

ଏମିତିି ଗାଁ ଯେଉଁଠି ପ୍ରତିବର୍ଷ ଆତ୍ମହତ୍ୟା କରିବାକୁ ଆସନ୍ତି ହଜାର ହଜାର ପକ୍ଷୀ ! ପୁରା ଘଟଣା ଜାଣିଲେ…

ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ରହସ୍ୟ ଉପରୁ ପରଦା ଉଠୁଥିବା ବେଳେ ଆଜି ପର୍ଯ୍ୟନ୍ତ କିଛିର ସମାଧାନ ମିଳିପାରି ନାହିଁ। ସେଭଳି ଏକ ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ ପରିଚିତ କରିବାକୁ ଯାଉଛୁ। ସେଇଟି ହେଲା ପକ୍ଷୀଙ୍କ ଆତ୍ମହତ୍ୟା। ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ହଜାର ହଜାର ସଂଖ୍ୟାରେ ପକ୍ଷୀ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସି ଆତ୍ମହତ୍ୟା କରିଥାନ୍ତି। ଚକିତ ହୋଇଗଲେ ନା। କଥାଟି ସତ।

ଉତ୍ତର-ପୂର୍ବର ବୃହତ୍ତମ ରାଜ୍ୟ ଆସାମର ଅନେକ ବିଶେଷତା ଅଛି। ହେଲେ ଏହି ରାଜ୍ୟର ଅନେକ ଜିନିଷ ଅତ୍ୟନ୍ତ ରହସ୍ୟମୟ ଅଟେ। ରାଜ୍ୟରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ପକ୍ଷୀ ଆତ୍ମହତ୍ୟା କରନ୍ତି। ଡିମା ହାସୋ ଜିଲାର ପାହାଡରେ ଅବସ୍ଥିତ ଜାଟିଙ୍ଗା ଉପତ୍ୟକା ପକ୍ଷୀମାନଙ୍କର ଆତ୍ମହତ୍ୟା ସ୍ଥାନ ଭାବରେ ବେଶ ପ୍ରସିଦ୍ଧ। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପକ୍ଷୀମାନଙ୍କର ଆତ୍ମହତ୍ୟା ହେତୁ ଜାଟିଙ୍ଗା ଗାଁ ଚର୍ଚ୍ଚାର ବିଷୟ ପାଲଟିଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ସ୍ଥାନୀୟ ପକ୍ଷୀ ନୁହନ୍ତି ବରଂ ପ୍ରବାସୀ ପକ୍ଷୀମାନେ ମଧ୍ୟ ଏଠାକୁ ଆସି ଆତ୍ମହତ୍ୟା କରନ୍ତି। ଏଥିପାଇଁ ଏହି ଗାଁଟି ଅତ୍ୟନ୍ତ ରହସ୍ୟମୟ ବୋଲି ବିବେଚନା କରାଯାଏ ।

ସାଧାରଣତଃ ଆତ୍ମହତ୍ୟା କରିବାର ପ୍ରବୃତ୍ତି ମଣିଷଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ହେଲେ ପକ୍ଷୀମାନଙ୍କ ବିଷୟରେ ଏହି କଥା ଶୁଣି ଲୋକମାନେ ଜାଣି ବହୁତ ଆଶ୍ଚର୍ଯ୍ୟ ହୁଅନ୍ତି। ପକ୍ଷୀମାନେ ବିଷ ଖାଇ କିମ୍ବା ନିଜକୁ ନିଆଁରେ ପୋଡି ଦିଅନ୍ତି ନାହିଁ। ବରଂ ସେମାନଙ୍କ ଆତ୍ମହତ୍ୟା କରିବାର ପଦ୍ଧତି ମଧ୍ୟ ଅଲଗା ଅଟେ। ଏହି ଗାଁରେ ପକ୍ଷୀମାନେ ଦ୍ରୁତଗତିରେ ଉଡି ଏକ କୋଠା କିମ୍ବା ଗଛ ସହିତ ପିଟି ହୋଇଯାଆନ୍ତି। ଫଳରେ ସେମାନେ ମରିଯାଆନ୍ତି। ହଜାର ହଜାର ପକ୍ଷୀମାନଙ୍କ ଏପରି ବ୍ୟବହାର ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରେ। ଏହି ଘଟଣା ସ ୭ ରୁ ୧୦ ଟା ମଧ୍ୟରେ ଘଟିଥାଏ। ଏହି ଘଟଣା ପଛରେ ରହସ୍ୟମୟ ଶକ୍ତିର ହାତ ବୋଲି ଗ୍ରାମବାସୀ ବିଶ୍ୱାସ କରନ୍ତି ।

ପକ୍ଷୀ ବିଶେଷଜ୍ଞମାନେ କହିଛନ୍ତି, ଚୁମ୍ବକୀୟ ଶକ୍ତି ହେତୁ ଏପରି ଘଟଣା ଘଟେ। କିନ୍ତୁ, ଏପର୍ଯ୍ୟନ୍ତ ଏହି ରହସ୍ୟ ସମାଧାନ ହୋଇନାହିଁ। ୧୯୦୧ ପରଠାରୁ ଏଭଳି ଘଟଣା ଚାଲିଆସୁଛି। କିନ୍ତୁ ୧୯୫୭ ମସିହାରେ ଏହା ବିଷୟରେ ବିସ୍ତୃତ ଭାବେ ଜଣାପଡ଼ିଥିଲା। ଘଟଣାକୁ ନେଇ ଅନେକ ଗବେଷଣା ମଧ୍ୟ କରାଯାଇଥିଲା। କିନ୍ତୁ କୌଣସି ସମାଧାନ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କ ବଡ଼ ଉପଲବ୍ଧି: ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ

ମୁମ୍ବାଇ,୨୭।୭: ବଲିଉଡ ବାଦଶାହା ଶାହରୁଖ ଖାନ୍‌ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍‌ଦାର...

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri